ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିଛନ୍ତି। ଅନ୍ୟପଟେ ଅଭିନେତ୍ରୀ ସୋନିଆ ବଲାନୀ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଉର୍ମିଳାଙ୍କ ତ୍ୟାଗ ଓ ସମର୍ପଣକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି।
ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୋନିଆ କହିଛନ୍ତି ଯେ, ଉର୍ମିଳାଙ୍କ ଚରିତ୍ରକୁ ବୁଝିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ଯେତେବେଳେ ଲକ୍ଷ୍ମଣ ଭଗବାନ ରାମ ଓ ମାତା ସୀତାଙ୍କ ସହ ୧୪ ବର୍ଷର ବନବାସକୁ ଯାଇଥିଲେ, ସେତେବେଳେ ଉର୍ମିଳା ରାଜମହଲରେ ରହି ସ୍ୱାମୀଙ୍କଠାରୁ ଦୂରେଇ ରହିବାର କଷ୍ଟକୁ ସ୍ୱୀକାର କରିଥିଲେ।
ସୋନିଆଙ୍କ କହିବା ଅନୁସାରେ, ବିବାହର ତୁରନ୍ତ ପରେ ନିଜ ସ୍ୱାମୀଙ୍କୁ ଏତେ ଦୀର୍ଘ ସମୟ ପାଇଁ ଛାଡ଼ି ରହିବା ଏକ ବିରାଟ ତ୍ୟାଗ। ଆଜିର ପିଢ଼ିର ମହିଳା ଭାବେ ଉର୍ମିଳା ଏତେ ବଡ଼ ତ୍ୟାଗ କରିବା ପାଇଁ କିପରି ମାନସିକ ଶକ୍ତି ପାଇଥିଲେ, ତାହା କଳ୍ପନା କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର।
ସୋନିଆ ଆଉ ଏକ ରୋଚକ କଥା ମଧ୍ୟ କହିଛନ୍ତି। ଆରମ୍ଭରେ ସେ ଉର୍ମିଳା ନୁହେଁ, ବରଂ ଶୂର୍ପଣଖା ଚରିତ୍ର ପାଇଁ ଅଡିସନ୍ ଦେଇଥିଲେ। ତାଙ୍କୁ ନକାରାତ୍ମକ ଓ ଗ୍ରେ-ସେଡ୍ ଚରିତ୍ର ଅଧିକ ଆକର୍ଷଣୀୟ ଲାଗୁଥିଲା। କାରଣ ଏଭଳି ଚରିତ୍ରରେ ଜଣେ କଳାକାରଙ୍କୁ ନିଜ ଅଭିନୟର ବିଭିନ୍ନ ଦିଗ ପ୍ରଦର୍ଶନ କରିବାର ସୁଯୋଗ ମିଳେ।
କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଥିଲା। ମାତ୍ର ଗୋଟିଏ ଦିନ ମଧ୍ୟରେ ତାଙ୍କୁ ଉର୍ମିଳା ଭୂମିକା ପାଇଁ ଚୂଡ଼ାନ୍ତ କରାଯାଇଥିଲା। ପରେ ଚରିତ୍ରର ଗଭୀରତାକୁ ବୁଝିବା ସହ ସେ ଏହି ଭୂମିକା ପାଇଁ ଖୁସି ଅନୁଭବ କରିଥିଲେ।
ଫିଲ୍ମରେ ସୀତାଙ୍କ ଭୂମିକା ନିଭାଉଥିବା ସାଇ ପଲ୍ଲବୀଙ୍କ ସହ କାମ କରିବା ଅନୁଭୂତିକୁ ମଧ୍ୟ ସୋନିଆ ପ୍ରଶଂସା କରିଛନ୍ତି। ସାଇଙ୍କୁ ସେ ଶାନ୍ତ, ସରଳ ଓ ମାଟି ସହ ଜଡ଼ିତ ବ୍ୟକ୍ତିତ୍ୱର ଅଧିକାରୀ ବୋଲି କହିଛନ୍ତି। ସେଟ୍ରେ ସାଇ ତାଙ୍କୁ ଜଣେ ବଡ଼ ଭଉଣୀଙ୍କ ଭଳି ସହଯୋଗ ଓ ମାର୍ଗଦର୍ଶନ କରୁଥିଲେ ବୋଲି ସୋନିଆ କହିଛନ୍ତି।
ସୋନିଆଙ୍କ ମତରେ, ଉର୍ମିଳାଙ୍କ ଚରିତ୍ର ତାଙ୍କୁ ଏକ ବଡ଼ ଶିକ୍ଷା ଦେଇଛି। ଉର୍ମିଳା ନିଜର ତ୍ୟାଗକୁ କେବେ ପ୍ରଶଂସା କିମ୍ବା ସ୍ୱୀକୃତିର ବିଷୟ କରିନଥିଲେ। ସେ ନିଜ କର୍ତ୍ତବ୍ୟ ଓ ଭଲ ଉଦ୍ଦେଶ୍ୟ ସହ ନିଜ ଜୀବନର ନିଷ୍ପତ୍ତିକୁ ଗ୍ରହଣ କରିଥିଲେ।
ସୋନିଆଙ୍କ କହିବା ଅନୁସାରେ, ସବୁବେଳେ ନିଜକୁ ମୁଖ୍ୟ ଚରିତ୍ର ଭାବେ ଦେଖିବା ଜରୁରୀ ନୁହେଁ। ବେଳେବେଳେ ଏକ ବଡ଼ ଉଦ୍ଦେଶ୍ୟର ଅଂଶ ହୋଇ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ କରିବା ହିଁ ସବୁଠାରୁ ବଡ଼ କଥା।
ରାମାୟଣରେ ଉର୍ମିଳାଙ୍କ ଏହି ଅନାଲୋଚିତ ତ୍ୟାଗକୁ ପରଦାରେ ଜୀବନ୍ତ କରିବା ସୋନିଆଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଛି।
ବିରାଟ କୋହଲିଙ୍କୁ ବ୍ୟାଟିଂ ଟିପ୍ସ ଦେବାକୁ ଡରୁଥିଲେ କୋଚ୍!...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...
ୟୁଥ୍ ଅଲିମ୍ପିକ୍ସରେ ଭାରତକୁ ଐତିହାସିକ ପଦକ, ଶୌର୍ଯ୍ୟା ଆମ...
ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ...
୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଚଳାଇନ...
ଦୀପାବଳି ପରେ ଖସିବ ରାତି ତାପମାତ୍ରା ଭୁବନେଶ୍ୱର: ଦୀପା...