ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦେଶ ପାଇଁ ଏକ ନୂଆ ସଫଳତାର ଅଧ୍ୟାୟ ଲେଖିଛି। ଏଠାରେ ଥିବା ଏକ ସ୍ୱଦେଶୀ ପୋଲଟ୍ରି ଉଦ୍ୟୋଗ ଅଷ୍ଟ୍ରିଆକୁ ଏଗ୍ ପାଉଡର ରପ୍ତାନି କରି ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ରକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି।
ୟୁରୋପର ପ୍ରତିସ୍ପର୍ଧୀ ଖାଦ୍ୟ ବଜାରରେ ଏହି ଏଗ୍ ପାଉଡର ପ୍ରବେଶ କରିବା ଓଡ଼ିଶାର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ଓ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ବଢ଼ୁଥିବା ସାମର୍ଥ୍ୟର ପ୍ରମାଣ ବୋଲି କୁହାଯାଉଛି।
ଏହି ପୋଲଟ୍ରି ଉଦ୍ୟୋଗଟି ସମରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଉଦ୍ୟୋଗରେ ପ୍ରସ୍ତୁତ ୨୨.୬ ମେଟ୍ରିକ ଟନ୍ ‘ହୋଲ୍ ଏଗ୍ ପାଉଡର’ ଅଷ୍ଟ୍ରିଆକୁ ରପ୍ତାନି କରାଯାଇଛି।
ତେବେ ଓଡ଼ିଶାରୁ ୟୁରୋପୀୟ ଦେଶକୁ ଏଗ୍ ପାଉଡର ରପ୍ତାନି କରିବା ସହଜ ନଥିଲା। ଏଥିପାଇଁ ଉଦ୍ୟୋଗକୁ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାକୁ ପଡ଼ିଥିଲା। ଉତ୍ପାଦର ଗୁଣବତ୍ତା, ସ୍ୱଚ୍ଛତା, ସ୍ୱାସ୍ଥ୍ୟଗତ ଉପକାରିତା ଓ ବିଶ୍ୱ ମାନଦଣ୍ଡ ପାଳନ ଏହି ସଫଳତାର ମୂଳ କାରଣ ବୋଲି କୁହାଯାଉଛି।
ପୋଲଟ୍ରି ଫାର୍ମର ପ୍ରବନ୍ଧକ ବିଜୟଲକ୍ଷ୍ମୀ ବଡ଼ଜେନା କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମ ଓ ମାନଦଣ୍ଡକୁ ଦାୟିତ୍ୱର ସହ ପାଳନ କରାଯାଇଛି। ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇପାରିଥିବାରୁ ସେମାନେ ଗର୍ବିତ ବୋଲି ସେ କହିଛନ୍ତି।
ଏଗ୍ ପାଉଡର ପ୍ରସ୍ତୁତି ପାଇଁ ଉଚ୍ଚ ଗୁଣବତ୍ତାର ଅଣ୍ଡା ବ୍ୟବହାର କରାଯାଏ। ଅଣ୍ଡା ଭାଙ୍ଗିବା ପରେ ତାହାକୁ ପାସ୍ତୁରାଇଜ୍ କରାଯାଏ ଏବଂ ପରେ ଆଧୁନିକ ବିଦେଶୀ ପ୍ରଯୁକ୍ତିର ଡ୍ରାୟର ମେସିନ୍ରେ ଶୁଖାଇ ପାଉଡର ତିଆରି କରାଯାଏ।
ଫାର୍ମର କର୍ମଚାରୀ କହ୍ନେଇ ଚରଣ ସାହୁଙ୍କ କହିବା ଅନୁଯାୟୀ, ଏହି ପ୍ରକ୍ରିୟାରେ ପ୍ରସ୍ତୁତ ଏଗ୍ ପାଉଡରକୁ ସହଜରେ ପରିବହନ କରାଯାଇପାରେ ଏବଂ ଏହାର ସଂରକ୍ଷଣ ଅବଧି ମଧ୍ୟ ଅଧିକ ରହିଥାଏ।
ଏହି ରପ୍ତାନି ପ୍ରକ୍ରିୟାରେ ଏପିଇଡିଏ (APEDA)ର ସହଯୋଗ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ସଂସ୍ଥାର ସହାୟତାରେ ଓଡ଼ିଶାରୁ ୟୁରୋପକୁ ଏହି ବଡ଼ ରପ୍ତାନି ସମ୍ଭବ ହୋଇପାରିଛି।
ବଲାଙ୍ଗିରର ଏଗ୍ ପାଉଡର ଅଷ୍ଟ୍ରିଆରେ ପହଞ୍ଚିବା ସହିତ ଓଡ଼ିଶା ବିଶ୍ୱ ବଜାରରେ ଉଚ୍ଚ ଗୁଣବତ୍ତାର ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଯୋଗାଣକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଏହି ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ ପାଲଟିଛି।
ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା! ଏମିତି ଥିଲେ ବି...
ମୁମ୍ବାଇ: ମହାରାଷ୍ଟ୍ର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ...
ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ...
ପ୍ରତିଭାର କୌଣସି ବୟସ ନଥାଏ। ଏହାକୁ ପୁଣିଥରେ ପ୍ରମାଣ କରିଛ...
ନୂଆଦିଲ୍ଲୀ: ଦୀପାବଳି ଓ ଛଠ୍ ପୂଜା ପାଇଁ ଦୀର୍ଘ ଛୁଟି ପରେ...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀଗୁଡ଼ିକ ମ...
ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ...
ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଆସିଛି ବଡ଼ ଖବର। ଆମ...