ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ବିଶେଷକରି ଅରୁଣାଚଳ ପ୍ରଦେଶ ଓ ଆସାମରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ଅରୁଣାଚଳ ପ୍ରଦେଶରେ ବର୍ଷାଜନିତ ବିଭିନ୍ନ ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଶତାଧିକ ପରିବାର ବାସହରା ହୋଇଛନ୍ତି। ସେପଟେ ଆସାମର ୨୮ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଦେଖାଦେଇଛି ଏବଂ ଏକ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।
ସିଆଙ୍ଗ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ସେଠାରେ ପ୍ରାୟ ୪୮ ହଜାର ଲୋକ ବନ୍ୟା ଓ ବର୍ଷାର କଷ୍ଟ ଭୋଗୁଛନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ବନ୍ୟା ପରିସ୍ଥିତିର ଆକଳନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି।
ପ୍ରଭାବିତ ଅଞ୍ଚଳରେ NDRF, SDRF, ରାଜ୍ୟ ପୁଲିସ, ଭାରତୀୟ ବାୟୁସେନା, ବେସାମରିକ ହେଲିକପ୍ଟର ସେବା ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି।
କେଇ ପାନିୟୋର ଏବଂ ନିମ୍ନ ଦିବାଙ୍ଗ ଉପତ୍ୟକା ଅଞ୍ଚଳରୁ ଫସି ରହିଥିବା ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏହାସହ ବନ୍ୟା ପ୍ରଭାବିତ ପରିବାରଙ୍କୁ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଥିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
AIର ଭରସା କେବଳ ସଠିକ୍ ଉତ୍ତରରେ ନୁହେଁ, ସୁରକ୍ଷା ଓ ନିରପେ...
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବ...
ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ନୂଆଦିଲ୍ଲୀ: ଆମ ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଲ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି।...