ନୂଆଦିଲ୍ଲୀ: JEE Main 2027 ପରୀକ୍ଷା ପାଇଁ ଆବେଦନ କରୁଥିବା NRI ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଧାର କାର୍ଡ ନଥିବା କାରଣରୁ ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାରେ ଅସୁବିଧା ଭୋଗୁଥିଲେ, ସେମାନଙ୍କ ପାଇଁ ନୂଆ ବ୍ୟବସ୍ଥା ସ୍ପଷ୍ଟ କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ବୈଧ ଭାରତୀୟ ପାସପୋର୍ଟ ଥିବା ଯୋଗ୍ୟ NRI ପ୍ରାର୍ଥୀମାନେ ଏବେ ଆଧାର କାର୍ଡ ବିନା ମଧ୍ୟ JEE Main 2027ର ପ୍ରଥମ ସେସନ୍ ପାଇଁ ଆବେଦନ କରିପାରିବେ।
NTA ପକ୍ଷରୁ ଏହି ସୁବିଧା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିପାଇଁ ଆବେଦନ ପୋର୍ଟାଲ୍ରେ NRI ପ୍ରାର୍ଥୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବିକଳ୍ପ ରଖାଯାଇଛି।
ଆଧାର କାର୍ଡ ନଥିବା ଯୋଗ୍ୟ NRI ପ୍ରାର୍ଥୀମାନେ ନିମ୍ନଲିଖିତ ପ୍ରକ୍ରିୟାରେ ଆବେଦନ କରିପାରିବେ:
ପ୍ରଥମେ ଅଫିସିଆଲ୍ ୱେବସାଇଟ୍jeemain.nta.nic.inକୁ ଯାଆନ୍ତୁ।
JEE Main 2027 Session 1 ରେଜିଷ୍ଟ୍ରେସନ୍ ପୋର୍ଟାଲ୍ ଖୋଲନ୍ତୁ।
‘Apply through the NRI (Having No Aadhaar)’ ବିକଳ୍ପ ଚୟନ କରନ୍ତୁ।
ଆବଶ୍ୟକ ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ପୂରଣ କରନ୍ତୁ।
ବୈଧ ଭାରତୀୟ ପାସପୋର୍ଟ ସମ୍ପର୍କିତ ତଥ୍ୟ ଦେଇ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।
ଆବଶ୍ୟକ ଦସ୍ତାବିଜ୍ ଅପଲୋଡ୍ କରି ଫି’ ଦାଖଲ କରନ୍ତୁ ଏବଂ ଫର୍ମ ସବମିଟ୍ କରନ୍ତୁ।
ଆବେଦନ ସଫଳ ହେବା ପରେ କନଫର୍ମେସନ୍ ପେଜ୍ ଡାଉନଲୋଡ୍ କରି ରଖିବାକୁ NTA ପରାମର୍ଶ ଦେଇଛି।
|
କାର୍ଯ୍ୟକ୍ରମ |
ତାରିଖ |
|---|---|
|
ଆବେଦନ ଆରମ୍ଭ |
୨୪ ଅକ୍ଟୋବର ୨୦୨୬ |
|
ବିନା ଜରିମାନାରେ ଆବେଦନର ଶେଷ ତାରିଖ |
୨୨ ନଭେମ୍ବର ୨୦୨୬ |
|
ଜରିମାନା ସହ ଆବେଦନ |
୨୩ରୁ ୨୬ ନଭେମ୍ବର ୨୦୨୬ |
|
ଆବେଦନ ସଂଶୋଧନ ସୁଯୋଗ |
୨୭ରୁ ୨୯ ନଭେମ୍ବର ୨୦୨୬ |
|
ପ୍ରଥମ ସେସନ୍ ପରୀକ୍ଷା |
୨୦, ୨୧, ୨୨, ୨୩, ୨୪ ଓ ୨୮ ଜାନୁଆରୀ ୨୦୨୭ |
ଏହି ନୂଆ ବ୍ୟବସ୍ଥା ସମସ୍ତ JEE Main ପ୍ରାର୍ଥୀଙ୍କ ପାଇଁ ନୁହେଁ। ଏହା ବିଶେଷ ଭାବେ ଆଧାର କାର୍ଡ ନଥିବା ଏବଂ ବୈଧ ଭାରତୀୟ ପାସପୋର୍ଟ ରଖିଥିବା ଯୋଗ୍ୟ NRI ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଆବେଦନ କରିବା ପୂର୍ବରୁ ନିଜ ଯୋଗ୍ୟତା ଓ NTAର ଅଫିସିଆଲ୍ ନିର୍ଦ୍ଦେଶାବଳୀ ଯାଞ୍ଚ କରିବା ଜରୁରୀ।
ଅଧିକ ସୂଚନା ଓ ଆବେଦନ ପାଇଁ ପ୍ରାର୍ଥୀମାନେ NTAର ଅଫିସିଆଲ୍ ୱେବସାଇଟ୍କୁ ଯାଇପାରିବେ।
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...
ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...
ଗଞ୍ଜାମ: ବାତ୍ୟା ‘ଆର୍ନବ’ ପରବର୍ତ୍ତୀ ରିଲିଫ...
କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...
ଭୁବନେଶ୍ୱର: ରାଜ୍ୟର ଶିକ୍ଷା, ନିଯୁକ୍ତି, କୃଷି, ଜଳସମ୍ପଦ...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...
ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଉପନିର୍ବାଚନରେ ମୁମ୍ବା...
ଉତ୍ତରପ୍ରଦେଶରେ ଜଣେ ମହିଳା ବକ୍ସରଙ୍କ ରହସ୍ୟଜନକ ମୃତ୍ୟୁକୁ...