Nvidia CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ବିବାଦ! ଭାରତୀୟ ସେୟାର ବଜାରକୁ ମିଳିବ କି ଫାଇଦା?

ବିଶ୍ୱର ଅନ୍ୟତମ ବଡ଼ ଟେକ୍ନୋଲୋଜି କମ୍ପାନୀ Nvidia ଏବେ ବିବାଦ ଘେରରେ । କମ୍ପାନୀର CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ବିଦେଶୀ ଗୁପ୍ତଚର ସଂସ୍ଥାର ଗୁପ୍ତ ଉଦ୍ୟମ ସମ୍ପର୍କିତ ରିପୋର୍ଟ ପରେ ତଦନ୍ତ ଆରମ୍ଭ କରିଛି Nvidia । ଏହି ଖବର ପ୍ରକାଶ ପାଇବା ପରେ ସୋମବାର କମ୍ପାନୀର ସେୟାର ମୂଲ୍ୟ ପ୍ରାରମ୍ଭିକ କାରବାରରେ ୮ ପ୍ରତିଶତ ହ୍ରାସ ପାଇଛି ।
Nvidia CEO Jensen Huang controversy.
Nvidia CEO Jensen Huang controversy.

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିବା ଆମେରିକୀୟ ଚିପ୍ ନିର୍ମାତା Nvidia ଏବେ ଏକ ବଡ଼ ବିବାଦରେ ଫସିଛି । କମ୍ପାନୀର CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ବିଦେଶୀ ଗୁପ୍ତଚର ସଂସ୍ଥାର ଏକ ଗୁପ୍ତ ଉଦ୍ୟମ ସମ୍ପର୍କିତ ରିପୋର୍ଟ ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି କମ୍ପାନୀ । ଏହି ଘଟଣାର ପ୍ରଭାବ Nvidiaର ସେୟାର ଉପରେ ପଡ଼ିଛି । ସୋମବାର କାରବାର ଆରମ୍ଭରେ କମ୍ପାନୀର ସେୟାର ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଛି ।

ଏହି ଘଟଣାକୁ ନେଇ ଏବେ ବିଶ୍ୱ ଟେକ୍ନୋଲୋଜି ଏବଂ ଷ୍ଟକ୍ ମାର୍କେଟରେ ଚର୍ଚ୍ଚା ଜୋର ଧରିଛି । Nvidia ସେୟାରରେ ହ୍ରାସ ଭାରତୀୟ ସେୟାର ବଜାରର କିଛି କମ୍ପାନୀ ଓ IT କ୍ଷେତ୍ରକୁ ପରୋକ୍ଷରେ ଲାଭ ଦେଇପାରିବ କି, ତାହା ଉପରେ ନିବେଶକଙ୍କ ନଜର ରହିଛି ।

କ'ଣ ରହିଛି ପୂରା ଘଟଣା?

ରବିବାର Nvidia ପକ୍ଷରୁ ଏହି ଘଟଣାର ତଦନ୍ତ ଘୋଷଣା କରାଯାଇଥିଲା । The New York Timesର ରିପୋର୍ଟ ଅନୁଯାୟୀ, ହୁଆଙ୍ଗ ଜଣେ ବ୍ୟବସାୟିକ ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା କଥା ସ୍ୱୀକାର କରିଥିଲେ । ଉକ୍ତ ଅଧିକାରୀଙ୍କୁ ଆମେରିକୀୟ ଗୁପ୍ତଚର ସଂସ୍ଥା ଚୀନ୍ ପାଇଁ ସୂଚନା ସଂଗ୍ରହ କରୁଥିବା ବ୍ୟକ୍ତି ଭାବେ ଚିହ୍ନଟ କରିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି ।

ରିପୋର୍ଟରେ ଆଲିସ୍ ହୁଆଙ୍ଗଙ୍କ ନାମ ଉଲ୍ଲେଖ ହୋଇଛି। ସେ ସିଙ୍ଗାପୁରର ଡାଟା ସେଣ୍ଟର କମ୍ପାନୀ Megaspeed Internationalର ପୂର୍ବତନ ଅଧିକାରୀ ଥିଲେ। ଏହି କମ୍ପାନୀର ୱେବସାଇଟରେ Nvidia ସହ ଏହାର ବ୍ୟବସାୟିକ ସହଭାଗିତାକୁ ପ୍ରମୁଖତାର ସହ ଦର୍ଶାଯାଇଛି ।

ତେବେ ଏହି ଘଟଣାରେ କୌଣସି ଗୁପ୍ତଚର କାର୍ଯ୍ୟକଳାପରେ ହୁଆଙ୍ଗଙ୍କ ସମ୍ପୃକ୍ତି ପ୍ରମାଣିତ ହୋଇନାହିଁ। ଏହି ରିପୋର୍ଟକୁ ନେଇ କମ୍ପାନୀ ତଦନ୍ତ କରୁଛି ।

ଚୀନ୍‌କୁ ଚିପ୍ ବିକ୍ରି ଉପରେ ଆମେରିକାର କଟକଣା

Nvidiaର ଚିପ୍‌ଗୁଡ଼ିକ ବିଶ୍ୱର ଡାଟା ସେଣ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ମଡେଲ୍ ପ୍ରସ୍ତୁତି ଓ ପରିଚାଳନାରେ ବ୍ୟବହାର ହୋଇଥାଏ। ବିଶେଷକରି ଏହାର ଅତ୍ୟାଧୁନିକ ପ୍ରୋସେସରଗୁଡ଼ିକ AI ଶିଳ୍ପରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟପଟେ ଚୀନ୍‌କୁ ଉନ୍ନତ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଯୋଗାଣ ରୋକିବା ପାଇଁ ଆମେରିକା ସରକାର Nvidiaର କିଛି ଉନ୍ନତ ଚିପ୍ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଏହା ଫଳରେ ଚୀନ୍ ବଜାରରେ Nvidiaର ବ୍ୟବସାୟ ମଧ୍ୟ ବିଭିନ୍ନ ସମୟରେ ପ୍ରଭାବିତ ହୋଇଛି ।

ଭାରତୀୟ ସେୟାର ବଜାରକୁ ମିଳିବ କି ଫାଇଦା?

Nvidiaର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଭାରତୀୟ IT ଏବଂ ଟେକ୍ନୋଲୋଜି କ୍ଷେତ୍ରର କମ୍ପାନୀଗୁଡ଼ିକ ଉପରେ ନିବେଶକଙ୍କ ନଜର ରହିଛି । ଯଦି ବିଶ୍ୱସ୍ତରରେ AI ଓ ଚିପ୍ ଶିଳ୍ପରେ ବ୍ୟବସାୟିକ ପରିବର୍ତ୍ତନ ଆସେ, ତେବେ ଭାରତୀୟ IT ସେବା, ଡାଟା ସେଣ୍ଟର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର କିଛି କମ୍ପାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରେ ।

ତେବେ Nvidiaର ସେୟାର ହ୍ରାସ ହେବା ମାତ୍ରେ ଭାରତୀୟ ସେୟାର ବଜାରକୁ ସିଧାସଳଖ ଲାଭ ମିଳିବ ବୋଲି କହିହେବ ନାହିଁ। ବିଶ୍ୱ AI ଶିଳ୍ପର ପରିସ୍ଥିତି, ଆମେରିକା-ଚୀନ୍ ସମ୍ପର୍କ ଏବଂ ନିବେଶକଙ୍କ ମନୋଭାବ ଉପରେ ଆଗାମୀ ବଜାରର ଗତି ନିର୍ଭର କରିବ ।

LIVE TV
LIVE
Latest News
ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳିମାଡ଼ରେ ଯୁବକ ମୃତ, ମାଷ୍ଟରମାଇଣ୍ଡ ସମେତ ୧୩ ଗିରଫ

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍...

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...

ମୃତ ଘୋଷିତ ୨ ଲକ୍ଷ ଭୋଟର ଭୋଟର ତାଲିକାରେ ସକ୍ରିୟ! ନିର୍ବାଚନ ଆୟୋଗ ଉପରେ ବର୍ଷିଲେ ଶଶୀ ଥରୁର୍

ମୃତ ଘୋଷିତ ୨ ଲକ୍ଷ ଭୋଟର ଭୋଟର...

ନୂଆଦିଲ୍ଲୀ: ଦେଶର ଭୋଟର ତାଲିକାକୁ ନେଇ ପୁଣି ଥରେ ରାଜନୈତି...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଦିଲୀପ ରାୟ ମୃତ, ପଶ୍ଚିମବଙ୍ଗରେ ଚତୁର୍ଥ ଏନକାଉଣ୍ଟର

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା! ୮ ତାରିଖରୁ ବଦଳିବ ପାଗ

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...

ମନ୍ଦିର ପାଇଁ ହିଁ କାହିଁକି ୧୦୦୦ କୋଟି? ପଶ୍ଚିମବଙ୍ଗ ସରକାରଙ୍କ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଅଧୀର ରଞ୍ଜନ

ମନ୍ଦିର ପାଇଁ ହିଁ କାହିଁକି ୧୦୦୦ କୋଟି?...

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାଚୀନ ମନ୍ଦିର ଓ ମଠଗୁଡ଼ିକର...

'ଦିମାଗୀ ନକ୍ସଲ' ମନ୍ତବ୍ୟକୁ ନେଇ ତାତିଲା କଂଗ୍ରେସ, ମୋଦୀଙ୍କୁ ଘେରିଲେ ଜୟରାମ ରମେଶ

'ଦିମାଗୀ ନକ୍ସଲ' ମନ୍ତବ୍ୟକୁ ନେଇ ତାତିଲା କଂଗ୍ରେସ,...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଦିମ...

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା!

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ...

ଦୀପାବଳି ପରେ ଖସିବ ରାତି ତାପମାତ୍ରା ଭୁବନେଶ୍ୱର: ଦୀପା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+