Australian Federal Police investigate alleged social media death threat against Prime Minister Narendra Modi ahead of Australia visit.

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ, ଫେଡେରାଲ ପୁଲିସର ତଦନ୍ତ ଆରମ୍ଭ

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଅଷ୍ଟ୍ରେଲିଆ ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଧମକ ପରେଅଷ୍ଟ୍ରେଲିଆ ଫେଡେରାଲ ପୁଲିସ (AFP)ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଆସନ୍ତା ଜୁଲାଇ ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେଯିବାର କାର୍ଯ୍ୟସୂଚୀ ରହିଛି। ସେ ମେଲବୋର୍ଣ୍ଣରମାର୍ଭେଲ ଷ୍ଟାଡିୟମରେଆୟୋଜିତ'Melbourne Meets Modi'କମ୍ୟୁନିଟି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମର ପ୍ରଚାର ସମ୍ପର୍କିତ ଏକ ଫେସବୁକ ପୋଷ୍ଟର କମେଣ୍ଟ ବକ୍ସରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଧମକପୂର୍ଣ୍ଣ ମନ୍ତବ୍ୟ ଏକ'Abu Mustafa'ନାମକ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା କୁହାଯାଉଛି।

ଘଟଣା ପରେ ଅଷ୍ଟ୍ରେଲିଆର ସୁରକ୍ଷା ଏଜେନ୍ସି ଓ ଫେଡେରାଲ ପୁଲିସ ସକ୍ରିୟ ହୋଇପଡ଼ିଛନ୍ତି। ଧମକପୂର୍ଣ୍ଣ ପୋଷ୍ଟର ଉତ୍ସ ଖୋଜିବା ସହ ସମ୍ପୃକ୍ତଆଇପି ଆଡ୍ରେସଚିହ୍ନଟ କରାଯାଇଥିବା ଖବର ମିଳିଛି। ଏହା ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି।

ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଅଷ୍ଟ୍ରେଲିଆ ସୁରକ୍ଷା ଏଜେନ୍ସି କିମ୍ବା ଫେଡେରାଲ ପୁଲିସ ପକ୍ଷରୁ କୌଣସି ଔପଚାରିକ ବିବୃତ୍ତି ଜାରି ହୋଇନାହିଁ। ତେବେ ଅଷ୍ଟ୍ରେଲିଆର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ମେଲବୋର୍ଣ୍ଣରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।

Latest News
ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ବିଜେପିକୁ ବଡ଼ ବଳ; ବିଜେଡି-କଂଗ୍ରେସର ୫୦୦ରୁ ଅଧିକ କର୍ମୀ ଦଳରେ ସାମିଲ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ବିଜେପିକୁ ବଡ଼...

ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ...

ପଞ୍ଚସଖା ଶିକ୍ଷା ସେତୁର ବଡ଼ ନିଷ୍ପତ୍ତି: ୨୩ ଜିଲ୍ଲାର ୬୦୯ ସ୍କୁଲ ପାଇଁ ୭.୨୯ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଅନୁମୋଦନ

ପଞ୍ଚସଖା ଶିକ୍ଷା ସେତୁର ବଡ଼ ନିଷ୍ପତ୍ତି: ୨୩...

ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶକୁ...

ଓଏଏସ୍ ସଂଶୋଧିତ ବରିଷ୍ଠତା ତାଲିକା ଉପରେ ରୋକ୍ ଲଗାଇଲେ ଓଡ଼ିଶା ହାଇକୋର୍ଟ

ଓଏଏସ୍ ସଂଶୋଧିତ ବରିଷ୍ଠତା ତାଲିକା ଉପରେ ରୋକ୍...

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ୍-ଏ (ଜୁନିୟର ବ୍ର...

ଡାକ୍ତର ଆନ୍ଦୋଳନ ମଧ୍ୟରେ ଚିକିତ୍ସା ନମିଳିବା ଅଭିଯୋଗ; ପ୍ରସବ ପରେ ନୂଆପଡ଼ାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଡାକ୍ତର ଆନ୍ଦୋଳନ ମଧ୍ୟରେ ଚିକିତ୍ସା ନମିଳିବା ଅଭିଯୋଗ;...

ଡାକ୍ତରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟରେ ନୂଆପଡ଼ା ଜି...

ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ: ରୋଗୀ ସେବା ବିପର୍ଯ୍ୟସ୍ତ, ଆଲୋଚନା ପାଇଁ ଡାକିଲେ ରାଜ୍ୟ ସରକାର

ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ: ରୋଗୀ ସେବା...

ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ଚତୁର...

ଖେମିନିଙ୍କ ଅନ୍ତିମ ସଂସ୍କାରକୁ ନେଇ ଟ୍ରମ୍ପଙ୍କ ଉପହାସ, ବିବୃତିକୁ ନେଇ ବଢ଼ିଲା ବିବାଦ

ଖେମିନିଙ୍କ ଅନ୍ତିମ ସଂସ୍କାରକୁ ନେଇ ଟ୍ରମ୍ପଙ୍କ ଉପହାସ,...

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍...

ରଥଯାତ୍ରା ୨୦୨୬: ଅନସରର ପଞ୍ଚମ ଦିନରେ ମହାପ୍ରଭୁଙ୍କୁ ଲାଗିଲା ଔଷଧୀୟ ଫୁଲୁରି ତେଲ, ଆରୋଗ୍ୟ ପାଇଁ ଗୁପ୍ତ ସେବା ଜାରି

ରଥଯାତ୍ରା ୨୦୨୬: ଅନସରର ପଞ୍ଚମ ଦିନରେ ମହାପ୍ରଭୁଙ୍କୁ...

ଶ୍ରୀଜଗନ୍ନାଥ ମନ୍ଦିରରେ ଅନସର ନୀତି ଅନ୍ତର୍ଗତ ଗୁପ୍ତ ସେବା...

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ପ୍ରଥମ ଐତିହାସିକ ଦୌରା

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ,...

ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗର...

ଭାରତ-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ଜାପାନ ପ୍ରଧାନମନ୍ତ୍ରୀଙ୍କୁ ‘ସାନ ଭଉଣୀ’ ବୋଲି ସମ୍ବୋଧନ କଲେ ମୋଦୀ

ଭାରତ-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ଜାପାନ ପ୍ରଧାନମନ୍ତ୍ରୀଙ୍କୁ...

ନୂଆଦିଲ୍ଲୀରେ ଆୟୋଜିତ ଭାରତ-ଜାପାନ ଶିଖର ସମ୍ମିଳନୀରେ ଏକ ଆ...

Breaking News
+