Ketan Agrawal's grandfather Devichand Agrawal passed away after suffering a heart attack following his grandson's death.

କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ନାତିଙ୍କ ମୃତ୍ୟୁ ଶୋକ ସହିପାରିଲେନି ଜେଜେବାପା, ହୃଦଘାତରେ ପରଲୋକ

କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମଧ୍ୟରେ ପରିବାରକୁ ପୁଣି ଏକ ବଡ଼ ଝଟକା ଲାଗିଛି। ନାତିଙ୍କ ମୃତ୍ୟୁର ଶୋକ ସହିନପାରି ୭୧ ବର୍ଷୀୟ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ସମୟରେ ମାମଲାର ତଦନ୍ତରେ ସିୟା ଗୋୟଲଙ୍କ ସ୍ନାପଚାଟ୍ ମେସେଜ୍‌କୁ ନେଇ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ବହୁଚର୍ଚ୍ଚିତକେତନ ଅଗ୍ରୱାଲ ହତ୍ୟାକାଣ୍ଡମାମଲାର ତଦନ୍ତ ଜାରି ଥିବାବେଳେ ଅଗ୍ରୱାଲ ପରିବାର ଉପରେ ପୁଣି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ନାତି କେତନଙ୍କ ମୃତ୍ୟୁ ଶୋକ ସହି ନପାରି ତାଙ୍କର ୭୧ ବର୍ଷୀୟ ଜେଜେବାପାଦେବୀଚାନ୍ଦ ଅଗ୍ରୱାଲଙ୍କର ହୃଦଘାତରେ ପରଲୋକ ହୋଇଛି।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ କିଛି ଦିନ ହେବ ଅସୁସ୍ଥ ଥିବା ସହ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ନାତିଙ୍କ ମୃତ୍ୟୁ ପରେ ସେ ଗଭୀର ମାନସିକ ଆଘାତରେ ଥିଲେ। ନିକଟରେ କେତନଙ୍କୁ ନ୍ୟାୟ ଦାବିରେ ଆୟୋଜିତ କ୍ୟାଣ୍ଡେଲ ମାର୍ଚ୍ଚରେ ମଧ୍ୟ ସେ ଯୋଗ ଦେଇଥିଲେ।

ସେହି କ୍ୟାଣ୍ଡେଲ ମାର୍ଚ୍ଚରେ ଭାବବିହ୍ୱଳ ହୋଇ ସେ କହିଥିଲେ ଯେ ଏହା ଏକ ବଡ଼ ବିଶ୍ୱାସଘାତକତା ଏବଂ ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ।

ଅନ୍ୟପକ୍ଷରେ, ହତ୍ୟାକାଣ୍ଡର ତଦନ୍ତ ସମୟରେ ପୁଲିସ ହାତରେ ମୁଖ୍ୟ ଅଭିଯୁକ୍ତସିୟା ଗୋୟଲଙ୍କ ଏକସ୍ନାପଚାଟ୍ ମେସେଜ୍ଲାଗିଛି। ସୂତ୍ର ଅନୁସାରେ, ସେ ନିଜର ଜଣେ ବାନ୍ଧବୀଙ୍କୁ ପଠାଇଥିବା ମେସେଜ୍ରେ ବିବାହ କେବେ ହେବ ନାହିଁ ବୋଲି ଉଲ୍ଲେଖ କରିଥିବା ସହ ବିବାହ ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ଆଳରେ ଆଧାର କାର୍ଡ ମାଗିଥିବା ଜଣାପଡ଼ିଛି।

ତଦନ୍ତକାରୀ ଅଧିକାରୀଙ୍କ ସନ୍ଦେହ ଅନୁଯାୟୀ, ଏହି ଫ୍ଲାଇଟ୍ ଟିକେଟ୍ ବୁକିଂ କେବଳ ଏକ ଯୋଜନାର ଅଂଶ ଥିଲା। ବିବାହ ପ୍ରସ୍ତୁତି ଚାଲିଥିବା ଭାବନା ସୃଷ୍ଟି କରି ହତ୍ୟା ଷଡ଼ଯନ୍ତ୍ରକୁ ଲୁଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସନ୍ଦେହ କରାଯାଉଛି।

ପୁଲିସ ବର୍ତ୍ତମାନ ସିୟାଙ୍କ ସେହି ବାନ୍ଧବୀଙ୍କୁ ପଚରାଉଚରା କରିବା ପାଇଁ ପ୍ରସ୍ତୁତି ଚଳାଇଛି। ତାଙ୍କ ବୟାନ ପରେ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ସମ୍ପର୍କରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ।

Latest News
Bigg Boss 20ର କାଷ୍ଟିଂକୁ ନେଇ ବଡ଼ ପ୍ରଶ୍ନ: ଏହା କ’ଣ ସତରେ ଏକ ବଡ଼ Casting Fail?

Bigg Boss 20ର କାଷ୍ଟିଂକୁ ନେଇ ବଡ଼...

ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ ଟାର୍ଗେଟ୍; ‘ସିନେମା’ ଷ୍ଟାଇଲ୍‌ରେ ରାଜନୀତିର ନୂଆ ଅଧ୍ୟାୟ

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ...

ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ ମୁସଲିମଙ୍କ ପ୍ରବେଶ ରୋକିବା ଦାବିକୁ ନିତେଶ ରାଣେଙ୍କ ସମର୍ଥନ

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ...

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ ଅଭିନେତା ଶିବ ରାଜକୁମାର

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ...

କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ ହକ୍‌ଙ୍କ ଘରେ ED ଚଢ଼ାଉ, ‘ରାଜନୈତିକ ପ୍ରତିଶୋଧ’ କହିଲା TMC

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ...

ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...

ଡ୍ରେନ୍‌ରୁ କାଢ଼ିବା ବାହାନାରେ ଆସିଲେ, କଥାରେ ଭୁଲାଇ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩ ଭରି ସୁନା ଚେନ୍

ଡ୍ରେନ୍‌ରୁ କାଢ଼ିବା ବାହାନାରେ ଆସିଲେ, କଥାରେ ଭୁଲାଇ...

କୋରାପୁଟ:କଥାରେ ଭୁଲାଇ ଲୁଟ୍ର ନୂଆ ତରିକା। ଡ୍ରେନ୍ରୁ କିଛି...

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ ପସନ୍ଦ ଥିଲେ Nawazuddin Siddiqui: ପ୍ରଯୋଜକ

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ...

‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା: ଜୁଲିଏଟ୍‌ଙ୍କୁ କାହିଁକି ବଦଳାଗଲା କାହାଣୀ? ସିଜନ୍ ୪ରେ କ’ଣ ହେବ

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା:...

ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ, ଜଣଙ୍କ ନିକଟରୁ ନକଲି PMO ପରିଚୟପତ୍ର ଜବତ

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି, ଏକ୍ସ-ହଜବ୍ୟାଣ୍ଡ ଜୟଙ୍କ ଶୁଭେଚ୍ଛା; କହିଲେ- ‘The don is in the house’

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି,...

ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+