'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ କଲେ କେଜ୍ରିୱାଲ, ଅଖିଳେଶଙ୍କୁ ଆଗୁଆ ଅଭିନନ୍ଦନ

ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କୁ କଟାକ୍ଷ କରିଛନ୍ତି । ନିର୍ବାଚନ ଆୟୋଗ ଦୁଇ ଜଣଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରିବା ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି କେଜ୍ରିୱାଲ ।
Kejriwal Targets Yogi Over SIR.
Kejriwal Targets Yogi Over SIR.

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ଏହି ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଟାକ୍ଷ କରିଛନ୍ତି ଆମ୍ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଗୁଆ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ସେ ।

ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି କେଜ୍ରିୱାଲ ଯୋଗୀ ଆଦିତ୍ୟନାଥଙ୍କ ଏକ ସାକ୍ଷାତକାରର ଭିଡିଓ ଉପରେ ପ୍ରତିକ୍ରିୟା ଦେଇଥିଲେ। ନିର୍ବାଚନ ଆୟୋଗ ଦୁଇ ଜଣଙ୍କ ନିର୍ଦ୍ଦେଶ ଅନୁସାରେ କାମ କରୁଥିବା ଅଭିଯୋଗ କରି ସେ ଲେଖିଥିଲେ, “ମହାରାଜ ଜୀ, ଆପଣ ମଧ୍ୟ ଜାଣନ୍ତି ଯେ ନିର୍ବାଚନ ଆୟୋଗ ସେହି ଦୁଇ ଜଣ ଯାହା କହନ୍ତି, ତାହା ହିଁ କରେ । ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲି । ଏହି ଦୁଇ ଜଣ ଆପଣଙ୍କୁ ରାଜନୈତିକ ଭାବେ ଶେଷ କରିବାକୁ ଚାହୁଁଛନ୍ତି । ଅଖିଳେଶ ଜୀଙ୍କୁ ଆଗୁଆ ଅଭିନନ୍ଦନ ।”

SIRକୁ ନେଇ କ'ଣ କହିଥିଲେ ଯୋଗୀ?

ଉତ୍ତରପ୍ରଦେଶରେ SIR ପ୍ରକ୍ରିୟା ପରେ ପଞ୍ଚାୟତ ନିର୍ବାଚନର ଭୋଟର ତାଲିକାରେ ଥିବା ଅନେକ ହିନ୍ଦୁ ଭୋଟରଙ୍କ ନାମ ନିର୍ବାଚନ ଆୟୋଗର ଭୋଟର ତାଲିକାରୁ ହଟିଯାଇଥିବା ଅଭିଯୋଗ କରିଥିଲେ ଯୋଗୀ ଆଦିତ୍ୟନାଥ ।

ତାଙ୍କ ଦାବି ଅନୁଯାୟୀ, SIR ପରେ ମୁସଲିମ ଭୋଟରଙ୍କ ସଂଖ୍ୟାରେ ୧.୬୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ବହୁ ସଂଖ୍ୟକ ହିନ୍ଦୁ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି ।

ଯୋଗୀ କହିଥିଲେ ଯେ ଏହି ପ୍ରସଙ୍ଗରେ ତାଙ୍କ ସରକାର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଭୋଟରଙ୍କ ନାମ କେଉଁ କାରଣରୁ ହଟାଗଲା, ତାହାର ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି ।

୬୬ ଲକ୍ଷ ଭୋଟରଙ୍କ ନାମକୁ ନେଇ ଉଠିଲା ପ୍ରଶ୍ନ

ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାୟୀ, ପ୍ରାୟ ୬୬ ଲକ୍ଷ ଭୋଟରଙ୍କ ନାମକୁ ନେଇ ପ୍ରଶ୍ନ ଉଠିଛି। ସେଥିମଧ୍ୟରୁ ପ୍ରାୟ ୫୫ ଲକ୍ଷ ଭୋଟର ହିନ୍ଦୁ ଏବଂ ସେମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସିଧାସଳଖ ଲାଭାର୍ଥୀ। ତଥାପି ସେମାନଙ୍କ ନାମ ଭୋଟର ତାଲିକାରେ ନଥିବା ନେଇ ସେ ଚିନ୍ତା ପ୍ରକାଶ କରିଥିଲେ ।

ଏହା ସହିତ ୧୮ ଓ ୧୯ ବର୍ଷ ବୟସର ପ୍ରାୟ ୪.୫ ଲକ୍ଷ ଭୋଟରଙ୍କ ନାମକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯୋଗୀ ।

ଅଖିଳେଶ ଯାଦବଙ୍କ ମଧ୍ୟ ପ୍ରତିକ୍ରିୟା

ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ନିଜର ମତ ରଖିଛନ୍ତି। ସେ Xରେ ଏକ ପୋଷ୍ଟ କରି ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଭୋଟିଂ ବ୍ୟବସ୍ଥା ପାଇଁ ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

SIR ପ୍ରକ୍ରିୟାକୁ ନେଇ ଯୋଗୀଙ୍କ ଅଭିଯୋଗ, କେଜ୍ରିୱାଲଙ୍କ କଟାକ୍ଷ ଏବଂ ଅଖିଳେଶଙ୍କ ପ୍ରସ୍ତାବ ପରେ ଉତ୍ତରପ୍ରଦେଶର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି ।

LIVE TV
LIVE
Latest News
‘ରାମାୟଣ’କୁ ପଛରେ ପକାଇଲା ‘ଗଡଜିଲା ମାଇନସ୍ ଜିରୋ’! ଓପନିଂରେ ବିଶ୍ୱବ୍ୟାପୀ ୫୬୭ କୋଟି ଆୟ

‘ରାମାୟଣ’କୁ ପଛରେ ପକାଇଲା ‘ଗଡଜିଲା ମାଇନସ୍ ଜିରୋ’!...

ବିଶ୍ୱ ସିନେମା ଜଗତରେ ଏବେ ଚର୍ଚ୍ଚାରେ ଜାପାନୀ ଫିଲ୍ମ &lsq...

ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପୂଜାରେ ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଲେ CM ମୋହନ ଯାଦବ

ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପୂଜାରେ...

ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପ...

ଦରମାର ୯୦% ଦାନ, ପୁରୁଣା କାର୍‌ରେ ଯାତ୍ରା! ଏମିତି ଥିଲେ ବିଶ୍ୱର ସବୁଠୁ ସରଳ ରାଷ୍ଟ୍ରପତି ହୋସେ ମୁଜିକା

ଦରମାର ୯୦% ଦାନ, ପୁରୁଣା କାର୍‌ରେ ଯାତ୍ରା!...

ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା! ଏମିତି ଥିଲେ ବି...

ଭାରତରେ ରହି ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କଲେ ଶେଖ୍ ହସିନା! ଡିସେମ୍ବରରେ ବାଂଲାଦେଶ ଫେରିବା ଯୋଜନା

ଭାରତରେ ରହି ନୂଆ ପାସପୋର୍ଟ ଓ ଜାତୀୟ...

ଭାରତରେ ରହି ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ୍ ହସିନା!...

ପାକିସ୍ତାନର ମହିଳା ସାମ୍ବାଦିକ ରାବିଆ ଅହସାନଙ୍କୁ ଗୁଳି କରି ହତ୍ୟା! ସ୍ୱାମୀ ଅଟକ, ମାମଲା ରୁଜୁ

ପାକିସ୍ତାନର ମହିଳା ସାମ୍ବାଦିକ ରାବିଆ ଅହସାନଙ୍କୁ ଗୁଳି...

ଇସଲାମାବାଦ/ରାୱଲପିଣ୍ଡି: ପାକିସ୍ତାନରେ ଜଣେ ମହିଳା ସାମ୍ବା...

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା ୧.୧୧ ଲକ୍ଷ ଟିକେଟ୍, ପଛରେ ପଡ଼ିଲା ‘ଧୁରନ୍ଧର ୨’ ଓ ‘ପୁଷ୍ପା ୨’!

‘ରାମାୟଣ’ର ବଡ଼ ରେକର୍ଡ! ଘଣ୍ଟାକରେ ବିକ୍ରି ହେଲା...

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...

ରାମାୟଣର ଉର୍ମିଳାଙ୍କ ତ୍ୟାଗ ଭାବି ଆଶ୍ଚର୍ଯ୍ୟ ସୋନିଆ ବଲାନୀ! କହିଲେ- ମୋ କଳ୍ପନା ବାହାରେ

ରାମାୟଣର ଉର୍ମିଳାଙ୍କ ତ୍ୟାଗ ଭାବି ଆଶ୍ଚର୍ଯ୍ୟ ସୋନିଆ...

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ &#39...

ପ୍ରଥମେ 'ରାମାୟଣ'କୁ କଲେ ଟ୍ରୋଲ୍, ପରେ ପ୍ରଶଂସାରେ ଶତମୁଖ ହେଲେ କମେଡିଆନ୍ ରବି ଗୁପ୍ତା!

ପ୍ରଥମେ 'ରାମାୟଣ'କୁ କଲେ ଟ୍ରୋଲ୍, ପରେ ପ୍ରଶଂସାରେ...

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଫିଲ୍ମ ରା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+