ଚେନ୍ନାଇ: ବିଗ୍ ବସ୍ ତାମିଲ୍-୪ର ରନର୍ସ ଅପ୍ ତଥା ଅଭିନେତା ବାଲାଜୀ ମୁରୁଗାଦୋସଙ୍କ ଘରେ ନିଶା ନିବାରଣ ବିଭାଗର ଚଢ଼ାଉକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୀପାବଳି ପରେ ତାଙ୍କ ଘରେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF)ର ୧୫ ଜଣ କର୍ମଚାରୀ ରାତିରେ ପହଞ୍ଚି ଯାଞ୍ଚ କରିଥିବା ବାଲାଜୀ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ସାର୍ବଜନୀନ ଭାବେ ଜବାବ ମାଗିଛନ୍ତି।
ସୋସିଆଲ ମିଡିଆରେ ଚଢ଼ାଉକୁ ନେଇ ପ୍ରଶ୍ନ
ବାଲାଜୀ ନିଜ X ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଗତ ରାତିରେ ନିଶା ନିବାରଣ ବିଭାଗର ୧୫ ଜଣ ପୋଲିସ କର୍ମଚାରୀ ତାଙ୍କ ଘରକୁ ଆସିଥିଲେ ।
ତାଙ୍କ ଅଭିଯୋଗ ଅନୁଯାୟୀ, ଘରେ ଯାଞ୍ଚ କରିବାକୁ ଆସିଥିବା ଅଧିକାରୀମାନେ ପ୍ରଥମେ କୌଣସି ସର୍ଚ୍ଚ ୱାରେଣ୍ଟ ଦେଖାଇନଥିଲେ । ତଥାପି ନିଜର ଲୁଚାଇବାକୁ କିଛି ନଥିବା କହି ସେ ପୋଲିସକୁ ସହଯୋଗ କରିଥିବା ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମାଗିଲେ ଜବାବ
ଅଭିନେତା ବାଲାଜୀ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଟ୍ୟାଗ୍ କରି ଚଢ଼ାଉ ପଛର କାରଣ ଜାଣିବାକୁ ଚାହିଁଛନ୍ତି। ତାଙ୍କ ବିରୋଧରେ କିଏ ଅଭିଯୋଗ କରିଛି ଏବଂ କେଉଁ ଆଧାରରେ ଏହି ଯାଞ୍ଚ କରାଯାଇଛି, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।
ଏପରିକି ନିଜର ରକ୍ତ ପରୀକ୍ଷା କରାଇବାକୁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଏଯାଏଁ ପୋଲିସ ବିଭାଗ ପକ୍ଷରୁ କୌଣସି ଆଧିକାରିକ ବୟାନ ଜାରି କରାଯାଇନାହିଁ।
ଆହୁରି ପଢନ୍ତୁ: ଧମକ ପରେ ବିନା ବୁଲେଟ୍ପ୍ରୁଫ୍ କାଚରେ ଫ୍ୟାନ୍ସଙ୍କୁ ଭେଟିଲେ ଅମିତାଭ ବଚ୍ଚନ!
କିଏ ଏହି ବାଲାଜୀ ମୁରୁଗାଦୋସ?
ବାଲାଜୀ ମୁରୁଗାଦୋସ ପ୍ରଥମେ Bigg Boss Tamil Season 4ରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଥିଲେ। ଏହି ଶୋ’ରେ ସେ ପ୍ରଥମ ରନର୍ସ ଅପ୍ ହୋଇଥିଲେ । ଏହି ଶୋ’କୁ ଅଭିନେତା କମଲ ହାସନ୍ ହୋଷ୍ଟ କରିଥିଲେ ।
ପରେ ସେ Bigg Boss Ultimateର ପ୍ରଥମ ସିଜନ୍ରେ ବିଜେତା ହୋଇ ଟ୍ରଫି ଜିତିଥିଲେ। ମନୋରଞ୍ଜନ ଜଗତକୁ ଆସିବା ପୂର୍ବରୁ ସେ ମଡେଲିଂ କ୍ଷେତ୍ରରେ ମଧ୍ୟ ସଫଳତା ପାଇଥିଲେ। ୨୦୧୮ରେ Rubaru Mister International India ଟାଇଟଲ୍ ଜିତିଥିଲେ ।
୨୦୨୪ରେ ସିନେମା ଜଗତରୁ କିଛି ସମୟ ପାଇଁ ଦୂରେଇ ରହିବା ଘୋଷଣା କରିଥିଲେ ମଧ୍ୟ ପରେ ୨୦୨୫ର କ୍ରାଇମ୍ ଡ୍ରାମା ଫିଲ୍ମ Fireରେ ଅଭିନୟ କରିଥିଲେ ।
ଏବେ ତାଙ୍କ ଘରେ ହୋଇଥିବା ଚଢ଼ାଉ ଓ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ପ୍ରଶ୍ନ ତାମିଲ୍ ମନୋରଞ୍ଜନ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଜସ୍ଥାନରେ ୩୦ ଲକ୍ଷ ଭୋଟରଙ୍କୁ ନେଇ ବିବାଦ! ଗ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଚଳାଇନ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଯୁବ ପେସର୍ ଗୁରନ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶାଜନ...
ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ଭୋ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଏମିତି ହେବା ଉଚିତ୍ ମାଲିକ! ଦୀପାବଳିରେ ୨୦ କର୍...