କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ହତ୍ୟା ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ବେଳେ ଚାରି ଦିନ ପରେ ନୟାକୋଟ ପୁଲିସ ମୃତଦେହ ଉଦ୍ଧାର କରିଛି । ଏହି ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନାର କୁଶକଳା ଗାଁର କାଳିଆଡ଼ିହି ସାହିରେ ଘଟିଥିବା ସୂଚନା ମିଳିଛି ।
ମୃତ ମହିଳାଙ୍କ ନାମ ମେଂଜତି ମୁଣ୍ଡା। ତାଙ୍କ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ପୁଲିସ ଅଟକ ରଖିଛି । ଘଟଣାସ୍ଥଳରେ ପହଞ୍ଚି ନୟାକୋଟ ପୁଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗଲୁ ମୁଣ୍ଡା ମଙ୍ଗଳବାର ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲେ। ମେଂଜତି ମୁଣ୍ଡା ମଧ୍ୟ ନିଶାସକ୍ତ ଥିବା କୁହାଯାଉଛି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଅଭିଯୋଗ ଅନୁଯାୟୀ, ଏହି ବଚସା ପରେ ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଘଟଣା ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ରହିଛି । ଚାରି ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗ ନେଇ ପୁଲିସର ତଦନ୍ତ ଜାରି ରହିଛି ।
ନୂଆଦିଲ୍ଲୀ: ମହାକାଶରେ AI ଡାଟା ସେଣ୍ଟର୍ ନିର୍ମାଣ କରିବାର...
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...
ନୂଆଦିଲ୍ଲୀ: IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରିକୁ ନେ...
ଟାଟା ଗ୍ରୁପ୍‌ର ମାଲିକାନା ଓ ଆର୍ଥିକ ଢାଞ୍ଚାରେ ବଡ଼...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୮ ମସିହାର...
ନୂଆଦିଲ୍ଲୀ: ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...