ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo’**ର ସିଜନ୍ ୩କୁ ନେଇ ସୃଷ୍ଟିକର୍ତ୍ତା ଗ୍ରାହାମ୍ ୟୋଷ୍ଟ ବଡ଼ ଖୁଲାସା କରିଛନ୍ତି। ହ୍ୟୁ ହୋୱିଙ୍କ ଲୋକପ୍ରିୟ ଡିଷ୍ଟୋପିଆନ୍ ଟ୍ରିଲୋଜି ଉପରେ ଆଧାରିତ ଏହି ସିରିଜ୍ରେ ରେବେକା ଫର୍ଗୁସନ୍ଙ୍କ ଚରିତ୍ର ଜୁଲିଏଟ୍ ନିକୋଲ୍ସଙ୍କ କାହାଣୀକୁ କେନ୍ଦ୍ରରେ ରଖାଯାଇଛି।
ୟୋଷ୍ଟ କହିଛନ୍ତି ଯେ ସିଜନ୍ ୩ରେ ହ୍ୟୁ ହୋୱିଙ୍କ ଦ୍ୱିତୀୟ ବହିର ଅନେକ ଅଂଶକୁ ଆଧାର କରାଯାଇଥିଲେ ମଧ୍ୟ କାହାଣୀକୁ ପରଦା ପାଇଁ ଆବଶ୍ୟକ ଅନୁସାରେ ବଦଳାଯାଇଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଜୁଲିଏଟ୍ଙ୍କୁ କାହାଣୀରୁ ଦୂରେ ରଖିବାକୁ ନିର୍ମାତାମାନେ ଚାହୁଁନଥିଲେ।
ମୂଳ ବହିରେ ଜୁଲିଏଟ୍ ଶେଷ ଆଡ଼କୁ ଆସୁଥିବା ବେଳେ ସିରିଜ୍ରେ ରେବେକା ଫର୍ଗୁସନ୍ଙ୍କ ଉପସ୍ଥିତିକୁ ଆରମ୍ଭରୁ ରଖିବା ପାଇଁ କାହାଣୀରେ ପରିବର୍ତ୍ତନ କରାଯାଇଛି। ୟୋଷ୍ଟଙ୍କ କହିବା ଅନୁସାରେ, ଏହା ଲେଖକମାନଙ୍କୁ ଜୁଲିଏଟ୍ଙ୍କ ଚରିତ୍ରକୁ ଆହୁରି ବିସ୍ତାର କରିବାର ସୁଯୋଗ ଦେଇଛି।
ସିଜନ୍ ୩ରେସ୍ମୃତି ଏକ ଗୁରୁତ୍ୱପୂର୍ଣ୍ଣ ଥିମ୍ଭାବେ ସାମ୍ନାକୁ ଆସିଛି। ଜୁଲିଏଟ୍ଙ୍କ ସ୍ମୃତିକୁ ନଷ୍ଟ କରି ତାଙ୍କୁ ନିୟନ୍ତ୍ରଣ କରିବାର ଚେଷ୍ଟା କାହାଣୀର ଏକ ବଡ଼ ଅଂଶ।
ତାଙ୍କ ସ୍ମୃତି କିପରି ଫେରିବ ଏବଂ ଏହା ପରେ କ’ଣ ଘଟିବ, ତାହାକୁ ନେଇ ସିଜନ୍ ୩ରେ କାହାଣୀ ଆଗକୁ ବଢ଼ିଛି।
ଏହା ସହିତ ଡୋନାଲ୍ଡଙ୍କ ଚରିତ୍ରକୁ ଡାନିଏଲ୍ କରିବା ଭଳି କିଛି ପରିବର୍ତ୍ତନ ମଧ୍ୟ କାହାଣୀର ଆବଶ୍ୟକତା ଅନୁସାରେ କରାଯାଇଛି।
ୟୋଷ୍ଟଙ୍କ ମତରେ, ‘Silo’ କେବଳ ଭବିଷ୍ୟତର ଏକ ଅଜବ ଦୁନିଆ କିମ୍ବା ସାଇ-ଫାଇ କାହାଣୀ ନୁହେଁ। ଏହାର ସଫଳତାର ମୁଖ୍ୟ କାରଣ ହେଉଛି ଦର୍ଶକ ଚରିତ୍ରମାନଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ି ହୋଇପାରୁଛନ୍ତି।
ଲେଖକ ଓ ଅଭିନେତାମାନଙ୍କ ମିଳିତ ଚେଷ୍ଟାରେ ଚରିତ୍ରଗୁଡ଼ିକୁ ଅଧିକ ବାସ୍ତବ ଏବଂ ମାନବୀୟ କରାଯାଉଛି। ୟୋଷ୍ଟ ‘Lord of the Rings’ର ଉଦାହରଣ ଦେଇ କହିଛନ୍ତି ଯେ ଭଲ ସାଇ-ଫାଇ କିମ୍ବା ଫ୍ୟାଣ୍ଟାସି କାହାଣୀରେ ଦର୍ଶକ ଚରିତ୍ରମାନଙ୍କ ପାଇଁ ଚିନ୍ତା କରିବା ଦରକାର।
‘Silo’ର ରହସ୍ୟକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଥିଓରୀ ରହିଛି। ୟୋଷ୍ଟ କହିଛନ୍ତି ଯେ ପ୍ରତି ସିଜନ୍ରେ କିଛି ପ୍ରଶ୍ନର ଉତ୍ତର ଦେବା ସହ ନୂଆ ପ୍ରଶ୍ନ ମଧ୍ୟ ସୃଷ୍ଟି କରିବା ଆବଶ୍ୟକ। ତାଙ୍କ ଅନୁସାରେ, ଦର୍ଶକଙ୍କୁ କେବଳ ରହସ୍ୟରେ ରଖି ଦେବା ଠିକ୍ ନୁହେଁ।
ସିଜନ୍ ୩ ଶେଷରେ ଜୁଲିଏଟ୍ ପୁଣି ନିଜ ପରିଚିତ ରୂପକୁ ଫେରିଥିବା ୟୋଷ୍ଟ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ,ସିଜନ୍ ୪ର ପ୍ରଥମ ଦୃଶ୍ୟରୁ ଶେଷ ପର୍ଯ୍ୟନ୍ତ ଦର୍ଶକ ଜୁଲିଏଟ୍ଙ୍କୁ ତାଙ୍କ ପରିଚିତ ରୂପରେ ଦେଖିବେ।
ୟୋଷ୍ଟଙ୍କ ସବୁଠାରୁ ବଡ଼ ଖୁଲାସା ହେଉଛି—‘Silo’ ସିଜନ୍ ୪ର ସୁଟିଂ ଆଗରୁ ଶେଷ ହୋଇସାରିଛି।ସିଜନ୍ ୩ର ପ୍ରତିକ୍ରିୟା ଦେଖି କାହାଣୀ ବଦଳାଇବାର ସୁଯୋଗ ତେଣୁ ନିର୍ମାତାଙ୍କ ପାଖରେ ନାହିଁ।
ସିଜନ୍ ୪ର ଭିଜୁଆଲ୍ ଇଫେକ୍ଟସ୍ ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗୁଥିବାରୁ ସୁଟିଂ ପୂର୍ବରୁ ଶେଷ କରିବାକୁ ପଡ଼ିଥିଲା ବୋଲି ୟୋଷ୍ଟ କହିଛନ୍ତି।
ସେ ନିଜେ ରିଭ୍ୟୁ ପଢ଼ିବାରୁ ମଧ୍ୟ ଦୂରେ ରହିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ, ଗୋଟିଏ ନକାରାତ୍ମକ ରିଭ୍ୟୁ ଉପରେ ନଜର ପଡ଼ିଗଲେ ତାହା ମନରେ ରହିଯାଇପାରେ।
‘Silo’ ସିଜନ୍ ୩ ବର୍ତ୍ତମାନ Apple TV+ରେ ଷ୍ଟ୍ରିମିଂ ହେଉଛି।
ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିର...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆସାମ ସରକାରଙ୍କୁ ବଡ଼...
ଆସାମରେ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଲାଗିଛି। ସକାଳ...
ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...