ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଦିମାଗୀ ନକ୍ସଲ' ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ତେଜିଛି। ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ତୀବ୍ର ପ୍ରତିବାଦ କରିଥିବା ବେଳେ ଦଳର ସାଂସଦ ଜୟରାମ ରମେଶ ଏହାକୁ ସମସ୍ତ ସାମ୍ବିଧାନିକ ଓ ଅନୁଷ୍ଠାନିକ ନିୟମ ଉପରେ ଖୋଲା ଆକ୍ରମଣ ବୋଲି କହିଛନ୍ତି ।
ରବିବାର ଦିନ ଛତିଶଗଡ଼ର ବସ୍ତର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 'ଦିମାଗୀ ନକ୍ସଲ'ଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟସଭା ସାଂସଦ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପ୍ରତିକ୍ରିୟା ରଖିଥିଲେ ।
ଜୟରାମ ରମେଶ କହିଛନ୍ତି ଯେ ଦୀପାବଳି ଭଳି ପବିତ୍ର ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶକୁ ରାଜନୈତିକ ଆକ୍ରମଣରୁ ମୁକ୍ତ ରଖିପାରିଲେ ନାହିଁ। ସୁରକ୍ଷା ବାହିନୀର ପୋଷାକ ପିନ୍ଧି ଏକ ଗମ୍ଭୀର ଓ ଅଣରାଜନୈତିକ ଅବସରରେ ନିଜର ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ୍ କରିବା ଉଚିତ ନୁହେଁ ବୋଲି ସେ ଆପତ୍ତି ଉଠାଇଛନ୍ତି ।
କଂଗ୍ରେସ ନେତା ଆହୁରି କହିଛନ୍ତି, ଯେଉଁମାନେ ସରକାରଙ୍କ ସହ ଅସହମତି ପ୍ରକାଶ କରୁଛନ୍ତି, ସେମାନଙ୍କୁ ନକ୍ସଲ ଭାବେ ଚିତ୍ରଣ କରିବା ଏକ ପ୍ରକାରର ରାଜନୈତିକ ଆକ୍ରମଣ । ଏହା ଗଣତାନ୍ତ୍ରିକ ଓ ଅନୁଷ୍ଠାନିକ ମର୍ଯ୍ୟାଦାର ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି ।
ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଲେ ଜୟରାମ
ନିଜ ବୟାନରେ ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କ ପୂର୍ବର ଏକ ମନ୍ତବ୍ୟକୁ ମଧ୍ୟ ମନେ ପକାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୨୦୨୪ ଏପ୍ରିଲ ୨୮ ତାରିଖରେ ଜାତିଗତ ଜନଗଣନା ଦାବି କରୁଥିବା ଲୋକଙ୍କୁ ମୋଦୀ 'ଅର୍ବାନ ନକ୍ସଲ' ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୫ ଏପ୍ରିଲ ୩୦ ତାରିଖରେ ଜନଗଣନା ୨୦୨୭ର ଅଂଶ ଭାବେ ଜାତିଗତ ଜନଗଣନା କରାଯିବ ବୋଲି ଘୋଷଣା ହୋଇଥିଲା ।
ଆହୁରି ପଢନ୍ତୁ: ମନ୍ଦିର ପାଇଁ ହିଁ କାହିଁକି ୧୦୦୦ କୋଟି? ପଶ୍ଚିମବଙ୍ଗ ସରକାରଙ୍କ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଅଧୀର ରଞ୍ଜନ
କୃଷକ ଆନ୍ଦୋଳନକୁ ନେଇ ମଧ୍ୟ ଉଠାଇଲେ ପ୍ରଶ୍ନ
ସେହିପରି ତିନିଟି କୃଷି ଆଇନ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଜୟରାମ। ତାଙ୍କ ଅଭିଯୋଗ ଅନୁସାରେ, ୨୦୨୦ ସେପ୍ଟେମ୍ବରରେ ଏହି ଆଇନକୁ ବିରୋଧ କରୁଥିବା ଲୋକଙ୍କୁ ମୋଦୀ ନକ୍ସଲ ଚିନ୍ତାଧାରାର ସମର୍ଥକ ବୋଲି କହିଥିଲେ। ପରେ ୨୦୨୧ ନଭେମ୍ବର ୧୯ରେ ସରକାର ତିନିଟି କୃଷି ଆଇନ ପ୍ରତ୍ୟାହାର କରିଥିଲେ ।
ଜୟରାମ ରମେଶ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବେ ବିଚଳିତ, ଚିନ୍ତିତ ଓ ହତାଶ ଥିବା ପରି ମନେ ହେଉଛି। ତାଙ୍କର 'ଝୋଲା ଉଠାଇବାର ସମୟ ପାଖେଇ ଆସୁଛି' ବୋଲି ମଧ୍ୟ ସେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ 'ଦିମାଗୀ ନକ୍ସଲ' ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଜୋର୍ ଧରିଛି ।
ମୁମ୍ବାଇ: ଦିନେ KGF ଜରିଆରେ ସାରା ଭାରତରେ ନିଜର ପରିଚୟ ସୃ...
ମୁମ୍ବାଇ: ମହାରାଷ୍ଟ୍ର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଓଡ଼ିଶାର ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯ...
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିର୍ଦ୍ଦେଶକ...
ଚେନ୍ନାଇ: ବିଗ୍‌ ବସ୍‌ ତାମିଲ୍‌-୪ର ରନର୍...
ଭୁବନେଶ୍ୱର: ଓଡ଼ିଶାର ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଯୋଡ଼ି...
ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ...