ଆସିଲା Metaର ନୂଆ AI ଏଜେଣ୍ଟ ‘Muse’; ନିଜେ ବୁକ୍ କରିବ ଟ୍ରିପ୍‌, ପଠାଇବ ଇମେଲ୍‌, କରିବ ଅନଲାଇନ୍ ସପିଂ

ଚାଟ୍‌ବଟ୍ ପରେ ଏବେ AI ଏଜେଣ୍ଟ ଦୁନିଆରେ ବଡ଼ ପଦକ୍ଷେପ ନେଇଛି Meta। କମ୍ପାନୀ ‘Muse’ ନାମରେ ଏକ ନୂଆ AI ଆସିଷ୍ଟାଣ୍ଟ ଲଞ୍ଚ କରିଛି, ଯାହା ୟୁଜରଙ୍କ ନିର୍ଦ୍ଦେଶ ପାଇବା ପରେ ଇମେଲ୍ ପଠାଇବା, ଟ୍ରାଭେଲ୍ ବୁକିଂ, ସିଡ୍ୟୁଲ୍ ପରିଚାଳନା ଓ ଅନଲାଇନ୍ ସପିଂ ଭଳି କାମ ନିଜେ କରିପାରିବ।
Meta Muse AI agent that can book trips, send emails and shop online
Meta Muse AI agent that can book trips, send emails and shop online

ନୂଆଦିଲ୍ଲୀ:କେବଳ ପ୍ରଶ୍ନର ଉତ୍ତର ଦେବା ନୁହେଁ, ଏବେ ଆପଣଙ୍କ ପାଇଁନିଜେ ଡିଜିଟାଲ୍ କାମ କରିବ AI। ଏହି ଦିଗରେ ବଡ଼ ପଦକ୍ଷେପ ନେଇ Meta ଲଞ୍ଚ କରିଛି ନୂଆ AI ଏଜେଣ୍ଟ‘Muse’। ଏହା ଏଭଳି ଭାବେ ଡିଜାଇନ୍ ହୋଇଛି ଯେ ୟୁଜରଙ୍କ ନିର୍ଦ୍ଦେଶ ପାଇବା ପରେ ଅନେକ ଦୈନନ୍ଦିନ ଡିଜିଟାଲ୍ କାମ ନିଜେ ସମ୍ପନ୍ନ କରିପାରିବ।

Meta ଅନୁସାରେ, Muse ଇମେଲ୍ ପଠାଇବା, ଯାତ୍ରା ବୁକ୍ କରିବା, ସିଡ୍ୟୁଲ୍ ପରିଚାଳନା, ଅନଲାଇନ୍ ସପିଂ ସମେତ ବିଭିନ୍ନ ଦୈନନ୍ଦିନ କାମ କରିପାରିବ। ପ୍ରାରମ୍ଭିକ ଭାବେ ଏହି ସେବାଆମେରିକାର ବୟସ୍କ ୟୁଜରଙ୍କପାଇଁ ଉପଲବ୍ଧ ହୋଇଛି। Museକୁ ଏକ ସ୍ୱତନ୍ତ୍ର ଆପ୍ ସହ MetaରWhatsAppପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ବ୍ୟବହାର କରାଯାଇପାରିବ।

ଚାଟ୍ବଟ୍ଠାରୁ କେମିତି ଅଲଗା Muse?

ସାଧାରଣ AI ଚାଟ୍ବଟ୍ ମୁଖ୍ୟତଃ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦିଏ। କିନ୍ତୁMuse ଏକ AI Agentଭାବେ କାମ କରିବ। ଅର୍ଥାତ୍, ଆପଣ କୌଣସି କାମ କରିବାକୁ କହିଲେ ଏହା ପଛରେ କାମ ଜାରି ରଖି ଆବଶ୍ୟକ ଡିଜିଟାଲ୍ ସେବାଗୁଡ଼ିକ ସହ ଇଣ୍ଟରାକ୍ଟ କରିପାରିବ।

Muse ଏକ ଡେଡିକେଟେଡ୍Virtual Machineମାଧ୍ୟମରେ କାମ କରେ। ଏଥିରେ ବ୍ରାଉଜର, CPU, ମେମୋରୀ ଓ ଷ୍ଟୋରେଜ୍ ରହିଛି। ଏହା ଜରିଆରେ AI ଇମେଲ୍, କ୍ୟାଲେଣ୍ଡର, ପେମେଣ୍ଟ ପ୍ଲାଟଫର୍ମ, ଶପିଂ ଆପ୍ ଏବଂ ସ୍ମାର୍ଟ-ହୋମ୍ ସିଷ୍ଟମ୍ ଭଳି ସେବା ସହ କାମ କରିପାରିବ।

ୟୁଜରଙ୍କ ହାତରେ ରହିବ ଡାଟା ଆକ୍ସେସ୍

Meta କହିଛି,Muse କେଉଁ ଆପ୍ କିମ୍ବା ସେବାକୁ ଆକ୍ସେସ୍ କରିପାରିବ, ତାହା ୟୁଜର ନିଜେ ନିର୍ଦ୍ଧାରଣ କରିବେ।ଆବଶ୍ୟକ ହେଲେ ଯେକୌଣସି ସମୟରେ ଅନୁମତି ପ୍ରତ୍ୟାହାର ମଧ୍ୟ କରିପାରିବେ।

Meta CEOମାର୍କ ଜୁକରବର୍ଗକହିଛନ୍ତି ଯେ Museକୁ ପ୍ରାଇଭେସି ଓ ସିକ୍ୟୁରିଟିକୁ ଗୁରୁତ୍ୱ ଦେଇ ତିଆରି କରାଯାଇଛି। ୟୁଜରଙ୍କ ଡାଟା ଓ କ୍ରେଡେନ୍ସିଆଲ୍ଗୁଡ଼ିକ Muse Secure VM ଭିତରେ ରହିବ।

ଏଥିସହ ନିଜ କଥାବାର୍ତ୍ତାକୁ Metaର AI ମଡେଲ୍ ଟ୍ରେନିଂରେ ବ୍ୟବହାର ନକରିବା ପାଇଁ ମଧ୍ୟ ୟୁଜରଙ୍କୁ ବିକଳ୍ପ ଦିଆଯିବ। ଚଳିତ ବର୍ଷ ପରେ ଏହାର ଏକEncrypted Versionଆଣିବାକୁ Meta ଯୋଜନା କରୁଛି।

Free ଓ Paid Version ମଧ୍ୟ ରହିବ

Meta Museର ଏକFree Versionଲଞ୍ଚ କରିଛି। ଏହା ସହ ଅଧିକ ବ୍ୟବହାର ଆବଶ୍ୟକ କରୁଥିବା ୟୁଜରଙ୍କ ପାଇଁ Paid Subscription Tier ମଧ୍ୟ ରହିବ।

ଭବିଷ୍ୟତରେ Meta ଏହି AI ଏଜେଣ୍ଟକୁ ନିଜରSmart Glassesପ୍ଲାଟଫର୍ମରେ ମଧ୍ୟ ଆଣିବାକୁ ଯୋଜନା କରୁଛି।

AIରେ ‘Personal Superintelligence’ ଲକ୍ଷ୍ୟ

Meta AI ଏଜେଣ୍ଟ ଟେକ୍ନୋଲୋଜିରେ ବଡ଼ ନିବେଶ କରୁଛି। ମାର୍କ ଜୁକରବର୍ଗ ଏହାକୁ ଭବିଷ୍ୟତର“Personal Superintelligence”ଦିଗରେ ଏକ ପଦକ୍ଷେପ ଭାବେ ଦେଖୁଛନ୍ତି।

କେବଳ ଚାଟ୍ କରିବା ପରିବର୍ତ୍ତେ ମଣିଷଙ୍କ ପକ୍ଷରୁ ବାସ୍ତବ ଡିଜିଟାଲ୍ କାମ କରିପାରୁଥିବା AI ବିକଶିତ କରିବାକୁ ବର୍ତ୍ତମାନ ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

ସୁରକ୍ଷାକୁ ନେଇ Metaର ବଡ଼ ଚ୍ୟାଲେଞ୍ଜ

AIକୁ ୟୁଜରଙ୍କ ବ୍ୟକ୍ତିଗତ ଡାଟା ଓ ଡିଜିଟାଲ୍ ଆକାଉଣ୍ଟର ଆକ୍ସେସ୍ ଦେବାରେ ସୁରକ୍ଷା ଓ ପ୍ରାଇଭେସି ଝୁମ୍ପ ରହିଛି ବୋଲି Meta ମଧ୍ୟ ସ୍ୱୀକାର କରିଛି।

ଏହି କାରଣରୁ Museର ଲଞ୍ଚକୁ କିଛି ସମୟ ବିଳମ୍ବ କରି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଥିଲା। କିଛି ସମ୍ବେଦନଶୀଳ କାମ କରିବା ପୂର୍ବରୁ ମନିଟରିଂ ସିଷ୍ଟମ୍ ତାହାକୁ ଯାଞ୍ଚ କରିବ ଏବଂ ଆବଶ୍ୟକ ହେଲେ ୟୁଜରଙ୍କ ଅନୁମତି ନିଆଯିବ।

Meta ପାଇଁ ଏହି ଲଞ୍ଚ କେବଳ ଆଉ ଏକ AI ଚାଟ୍ବଟ୍ ନୁହେଁ।AI ଯେଉଁଠି କେବଳ ଉତ୍ତର ଦେବ ନାହିଁ, ବରଂ ଆପଣଙ୍କ ପାଇଁ କାମ ମଧ୍ୟ କରିବ—Muse ସେହି ଭବିଷ୍ୟତ ଦିଗରେ Metaର ଏକ ବଡ଼ ପଦକ୍ଷେପ।

LIVE TV
LIVE
Latest News
ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି ପ୍ରକାଶ ପାଇବା ସମ୍ଭାବନା! cisce.orgରେ ଚେକ୍ କରିପାରିବେ ଛାତ୍ରଛାତ୍ରୀ

ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି...

ନୂଆଦିଲ୍ଲୀ: ICSE ଓ ISC ବୋର୍ଡ ପରୀକ୍ଷା ୨୦୨୭କୁ ଅପେକ୍ଷା...

ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଲିମ୍ପିଆଡ୍‌ରେ ଭାରତର ଦମଦାର ପ୍ରଦର୍ଶନ! ଜିତିଲେ ୫ ପଦକ, ୨ ସ୍ୱର୍ଣ୍ଣ ସହ ୨ ରୌପ୍ୟ ଓ ୧ ବ୍ରୋଞ୍ଜ

ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଲିମ୍ପିଆଡ୍‌ରେ ଭାରତର ଦମଦାର ପ୍ରଦର୍ଶନ!...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ଛ...

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା ୧.୧୧ ଲକ୍ଷ ଟିକେଟ୍, ପଛରେ ପଡ଼ିଲା ‘ଧୁରନ୍ଧର ୨’ ଓ ‘ପୁଷ୍ପା ୨’!

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା...

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

ଆଧାର କାର୍ଡ ନାହିଁ ତ ଚିନ୍ତା ନାହିଁ! JEE Main 2027 ପାଇଁ ପାସପୋର୍ଟରେ ଆବେଦନ କରିପାରିବେ NRI ଛାତ୍ରଛାତ୍ରୀ

ଆଧାର କାର୍ଡ ନାହିଁ ତ ଚିନ୍ତା ନାହିଁ!...

ନୂଆଦିଲ୍ଲୀ: JEE Main 2027 ପରୀକ୍ଷା ପାଇଁ ଆବେଦନ କରୁଥିବ...

୨୩ ଦିନ ପରେ ଗଞ୍ଜାମରେ ଖୋଲିଲା ସ୍କୁଲ! ବନ୍ୟାରେ ୪୯୮ ବିଦ୍ୟାଳୟ କ୍ଷତିଗ୍ରସ୍ତ, କାଦୁଅରେ ପୋତି ହୋଇଛି ଶ୍ରେଣୀଗୃହ

୨୩ ଦିନ ପରେ ଗଞ୍ଜାମରେ ଖୋଲିଲା ସ୍କୁଲ!...

ବ୍ରହ୍ମପୁର: ଦୀର୍ଘ ୨୩ ଦିନର ଅପେକ୍ଷା ପରେ ଗଞ୍ଜାମ ଜିଲ୍ଲା...

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା!

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ...

ଦୀପାବଳି ପରେ ଖସିବ ରାତି ତାପମାତ୍ରା ଭୁବନେଶ୍ୱର: ଦୀପା...

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା! ନଭେମ୍ବର ୧୩ରେ ସୃଷ୍ଟି ହୋଇପାରେ ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା! ନଭେମ୍ବର ୧୩ରେ...

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+