ଓଡିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅଞ୍ଚଳରେ ପଟିସାହି ବ୍ରିଜ୍ ନିକଟରେ ଘଟିଥିବା ଭୟଙ୍କର ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରାଜେନ୍ଦ୍ର ଜେନା ବୋଲି ଚିହ୍ନଟ ହୋଇଛି। ସେ ଦୁଦାପାଳ ଗ୍ରାମର ବାସିନ୍ଦା ଥିଲେ।
ସୂଚନା ଅନୁଯାୟୀ, ରାଜେନ୍ଦ୍ର ଜେନା ଜଣେ ଆତ୍ମୀୟଙ୍କୁ ଦେଖି ନିଜ ଘରକୁ ଫେରୁଥିବା ବେଳେ ଜଲେଶ୍ୱର–ଚାନ୍ଦନେଶ୍ୱର ମୁଖ୍ୟ ରାସ୍ତାର ପଟିସାହି ବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା। ଜଳେଶ୍ବର ଦିଗରୁ ପଶ୍ଚିମବଙ୍ଗକୁ ଯାଉଥିବା ଏକ କାର ତାଙ୍କ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ରହିଛି।
ଧକ୍କା ଲାଗିବା ପରେ ବାଇକ ଓ ଚାଳକ ବ୍ରିଜ୍ ଠାରୁ ପ୍ରାୟ 30 ଫୁଟ୍ ତଳକୁ ପଡିଯାଇଥିଲେ। ଏହି ଦୁର୍ଘଟଣାରେ ରାଜେନ୍ଦ୍ର ଜେନା ଗୁରୁତର ମୁଣ୍ଡ ଆଘାତ ପାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଏବଂ ଦୁର୍ଘଟଣାରେ ଜଡିତ କାରକୁ ଜବତ କରିଥିଲା।
ଏହି ଘଟଣାରେ ପଶ୍ଚିମବଙ୍ଗର ୩ ଯୁବକଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କୁ ଘଟଣା ସମ୍ପର୍କରେ ପଚାରାଉଚାରା କରାଯାଉଛି।
କମର୍ଦା ଓ ଭୋଗରାଇ ଥାନା ପୋଲିସ ଯୁକ୍ତଭାବେ ଘଟଣାର ତଦନ୍ତ କରୁଛନ୍ତି। ଡ୍ରାଇଭର ମଦ୍ୟପାନ କରିଥିଲେ କି, ଗାଡି ଚଳାଉଥିବା ବେଳେ ଘୁମିଯାଇଥିଲେ କିମ୍ବା ଗାଡିର କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି — ସେସବୁ ଦିଗକୁ ପୋଲିସ ଖୋଜଖବର ନେଉଛି।
ଓଡ଼ିଶାରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଛି। ଗୁରୁବାର...
ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସ୍ପାଇ ଥ୍ରିଲର ଫିଲ୍ମ **...
ୟଶରାଜ୍ ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା-କେନ୍ଦ୍ରିକ ସ୍ପାଇ...
ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମ...
ବହୁଚର୍ଚ୍ଚିତକେତନ ଅଗ୍ରୱାଲ ହତ୍ୟାକାଣ୍ଡମାମଲାର ତଦନ୍ତ ଜାର...
ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାତାର ପ୍ରବଳ ବର୍ଷା...
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ଇଣ୍ଟେରିୟର ଡିଜାଇନର ସୁ...
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଭାରତର ସ୍ଥାନ ପୁଣି...
ଜାତିସଂଘ ଅଧୀନସ୍ଥବିଶ୍ୱ ପାଣିପାଗ ସଂଗଠନ (WMO)ଏଲ୍ ନିନୋ (...
ୟୁରୋପରେ ଜୁନ୍ ଶେଷ ଭାଗରେ ଦେଖାଦେଇଥିବା ତୀବ୍ର ହିଟ୍ୱେଭ୍...
ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଆମିର ଖାନ ତାଙ୍କ ପ୍ରେ...