ବାତ୍ୟା ‘ଆର୍ନବ’ ସହାୟତା ବଣ୍ଟନରେ ଅନିୟମିତତା ଅଭିଯୋଗ! ସାନଖେମୁଣ୍ଡିରେ ବିଜେଡିର ବିକ୍ଷୋଭ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍‌ରେ ବାତ୍ୟା ‘ଆର୍ନବ’ ପ୍ରଭାବିତ ପରିବାରଙ୍କୁ ରିଲିଫ୍ ବଣ୍ଟନରେ ଅବହେଳା ଓ ପାତରଅନ୍ତର ହେଉଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି।
Cyclone Arnab
Cyclone Arnab

ଗଞ୍ଜାମ: ବାତ୍ୟା ‘ଆର୍ନବ’ ପରବର୍ତ୍ତୀ ରିଲିଫ୍ ବଣ୍ଟନକୁ ନେଇ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଉତ୍ତେଜନା। ସାନଖେମୁଣ୍ଡି ବ୍ଲକ୍‌ରେ ବାତ୍ୟା ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନରେ ଅବହେଳା ଓ ପାତରଅନ୍ତର ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିକ୍ଷୋଭ କରାଯାଇଛି।

ସୋମବାର ଶତାଧିକ ବିଜେଡି କର୍ମୀ, ନେତା ଓ ପ୍ରଭାବିତ ପରିବାର ସଦସ୍ୟ ପଟାପୁର ଗାନ୍ଧୀ ଛକରୁ ଏକ ରାଲି ବାହାର କରିଥିଲେ। ପରେ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରିଲିଫ୍ ବଣ୍ଟନରେ ସ୍ୱଚ୍ଛତା ରଖିବା ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ତୁରନ୍ତ ସହାୟତା ଦେବାକୁ ଦଳ ଦାବି କରିଛି।

ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ

ବିଜେଡି ନେତା ଓ କର୍ମୀଙ୍କ ଅଭିଯୋଗ ଅନୁସାରେ, ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ରାସନ ଏବଂ ପଲିଥିନ୍ ବଣ୍ଟନରେ ଅନିୟମିତତା ହୋଇଛି। ସାନଖେମୁଣ୍ଡି ବ୍ଲକ୍‌ରେ ପ୍ରାୟ ୮ ହଜାର ପଲିଥିନ୍ ବଣ୍ଟନ କରାଯାଇଥିବା କୁହାଯାଉଥିବା ବେଳେ କେଉଁ ଗାଁକୁ କେତେ ପଲିଥିନ୍ ଦିଆଯାଇଛି, ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ ବୋଲି ଦଳ ଅଭିଯୋଗ କରିଛି।

ଏଥିସହ ବାତ୍ୟା ଓ ପରବର୍ତ୍ତୀ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବାସଗୃହ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବଶ୍ୟକ ସହାୟତା ଦେବାକୁ ଦାବି ହୋଇଛି। ଏନେଇ ବିଜେଡି ପକ୍ଷରୁ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅଭିଯୋଗକୁ ଖଣ୍ଡନ କଲେ ତହସିଲଦାର

ଅନ୍ୟପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ। ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ରିଲିଫ୍ ପ୍ରଦାନ କରାଯାଇଛି ଏବଂ ଏଥିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସେ କହିଛନ୍ତି।

କ୍ଷତିଗ୍ରସ୍ତ ଘର ଓ ଅନ୍ୟାନ୍ୟ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ପରିବାରଗୁଡ଼ିକୁ ଚିହ୍ନଟ କରାଯାଉଛି। ଯୋଗ୍ୟ ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ସେ ସ୍ପଷ୍ଟ କରିଛନ୍ତି।

ବିଜେପି ନେତାଙ୍କ ପ୍ରତିକ୍ରିୟା, ଆଶ୍ୱାସନା ପରେ ଧାରଣା ପ୍ରତ୍ୟାହାର

ଏହି ପ୍ରସଙ୍ଗରେ ବିଜେପି ଯୁବନେତା ଏମ୍. ଚିନ୍ମୟ ରେଡ୍ଡୀ ମଧ୍ୟ ବିଜେଡିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସରକାରୀ ଅଧିକାରୀଙ୍କୁ ଅଯଥା ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ଓ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନକୁ କାମ କରିବାକୁ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ଏହାରି ମଧ୍ୟରେ ଅତିରିକ୍ତ ତହସିଲଦାର ଦିଲୀପ ଜେନାଙ୍କ ଆଶ୍ୱାସନା ପରେ ବିଜେଡି ପକ୍ଷରୁ ଚାଲିଥିବା ଧାରଣା ପ୍ରତ୍ୟାହାର କରାଯାଇଛି।

ବାତ୍ୟା ‘ଆର୍ନବ’ ପରେ ରିଲିଫ୍ ବଣ୍ଟନକୁ ନେଇ ସାନଖେମୁଣ୍ଡିରେ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ-ପ୍ରତ୍ୟାରୋପ ଏବେ ରାଜନୈତିକ ଚର୍ଚ୍ଚାକୁ ଜୋରଦାର କରିଛି।

LIVE TV
LIVE
Latest News
ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି

ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫...

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍! ସାକ୍ଷୀ ଭାବେ ହାଜର ହେବାକୁ ନିର୍ଦ୍ଦେଶ

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ...

କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, IMDର ସତର୍କତା

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ...

ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪ ରାଜ୍ୟରେ ଆଲର୍ଟ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪...

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ ଦୁଇ ଉପମୁଖ୍ୟମନ୍ତ୍ରୀ! BJPର ବଡ଼ ରଣନୀତି ପଛରେ କ'ଣ ରହିଛି କାରଣ?

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ...

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...

'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ କଲେ କେଜ୍ରିୱାଲ, ଅଖିଳେଶଙ୍କୁ ଆଗୁଆ ଅଭିନନ୍ଦନ

'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ...

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...

ପାକିସ୍ତାନ ଉପନିର୍ବାଚନରେ ହାଫିଜ୍ ସଇଦଙ୍କ ଦଳକୁ ଝଟକା! ୩୦ ହଜାରରୁ ଅଧିକ ଭୋଟ ପାଇ ହାରିଲା PMML

ପାକିସ୍ତାନ ଉପନିର୍ବାଚନରେ ହାଫିଜ୍ ସଇଦଙ୍କ ଦଳକୁ ଝଟକା!...

ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଉପନିର୍ବାଚନରେ ମୁମ୍ବା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+