ବଲିଉଡ୍ର ଲୋକପ୍ରିୟ ଅଭିନେତା ଆମିର ଖାନ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍ଙ୍କ ସହ ଜୁଲାଇ ୫ ତାରିଖରେ ବିବାହ କରିବେ ବୋଲି ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ପ୍ରୀତମ ଆଣ୍ଡ ପେଡ୍ରୋ' ଫିଲ୍ମର ସ୍କ୍ରିନିଂ ଅବସରରେ ସେ ଏହି ସୂଚନା ଦେଇଥିଲେ।
ଆମିର କହିଛନ୍ତି ଯେ, ତାଙ୍କ ବିବାହ କୌଣସି ଭବ୍ୟ ବଲିଉଡ୍ ସମାରୋହ ହେବ ନାହିଁ। ବରଂ ଘରେ ଅତି ସରଳ ଓ ପାରିବାରିକ ପରିବେଶରେ ବିବାହ ଆୟୋଜନ କରାଯିବ। ଏହି ଅବସରରେ କେବଳ ଉଭୟ ପରିବାରର ସଦସ୍ୟ, ପିଲାଦିନର କିଛି ଘନିଷ୍ଠ ବନ୍ଧୁ ଏବଂ ଅତି ନିକଟତମ ଶୁଭେଚ୍ଛୁମାନେ ଉପସ୍ଥିତ ରହିବେ।
ଗଣମାଧ୍ୟମ ସହ କଥାବାର୍ତ୍ତାରେ ଆମିର କହିଥିଲେ ଯେ, ଜୁଲାଇ ୫ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ସେ ଓ ଗୌରୀ ସରଳ ଭାବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ତାଙ୍କ ପାଇଁ ସବୁଠୁ ବଡ଼ ଉପହାର ବୋଲି ସେ କହିଛନ୍ତି।
ଆମିର ଓ ଗୌରୀଙ୍କ ପରିଚୟ ପ୍ରାୟ ୨୫ ବର୍ଷ ପୂର୍ବରୁ ହୋଇଥିଲା। ପରେ ଦୁହେଁ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇପଡ଼ିଥିଲେ। କିଛି ବର୍ଷ ପୂର୍ବରୁ ପୁଣିଥରେ ସେମାନଙ୍କର ଯୋଗାଯୋଗ ହୋଇଥିଲା ଏବଂ ସେହି ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।
ଆମିର ତାଙ୍କ ୬୦ତମ ଜନ୍ମଦିନ ଅବସରରେ ପ୍ରଥମ ଥର ପାଇଁ ଗୌରୀଙ୍କୁ ସାର୍ବଜନୀନ ଭାବେ ନିଜ ପ୍ରେମିକା ଭାବେ ପରିଚୟ କରାଇଥିଲେ। ଗୌରୀ ଜଣେ ପୁଅର ମା' ହୋଇଥିବା ବେଳେ, ଗତ କିଛି ମାସ ଧରି ସେ ଆମିରଙ୍କ ସହ କେତେକ ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଛନ୍ତି। ତେବେ ଉଭୟେ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରିଆସିଛନ୍ତି।
ଦୀର୍ଘ ୨୩ ବର୍ଷର ଆଇନଗତ ଲଢ଼େଇ ପରେ ଝାରସୁଗୁଡ଼ା ଜିଲ୍ଲାର...
ପୂର୍ବତନ ବିଜେଡି ସରକାର ସମୟରେ ହେଲିକପ୍ଟର ବ୍ୟବହାର ପାଇଁ...
ରାଇରାଖୋଲ ଉପକାରାଗାରକୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକ...
ଦୁର୍ଯ୍ୟୋଗ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍...
ଓଡ଼ିଶାରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍...
ଓଡ଼ିଶା ସରକାରଙ୍କ ୪୩ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟ...