ବେଙ୍ଗାଲୁରୁ: ବିଶ୍ୱର ଦୁଇଟି ବଡ଼ ମଦ ବଜାର ଆମେରିକା ଓ ଚୀନ୍ରେ ମଦ ବ୍ୟବହାର କମୁଥିବା ବେଳେ ଭାରତରେ କିନ୍ତୁ ଏହାର ଚାହିଦା ବଢ଼ିବାରେ ଲାଗିଛି । ୨୦୨୬ର ପ୍ରଥମ ୬ ମାସରେ ଭାରତରେ ମଦ ବ୍ୟବହାର ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଡ୍ରିଙ୍କ୍ସ ରିସର୍ଚ୍ଚ ସଂସ୍ଥା IWSRର ଆକଳନ ଅନୁଯାୟୀ, ବିଶ୍ୱର ୨୧ଟି ପ୍ରମୁଖ ବଜାର ମଧ୍ୟରେ ଭାରତରେ ସର୍ବାଧିକ ଅଭିବୃଦ୍ଧି ରେକର୍ଡ ହୋଇଛି ।
ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ଭାରତରେ ବିୟର, ହ୍ୱିସ୍କି, ଭୋଡ୍କା, ଜିନ୍ ଓ ମଦର ଅନ୍ୟାନ୍ୟ ବର୍ଗର ବ୍ୟବହାର ବଢ଼ିଛି । ବିଶେଷ କଥା ହେଉଛି, IWSR ଦ୍ୱାରା ଟ୍ରାକ୍ କରାଯାଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଏକମାତ୍ର ଦେଶ, ଯେଉଁଠାରେ ପ୍ରାୟ ସମସ୍ତ ମଦ ବର୍ଗରେ ଅଭିବୃଦ୍ଧି ଦେଖାଯାଇଛି ।
ବିୟର ବ୍ୟବହାରରେ ସର୍ବାଧିକ ବୃଦ୍ଧି
ଭାରତରେ ବିୟର ବ୍ୟବହାର ସର୍ବାଧିକ ବୃଦ୍ଧି ପାଇଛି। ୨୦୨୬ର ପ୍ରଥମ ୬ ମାସରେ ଫୁଲ୍-ଷ୍ଟ୍ରେଙ୍ଗ୍ଥ ବିୟରର ବ୍ୟବହାର ୧୬ ପ୍ରତିଶତ ବଢ଼ିଛି। ସେହିପରି ପ୍ରସ୍ତୁତ ମଦଯୁକ୍ତ ପାନୀୟ (Ready-to-Drink)ର ବ୍ୟବହାର ୧୨ ପ୍ରତିଶତ ବୃଦ୍ଧି ପାଇଛି ।
ଭାରତୀୟ ହ୍ୱିସ୍କି ବ୍ୟବହାର ୪ ପ୍ରତିଶତ ବଢ଼ିଥିବା ବେଳେ ବ୍ଲେଣ୍ଡେଡ୍ ସ୍କଚ୍ ହ୍ୱିସ୍କିର ବ୍ୟବହାର ୮ ପ୍ରତିଶତ ବୃଦ୍ଧି ପାଇଛି । ଭୋଡ୍କା ଓ ଜିନ୍ରେ ୬ ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ରେକର୍ଡ ହୋଇଛି। ରମ୍ ଓ ନନ୍-କଗ୍ନାକ୍ ବ୍ରାଣ୍ଡିର ବ୍ୟବହାର ୩ ପ୍ରତିଶତ ଲେଖାଏଁ ବଢ଼ିଛି ।
ସେହିପରି ଷ୍ଟିଲ୍ ୱାଇନ୍ ବ୍ୟବହାର ୨ ପ୍ରତିଶତ ଓ ଫୋର୍ଟିଫାଏଡ୍ ୱାଇନ୍ ୭ ପ୍ରତିଶତ ବୃଦ୍ଧି ପାଇଛି ।
ନନ୍-ଆଲକୋହଲିକ୍ ବିୟରର ଚାହିଦା ୨୫% ବୃଦ୍ଧି
ଏହି ରିପୋର୍ଟର ସବୁଠାରୁ ଆକର୍ଷଣୀୟ ତଥ୍ୟ ହେଉଛି ନନ୍-ଆଲକୋହଲିକ୍ ବିୟରର ଚାହିଦା । ୨୦୨୬ର ପ୍ରଥମ ୬ ମାସରେ ଭାରତରେ ଏହାର ବ୍ୟବହାର ୨୫ ପ୍ରତିଶତ ବଢ଼ିଛି । ଏହା ଅନ୍ୟ ପ୍ରମୁଖ ପାନୀୟ ବର୍ଗ ତୁଳନାରେ ସର୍ବାଧିକ ଅଭିବୃଦ୍ଧି ।
ଆମେରିକା ଓ ଚୀନ୍ରେ କମୁଛି ମଦ ବ୍ୟବହାର
ଭାରତରେ ମଦ ବ୍ୟବହାର ବଢ଼ୁଥିବା ବେଳେ ବିଶ୍ୱର ଅନ୍ୟ ପ୍ରମୁଖ ବଜାରରେ ଏହାର ଚାହିଦା ହ୍ରାସ ପାଇଛି। IWSR ଦ୍ୱାରା ଅଧ୍ୟୟନ କରାଯାଇଥିବା ୨୧ଟି ଦେଶରେ ୨୦୨୬ର ପ୍ରଥମ ୬ ମାସରେ ମୋଟ ମଦ ବ୍ୟବହାର ୧ ପ୍ରତିଶତ ହ୍ରାସ ପାଇଛି ।
ବିଶ୍ୱର ସବୁଠାରୁ ବଡ଼ ମଦ ବଜାର ଆମେରିକାରେ ବ୍ୟବହାର ୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନ୍ରେ ୩ ପ୍ରତିଶତ କମିଛି । ଆମେରିକାରେ ବିୟର ବ୍ୟବହାର ୪ ପ୍ରତିଶତ ଓ ଚୀନ୍ରେ ୨ ପ୍ରତିଶତ ହ୍ରାସ ପାଇଛି ।
ଭାରତ ପରେ କଲମ୍ବିଆରେ ୯ ପ୍ରତିଶତ, ଦକ୍ଷିଣ ଆଫ୍ରିକାରେ ୫ ପ୍ରତିଶତ, ବ୍ରାଜିଲରେ ୩ ପ୍ରତିଶତ ଓ ବ୍ରିଟେନ୍ରେ ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି ।
କାହିଁକି କମୁଛି ବିଶ୍ୱରେ ମଦ ଚାହିଦା?
IWSR ଅନୁଯାୟୀ, ବିଶ୍ୱସ୍ତରରେ ମଦ ବ୍ୟବହାର ହ୍ରାସ ପଛରେ ଅନେକ କାରଣ ରହିଛି । ସ୍ୱାସ୍ଥ୍ୟ ସଚେତନତା ଯୋଗୁଁ ଲୋକଙ୍କ ମଧ୍ୟରେ ମଦ ସେବନ କମାଇବାର ପ୍ରବୃତ୍ତି ବଢ଼ୁଛି। ଏହା ସହିତ GLP-1 ଓଜନ ହ୍ରାସକାରୀ ଔଷଧର ବ୍ୟବହାର ମଧ୍ୟ ମଦ ଚାହିଦା ଉପରେ ପ୍ରଭାବ ପକାଉଛି ।
ଆମେରିକାରେ ମୁଦ୍ରାସ୍ଫୀତି, ଶୁଳ୍କ ଓ ଅର୍ଥନୈତିକ ଅନିଶ୍ଚିତତା ଯୋଗୁଁ ଗ୍ରାହକଙ୍କ ଖର୍ଚ୍ଚ କମିଛି। ଅନ୍ୟପଟେ ଚୀନ୍ର ଧିମା ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ମଦ ବଜାରକୁ ପ୍ରଭାବିତ କରିଛି ।
IWSRର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ମାର୍ଟେନ୍ ଲୋଡେୱିଜ୍ଙ୍କ ମତରେ, ବିଶ୍ୱର ପାନୀୟ ଶିଳ୍ପ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଉଭା ହେଉଛି । ଅନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକ ନିଜର ବ୍ୟବସାୟ ବିସ୍ତାର ପାଇଁ ଭାରତକୁ ଏକ ପ୍ରମୁଖ ବଜାର ଭାବେ ଦେଖୁଛନ୍ତି ।
ନୂଆଦିଲ୍ଲୀ: ଦୀପାବଳି ଓ ଛଠ୍ ପୂଜା ପାଇଁ ଦୀର୍ଘ ଛୁଟି ପରେ...
ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ କ୍ରିକେଟ୍&zwn...
ମୁମ୍ବାଇ: ମହାରାଷ୍ଟ୍ର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ...
ତୃତୀୟ ODI ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ!...
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ପୁରୁଷ ହକି...
ପ୍ରତିଭାର କୌଣସି ବୟସ ନଥାଏ। ଏହାକୁ ପୁଣିଥରେ ପ୍ରମାଣ କରିଛ...
ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ...
ମୟୂରଭଞ୍ଜ: ଫୁଟବଲ୍ ମ୍ୟାଚ୍ରେ ରେଫରୀଙ୍କ ଏକ ନିଷ୍ପତ୍ତିକୁ...