ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ୍ ଉପରେ ଆଉ ଏକ ମହଙ୍ଗା ମାଡ଼ ପଡ଼ିପାରେ । ଆସନ୍ତା ଡିସେମ୍ବର ମାସରେ ଅଣ୍ଡା ଓ ଚିକେନ୍ ଦାମ୍ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏନେଇ କୁକୁଡ଼ା ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ ଓ ଅଧିକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି ।
କାହିଁକି ବଢ଼ୁଛି ଅଣ୍ଡା ଓ ଚିକେନ୍ ଦାମ୍?
କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା ଓ ଭଙ୍ଗା ଚାଉଳର ଦାମ୍ ଗତ ଏକ ମାସ ମଧ୍ୟରେ ବହୁତ ବଢ଼ିଛି। ଗତବର୍ଷର ସମାନ ସମୟ ତୁଳନାରେ ଏହି ସାମଗ୍ରୀଗୁଡ଼ିକର ଦାମ୍ ୩୦ରୁ ୪୫ ପ୍ରତିଶତ ଅଧିକ ହୋଇଛି। ଏପରିକି ଗତ ଏକ ବର୍ଷ ମଧ୍ୟରେ ମକା ଓ ଭଙ୍ଗା ଚାଉଳର ଦାମ୍ ପ୍ରାୟ ଦୁଇଗୁଣା ହୋଇଛି।
ମକାର ଦାମ୍ ଗତବର୍ଷ କିଲୋ ପ୍ରତି ପ୍ରାୟ ୧୮ ଟଙ୍କା ଥିବାବେଳେ ଏବେ ଏହା ୩୪ ଟଙ୍କାରେ ପହଞ୍ଚିଛି। ସେହିପରି ଭଙ୍ଗା ଚାଉଳର ଦାମ୍ ମଧ୍ୟ କିଲୋ ପ୍ରତି ୧୪-୧୫ ଟଙ୍କାରୁ ବଢ଼ି ୩୧-୩୨ ଟଙ୍କା ହୋଇଛି।
ଗୋଟିଏ ଅଣ୍ଡା ୮ ଟଙ୍କା, ଚିକେନ୍ କିଲୋ ୨୭୫ ଟଙ୍କା!
ଶିଳ୍ପ ସହ ଜଡ଼ିତ ବରିଷ୍ଠ ଅଧିକାରୀଙ୍କ ଆକଳନ ଅନୁସାରେ, ବର୍ତ୍ତମାନ ହୋଲସେଲ୍ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୬ରୁ ୭ ଟଙ୍କା ରହିଛି। ଡିସେମ୍ବର ସୁଦ୍ଧା ଏହା ୭ରୁ ୮ ଟଙ୍କା ହୋଇପାରେ ।
ସେହିପରି ବର୍ତ୍ତମାନ ଚମଡ଼ା ବିହୀନ ଡ୍ରେସ୍ଡ ଚିକେନ୍ର ହୋଲସେଲ୍ ଦାମ୍ କିଲୋ ପ୍ରତି ୨୨୫ରୁ ୨୫୦ ଟଙ୍କା ରହିଛି। ଡିସେମ୍ବର ସୁଦ୍ଧା ଏହା ୨୬୦ରୁ ୨୭୫ ଟଙ୍କା ହୋଇପାରେ ।
ମକା ଉତ୍ପାଦନ କମିବା ମଧ୍ୟ ଚିନ୍ତାର କାରଣ
ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ମକା ଉତ୍ପାଦନକାରୀ ରାଜ୍ୟରେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ଖରିଫ୍ ମକା ଉତ୍ପାଦନ ୧୫ରୁ ୧୬ ପ୍ରତିଶତ କମିବାର ଆଶଙ୍କା ରହିଛି। ଅନ୍ୟପଟେ ଇଥାନଲ୍ ଉତ୍ପାଦନ ପାଇଁ ମକାର ବ୍ୟବହାର ବଢ଼ିବା ମଧ୍ୟ ଏହାର ଦାମ୍ ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।
ଡିସେମ୍ବର ଓ ଜାନୁଆରୀରେ ବଢ଼ିବ ଚାହିଦା
ଡିସେମ୍ବର ଓ ଜାନୁଆରୀ ମାସ କୁକୁଡ଼ା ଶିଳ୍ପ ପାଇଁ ଅଧିକ ବ୍ୟବସାୟର ସମୟ। ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ଯୋଗୁଁ ଏହି ସମୟରେ ଅଣ୍ଡା ଓ ଚିକେନ୍ର ଚାହିଦା ବଢ଼ିଥାଏ । ତେଣୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସହ ଚାହିଦା ବଢ଼ିବା ଯୋଗୁଁ ଆଗାମୀ ଦିନରେ ଦର ଉପରେ ଚାପ ରହିପାରେ ।
କୁକୁଡ଼ା ଶିଳ୍ପର ଆକଳନ ଅନୁସାରେ, ଡିସେମ୍ବର ଓ ଜାନୁଆରୀରେ ଉତ୍ପାଦନ ୨୦ ପ୍ରତିଶତରୁ ଅଧିକ କମିପାରେ। ଯଦି ଏପରି ହୁଏ, ତେବେ ଆଗାମୀ ଦିନରେ ଅଣ୍ଡା ଓ ଚିକେନ୍ ଦାମ୍ ଗ୍ରାହକଙ୍କ ପକେଟ୍ ଉପରେ ଅଧିକ ପ୍ରଭାବ ପକାଇପାରେ ।
ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପ...
ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା! ଏମିତି ଥିଲେ ବି...
ବିଶ୍ୱ ସିନେମା ଜଗତରେ ଏବେ ଚର୍ଚ୍ଚାରେ ଜାପାନୀ ଫିଲ୍ମ &lsq...
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...
ଭାରତରେ ରହି ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ୍ ହସିନା!...
ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ '...
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଫିଲ୍ମ ରା...
ଇସଲାମାବାଦ/ରାୱଲପିଣ୍ଡି: ପାକିସ୍ତାନରେ ଜଣେ ମହିଳା ସାମ୍ବା...