ଜାତିସଂଘ ଅଧୀନସ୍ଥବିଶ୍ୱ ପାଣିପାଗ ସଂଗଠନ (WMO)ଏଲ୍ ନିନୋ (El Niño) ପରିସ୍ଥିତିକୁ ନେଇ ଶୁକ୍ରବାର ଏକ ସତର୍କବାଣୀ ଜାରି କରିଛି। WMOର ପୂର୍ବାନୁମାନ ଅନୁସାରେ,ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏଲ୍ ନିନୋ ଦ୍ରୁତ ଶକ୍ତିଶାଳୀ ହେବାର ସମ୍ଭାବନାରହିଛି। ଏହାର ପ୍ରଭାବରେ ବିଶ୍ୱର ଅନେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ସହ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱର ସମସ୍ତ ଦେଶକୁ ସତର୍କ ରହିବା ସହ ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନେବାକୁ WMO ପରାମର୍ଶ ଦେଇଛି।
ଏପରିବେଶରେ ଓଡ଼ିଶାରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି।ଭାରତୀୟ ପାଣିପାଗ ବିଭାଗ (IMD)ପୂର୍ବାନୁମାନ ଅନୁଯାୟୀ, ଆସନ୍ତା୪ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାରୀରୁ ଅତି ଭାରୀ ବର୍ଷାହେବାର ସମ୍ଭାବନା ରହିଛି।
ଆଜି ପାଇଁମାଲକାନଗିରିଓକୋରାପୁଟଜିଲ୍ଲାକୁରେଡ୍ ୱାର୍ଣ୍ଣିଂଜାରି କରାଯାଇଛି। ସେହିପରିନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତିଜିଲ୍ଲା ପାଇଁଅରେଞ୍ଜ ୱାର୍ଣ୍ଣିଂଜାରି ହୋଇଥିବା ବେଳେ ଅନ୍ୟ ୧୨ଟି ଜିଲ୍ଲାକୁୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। କେତେକ ସ୍ଥାନରେ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାହୋଇପାରେ ବୋଲି IMD ସୂଚନା ଦେଇଛି।
ଆସନ୍ତାକାଲି ମଧ୍ୟଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ସହ ଭାରୀରୁ ଅତି ଭାରୀ ବର୍ଷାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହି ବର୍ଷା ଜାରି ରହିଛି।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନ କଣ୍ଠଶିଳ୍ପୀ MS ସୁବ୍ବୁ...
ବଲିଉଡ୍‌ର ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘Go...
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରରେ ଆଉ ଏକ...
ଯଦି ଆପଣ ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଛନ୍ତି,...
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...
ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତା ଅଲ୍ଲୁ ଅର୍ଜୁନଙ...
ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...
ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...
କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
୨୦୨୫ରେ ରିଲିଜ୍ ହୋଇଥିବା‘Saiyaara’ଫିଲ୍ମ ନ...
ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...