ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେଠାକାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ କେବଳ ଏକ ରଣନୀତିକ ଭାଗିଦାରି ନୁହେଁ, ବରଂ ଗଣତନ୍ତ୍ର, ଆଇନର ଶାସନ ଓ ଜନକଲ୍ୟାଣ ଭଳି ସାଧାରଣ ମୂଲ୍ୟବୋଧ ଉପରେ ଆଧାରିତ ଏକ ଦୃଢ଼ ବନ୍ଧନ।
ମୋଦୀ କହିଛନ୍ତି ଯେ,୧୪୦ କୋଟି ଭାରତୀୟଙ୍କ ପକ୍ଷରୁସେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକୀୟ ଜନତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ-ଆମେରିକା ମିତ୍ରତା ବିଶ୍ୱର ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ହୋଇ ରହିଛି।
ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି, ସୁରକ୍ଷା, ନବସୃଷ୍ଟି ଓ ଲୋକ-ଲୋକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ସମୟରେ ଏହି ଭାଗିଦାରି ନୂଆ ଉଚ୍ଚତାକୁ ପହଞ୍ଚିବ ଏବଂ ଉଭୟ ଦେଶର ଲୋକଙ୍କ ପାଇଁ ଅଧିକ ସମୃଦ୍ଧି, ଶାନ୍ତି ଓ ପ୍ରଗତିର ପଥ ପ୍ରଶସ୍ତ କରିବ।
ଶ୍ରୀଜଗନ୍ନାଥ ମନ୍ଦିରରେ ଅନସର ନୀତି ଅନ୍ତର୍ଗତ ଗୁପ୍ତ ସେବା...
ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶକୁ...
ବଙ୍ଗୋପସାଗରରେ ସକ୍ରିୟ ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ସମଗ୍ର...
ଲଗାଣ ବର୍ଷା ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗୋଷ୍ଠୀ ସ୍ୱା...
ଓଡ଼ିଶାରେ ଚାଲିଥିବାସ୍ୱତନ୍ତ୍ର ନିବିଡ଼ ଭୋଟର ତାଲିକା ସଂଶୋ...
ଭୁବନେଶ୍ୱରରବାଣୀବିହାରନିକଟରେ ଡ୍ରେନ୍ରେ ଭାସି ନିଖୋଜ ହୋଇଥ...
ଓଡ଼ିଶାରେ ୧.୦୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ନେଇ ରାଜ୍ୟ ସ...
ଓଡ଼ିଶାରେ ସବୁଜ ଶକ୍ତି (Green Energy) ଓ ସ୍ଥାୟୀ ଶିଳ୍ପ...
ରାଜ୍ୟବାସୀଙ୍କ ପାଇଁ ପୁଣି ଥରେ ପାଣିପାଗ ବିଭାଗ ପକ୍ଷରୁ ବର...
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ୍-ଏ (ଜୁନିୟର ବ୍ର...
ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ...