ୟୁରୋପରେ ଜୁନ୍ ଶେଷ ଭାଗରେ ଦେଖାଦେଇଥିବା ତୀବ୍ର ହିଟ୍ୱେଭ୍ ମହାଦେଶର ଅନେକ ଦେଶରେ ଗୁରୁତର ପ୍ରଭାବ ପକାଇଛି। ସ୍ପେନରେ କେବଳ ଜୁନ୍ ମାସରେ ଅତ୍ୟଧିକ ଗରମ ଯୋଗୁଁ ୧୦୨୮ ଜଣଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ପ୍ରକାଶ ପାଇଛି।
କାର୍ଲୋସ-୩ ସ୍ୱାସ୍ଥ୍ୟ ସଂସ୍ଥାର ସୂଚନା ଅନୁଯାୟୀ, ଗତ ସପ୍ତାହର ତୀବ୍ର ଗ୍ରୀଷ୍ମପ୍ରବାହ ସମୟରେ ସ୍ପେନରେ ଏହି ମୃତ୍ୟୁ ଘଟିଛି। ଜାତୀୟ ପାଣିପାଗ ସଂସ୍ଥା 'ଆମେଟ୍' କହିଛି ଯେ, ୨୦୨୬ ମସିହାର ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ସମୟ ସ୍ପେନର ଇତିହାସର ସବୁଠାରୁ ଅଧିକ ଉଷ୍ଣ ସମୟ ମଧ୍ୟରୁ ଗୋଟିଏ ରହିଛି। ହାରାହାରି ତାପମାତ୍ରା ସାଧାରଣଠାରୁ ୧.୬ ଡିଗ୍ରୀ ସେଲସିୟସ୍ ଅଧିକ ରେକର୍ଡ ହୋଇଛି।
ଗତବର୍ଷ ଜୁନ୍ ମାସରେ ସ୍ପେନରେ ୪୦୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ବଢ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ ଏହି ହିଟ୍ୱେଭ୍କୁ ‘ନିରବ ହତ୍ୟାକାରୀ’ ବୋଲି କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୧ ପରଠାରୁ ୟୁରୋପରେ ଉଚ୍ଚ ତାପମାତ୍ରା ଯୋଗୁଁ ୧୩୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି।
ଅନ୍ୟପକ୍ଷରେ, ହିଟ୍ୱେଭ୍ ଯୋଗୁଁ ହଙ୍ଗେରୀ ଓ ସ୍ଲୋଭାକିଆରେ ଗୁରୁତର ଜଳ ସଙ୍କଟ ସୃଷ୍ଟି ହୋଇଛି। ଅନେକ ସହର ଓ ପୌରପାଳିକାରେ ଜଳ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ହଙ୍ଗେରୀ ସରକାର ନାଗରିକଙ୍କୁ ଅନାବଶ୍ୟକ ଜଳ ବ୍ୟବହାର ଯଥା ଲନ୍ରେ ପାଣି ଦେବା ଓ କାର୍ ଧୋଇବାରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି।
ସ୍ଲୋଭାକିଆର ନାଇଟ୍ରା ସମେତ ଅନେକ ଅଞ୍ଚଳରେ ପାନୀୟ ଜଳ ଅଭାବ ଦେଖାଦେଇଥିବାରୁ ପ୍ରଶାସନ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ କରୁଛି। ଏହି ପରିସ୍ଥିତି ମଧ୍ୟରେ ବ୍ରିଟେନରେ ମଧ୍ୟ ଜୁଲାଇ ମାସରେ ହିଟ୍ୱେଭ୍ ଜାରି ରହିବାର ଆଶଙ୍କା କରାଯାଇଛି।
ଏହି ପରିପ୍ରେକ୍ଷୀରେ ଫ୍ରାନ୍ସର ଗ୍ରୀନ୍ ପାର୍ଟି ସରକାର ଗ୍ରୀଷ୍ମପ୍ରବାହ ମୁକାବିଲାରେ ବିଫଳ ହୋଇଥିବା ଅଭିଯୋଗ ଆଣି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ଛଟ୍ ପୂଜା ୨୦୨୬କୁ ନଜରରେ ରଖି ବିହାରର ପାଟନାରେ ଗଙ୍ଗା ଘାଟ...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ୱାଶିଂଟନ୍: ଆମେରିକାର ରାଜନୀତିରେ ବଡ଼ ପରିବର୍ତ୍ତନ। ୨୦୨୬...
ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ନୂଆ ମଡେଲ...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ଆଳୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ବ...