ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ୩୪୦ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପୂରଣ ପାଇଁ ନୂଆ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ଗୃହ ବିଭାଗ ଅଧୀନରେ ଓଡ଼ିଶା ସଚିବାଳୟ ସେବା କ୍ୟାଡରର ଗ୍ରୁପ୍-ବି ପଦବୀ ପାଇଁ କରାଯିବ ।
ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।
ଆବେଦନ ତାରିଖ:
OPSC ପକ୍ଷରୁ ଜାରି ସୂଚନା ଅନୁସାରେ, ନଭେମ୍ବର ୯, ୨୦୨୬ରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୩୦, ୨୦୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ମୋଟ ପଦବୀ ଓ ସଂରକ୍ଷଣ:
ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୪୦ଟି ପଦବୀ ପୂରଣ କରାଯିବ। ସେଥିମଧ୍ୟରୁ ୧୧୪ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି।
ବର୍ଗ ଅନୁସାରେ ପଦବୀ ବଣ୍ଟନ:
ସାଧାରଣ ବର୍ଗ (UR): ୧୪୪ଟି (ମହିଳା ୪୮)
SEBC: ୩୮ଟି (ମହିଳା ୧୩)
SC: ୮୧ଟି (ମହିଳା ୨୭)
ST: ୭୭ଟି (ମହିଳା ୨୬)
ଏହା ବ୍ୟତୀତ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ସ୍ଥାୟୀ ଭିନ୍ନକ୍ଷମତା ଥିବା ପ୍ରାର୍ଥୀଙ୍କ ପାଇଁ ୨୫ଟି, ପୂର୍ବତନ ସୈନିକଙ୍କ ପାଇଁ ୧୯ଟି ଏବଂ କ୍ରୀଡ଼ାବିତ୍ଙ୍କ ପାଇଁ ୩ଟି ପଦବୀ ସଂରକ୍ଷିତ ରହିଛି।
ବୟସ ସୀମା:
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୦୨୬ ଜାନୁଆରୀ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୪୨ ବର୍ଷ ହୋଇଥିବା ଆବଶ୍ୟକ। ଅର୍ଥାତ୍ ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରୀ ୧୯୮୪ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୫ ପରେ ହୋଇନଥିବା ଦରକାର।
ଶିକ୍ଷାଗତ ଯୋଗ୍ୟତା:
ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହ କମ୍ପ୍ୟୁଟର ଆପ୍ଲିକେସନ୍ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଥିବା ଦରକାର।
ପରୀକ୍ଷା ଫି:
SC, ST ଏବଂ ଭିନ୍ନକ୍ଷମ (PwD) ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷା ଫି' ଦେବାକୁ ପଡ଼ିବ ନାହିଁ। ଅନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୭୦୦ ଟଙ୍କା ପରୀକ୍ଷା ଫି' ଧାର୍ଯ୍ୟ କରାଯାଇଛି।
ଅନଲାଇନ୍ ମାଧ୍ୟମରେ ଏହି ଫି' ଦାଖଲ କରିବାକୁ ହେବ। ତେବେ ପ୍ରାର୍ଥୀ ଲିଖିତ ପ୍ରାଥମିକ ପରୀକ୍ଷାରେ ପ୍ରକୃତରେ ଉପସ୍ଥିତ ହେଲେ ହିଁ ତାଙ୍କୁ ପରୀକ୍ଷା ଫି' ଫେରସ୍ତ କରାଯିବ। ଫେରସ୍ତ ଟଙ୍କା ମୂଳ ପେମେଣ୍ଟ ମାଧ୍ୟମକୁ ପଠାଯିବ।
ଚୟନ ପ୍ରକ୍ରିୟା:
ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ୍ ଟେଷ୍ଟ ମାଧ୍ୟମରେ କରାଯିବ। ପରୀକ୍ଷାର ବିଷୟବସ୍ତୁ, ସିଲାବସ୍ ଏବଂ ଅନ୍ୟାନ୍ୟ ନିୟମ ସମ୍ପର୍କିତ ବିସ୍ତୃତ ତଥ୍ୟ OPSCର ଲଙ୍ଗ୍ ଆଡଭର୍ଟାଇଜମେଣ୍ଟରେ ଉପଲବ୍ଧ ରହିଛି।
ପରୀକ୍ଷା ତାରିଖ:
OPSC ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ, ASO ପଦବୀ ପାଇଁ ଲିଖିତ ପରୀକ୍ଷା ୧୭ ଜାନୁଆରୀ ୨୦୨୭, ରବିବାର ଦିନ ଅନୁଷ୍ଠିତ ହେବ। ପରୀକ୍ଷାର ସମୟ ଏବଂ କେନ୍ଦ୍ର ସମ୍ପର୍କିତ ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ।
କିପରି କରିବେ ଆବେଦନ?
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ https://www.opsc.gov.in କୁ ଯାଇ ରେଜିଷ୍ଟ୍ରେସନ୍ କରିବା ସହ ଅନଲାଇନ୍ ଆବେଦନ ପୂରଣ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ ଆରମ୍ଭ: ୯ ନଭେମ୍ବର ୨୦୨୬
ଆବେଦନର ଶେଷ ତାରିଖ: ୩୦ ନଭେମ୍ବର ୨୦୨୬ (ଅପରାହ୍ନ ୫ଟା)
ଲିଖିତ ପରୀକ୍ଷା: ୧୭ ଜାନୁଆରୀ ୨୦୨୭
ଅଧିକ ବିବରଣୀ ଏବଂ ଆବେଦନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ।
ଦେଶରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...
AIର ଭରସା କେବଳ ସଠିକ୍ ଉତ୍ତରରେ ନୁହେଁ, ସୁରକ୍ଷା ଓ ନିରପେ...
ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...
ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ତାମିଲନାଡୁ ରାଜନୀତିରେ ଅଭିନେତାରୁ ରାଜନେତା ଏବଂ ଏବେ ମୁଖ୍...