ଭୋଗରାଇ: ଭୋଗରାଇ ଅଞ୍ଚଳରୁ ୫ଟି ଓରାଂଉଟାନ୍ ଉଦ୍ଧାର ଘଟଣାକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଓରାଂଉଟାନ୍ଗୁଡ଼ିକ ଠାବ ହେବାର ପୂର୍ବ ରାତିରେ ସେହି ଜଙ୍ଗଲ ରାସ୍ତାରେ ଏକ କଳା ରଙ୍ଗର ଥାର୍ ଯିବା-ଆସିବା କରିଥିବା ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଓରାଂଉଟାନ୍ଗୁଡ଼ିକୁ କିଏ ଆଣି ଜଙ୍ଗଲରେ ଛାଡ଼ିଥିଲା, ସେନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି।
CCTV ଫୁଟେଜ୍ ଅନୁଯାୟୀ, ରାତି ପ୍ରାୟ ୧୧ଟା ୨୫ ମିନିଟ୍ରେ କଳା ରଙ୍ଗର ଥାର୍ଟି ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବେଳେ ପ୍ରାୟ ୧୧ଟା ୪୦ ମିନିଟ୍ରେ ସେହି ରାସ୍ତା ଦେଇ ଫେରିଥିବା ଦୃଶ୍ୟ ରହିଛି। ଅତି କମ୍ ସମୟ ବ୍ୟବଧାନରେ ଗାଡ଼ିଟିର ଯିବା ଓ ଫେରିବା ଘଟଣା ଏବେ ତଦନ୍ତକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇପାରେ।
ସନ୍ଦେହ କରାଯାଉଛି ଯେ, ଉକ୍ତ ଗାଡ଼ିରେ କେହି ବିଦେଶୀ ଜନ୍ତୁଙ୍କୁ ଆଣି ଜଙ୍ଗଲ ଅଞ୍ଚଳରେ ଛାଡ଼ିଥାଇ ପାରନ୍ତି। ତେବେ ଏହାର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ସମୟରେ ସେହି ଅଞ୍ଚଳରେ ଏକ କଳା ରଙ୍ଗର ଗାଡ଼ି ଯାତାୟାତ କରୁଥିବା ସେମାନେ ଦେଖିଥିଲେ। ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତିରେ କିଏ ଏବଂ କାହିଁକି ଯାତାୟାତ କରୁଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ସ୍ଥାନୀୟ ଲୋକେ ବନ ବିଭାଗର ପାଟ୍ରୋଲିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ସାଧାରଣତଃ ଏହି ଅଞ୍ଚଳରେ ବନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀଙ୍କ ପାଟ୍ରୋଲିଂ ଦେଖିବାକୁ ମିଳେ ନାହିଁ। ତେବେ ଓରାଂଉଟାନ୍ ଠାବ ହେବା ସମୟରେ ହଠାତ୍ ବନ ବିଭାଗର ଟିମ୍ ସେଠାରେ କାହିଁକି ପହଞ୍ଚିଥିଲା, ତାହା ନେଇ ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଆଉ ଏକ ଅଭିଯୋଗ ହେଉଛି, ଓରାଂଉଟାନ୍ଙ୍କୁ ଦେଖିବା ପରେ ଏ ବିଷୟରେ କାହାକୁ ନକହିବା ପାଇଁ କୁହାଯାଇଥିଲା। ଏହି ଅଭିଯୋଗର ସତ୍ୟତା ଏବଂ ଏହା ପଛର ପ୍ରକୃତ କାରଣ ମଧ୍ୟ ତଦନ୍ତରେ ସ୍ପଷ୍ଟ ହେବା ଆବଶ୍ୟକ।
ଘଟଣାର ପ୍ରକୃତ ରହସ୍ୟ ଖୋଲିବା ପାଇଁ CCTV ଫୁଟେଜ୍, ଗାଡ଼ିର ପରିଚୟ, ଓରାଂଉଟାନ୍ଗୁଡ଼ିକର ଉତ୍ସ ଏବଂ ସେମାନଙ୍କୁ ଭୋଗରାଇ ପର୍ଯ୍ୟନ୍ତ କିପରି ଅଣାଗଲା—ଏସବୁ ଦିଗରେ ତଦନ୍ତ ଆବଶ୍ୟକ। ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ଏହି ଚାଞ୍ଚଲ୍ୟକର ଘଟଣା ପଛର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।
ମୁମ୍ବାଇ:ଭାରତୀୟ ଶେୟାର ବଜାରରେ ପୁଣି ଥରେ ବଡ଼ ଧରଣର ଚାପ...
ଦେଶର ବିଶିଷ୍ଟ ବୈଜ୍ଞାନିକ ତଥାଭାରତ ରତ୍ନ ପୁରସ୍କାରପ୍ରାପ୍...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ମୁମ୍ବାଇ:ଭାରତର ଫିନ୍ଟେକ୍ କ୍ଷେତ୍ରର ସଫଳତା କେବଳ ଡିଜିଟ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ବନ୍ୟାର ଭୟାବହତାରୁ ନେପାଳ ମୁକୁଳିନଥିବା ବେଳେ ଏବେ ଭୂକମ୍ପ...
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...
ନୂଆଦିଲ୍ଲୀ:କେବଳ ପ୍ରଶ୍ନର ଉତ୍ତର ଦେବା ନୁହେଁ, ଏବେ ଆପଣଙ୍...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...