ଓଡ଼ିଶାର ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ରାଜ୍ୟରେ ୩୧୮ଟି ଅତିରିକ୍ତ ପୋଷ୍ଟ ଗ୍ରାଜୁଏଟ୍ (PG) ମେଡିକାଲ୍ ସିଟ୍କୁ ନ୍ୟାସନାଲ୍ ମେଡିକାଲ୍ କମିଶନ (NMC) ଅନୁମୋଦନ ଦେଇଛି। ଏହାଦ୍ୱାରା ଓଡ଼ିଶାରେ ମୋଟ PG ମେଡିକାଲ୍ ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।
ଶୁକ୍ରବାର ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହି ନୂଆ ଅନୁମୋଦନ ଦ୍ୱାରା ରାଜ୍ୟର ୧୪ଟି ମେଡିକାଲ୍ ବିଭାଗରେ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାର ସୁଯୋଗ ବଢ଼ିବ । ବିଶେଷ କଥା ହେଉଛି, ୫ଟି ନୂଆ ସରକାରୀ ମେଡିକାଲ୍ କଲେଜରେ PG ପାଠ୍ୟକ୍ରମ ଆରମ୍ଭ ପାଇଁ ମୋଟ ୧୫୩ଟି ସିଟ୍ ଅନୁମୋଦନ ମିଳିଛି।
NMCର ଅନୁମୋଦନ ଅନୁସାରେ ବିଭିନ୍ନ ମେଡିକାଲ୍ କଲେଜରେ PG ସିଟ୍ ବଣ୍ଟନ ହୋଇଛି।
ଧରଣୀଧର ମେଡିକାଲ୍ କଲେଜ, କେନ୍ଦୁଝର: ୧୦ଟି ବିଭାଗରେ ୪୪ଟି ସିଟ୍ ।
ସରକାରୀ ମେଡିକାଲ୍ କଲେଜ, ସୁନ୍ଦରଗଡ଼: ୮ଟି ବିଭାଗରେ ୨୨ଟି ସିଟ୍ ।
ଏସ୍ଏଲ୍ଏନ୍ ମେଡିକାଲ୍ କଲେଜ, କୋରାପୁଟ: ୯ଟି ବିଭାଗରେ ୨୮ଟି ସିଟ୍ ।
ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ୍ କଲେଜ, ତାଳଚେର: ୧୦ଟି ବିଭାଗରେ ୩୨ଟି ସିଟ୍ ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ୍ କଲେଜ, ଫୁଲବାଣୀ: ୮ଟି ବିଭାଗରେ ୨୭ଟି ସିଟ୍ ।
ଏହି ୫ଟି ମେଡିକାଲ୍ କଲେଜରେ ମୋଟ ୧୫୩ଟି PG ସିଟ୍ ଅନୁମୋଦନ ହୋଇଛି।
କେବଳ ନୂଆ ମେଡିକାଲ୍ କଲେଜ ନୁହେଁ, ପୂର୍ବରୁ ଥିବା ଅନେକ ମେଡିକାଲ୍ କଲେଜରେ ମଧ୍ୟ PG ସିଟ୍ ବୃଦ୍ଧି କରାଯାଇଛି।
ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ସିଟ୍ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୫୩ ହୋଇଛି। ସେହିପରି ବଲାଙ୍ଗୀରର ଭୀମ ଭୋଇ ମେଡିକାଲ୍ କଲେଜରେ ୧୦ରୁ ବଢ଼ି ୫୪ଟି ଏବଂ ବାଲେଶ୍ୱରର ଫକୀର ମୋହନ ମେଡିକାଲ୍ କଲେଜରେ ୮ରୁ ବଢ଼ି ୫୪ଟି PG ସିଟ୍ ହୋଇଛି।
ଏହାବ୍ୟତୀତ ଭୁବନେଶ୍ୱରର PGIMER ଓ କ୍ୟାପିଟାଲ୍ ହସ୍ପିଟାଲ୍କୁ ଅତିରିକ୍ତ ୧୧ଟି ସିଟ୍ ମିଳିଛି। କଟକର SCB ମେଡିକାଲ୍ କଲେଜକୁ ୧୭ଟି, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍ସରକୁ ୩ଟି ଏବଂ ବୁର୍ଲାର VIMSARକୁ ଅତିରିକ୍ତ ୧୧ଟି ସିଟ୍ ମିଳିଛି।
ଅନୁମୋଦିତ ଅତିରିକ୍ତ ସିଟ୍ଗୁଡ଼ିକ ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ENT, ଜେନେରାଲ୍ ମେଡିସିନ୍, ଜେନେରାଲ୍ ସର୍ଜରୀ, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଓ ରେସ୍ପିରେଟୋରି ମେଡିସିନ୍ ଭଳି ୧୪ଟି ବିଭାଗରେ ରହିଛି।
ବକ୍ସ ଅଫିସ୍ରେ ଜବରଦସ୍ତ ଆରମ୍ଭ କରିଛି ନିତେଶ ତିୱାରୀଙ୍କ ବ...
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ବମିଖାଲ ଅଞ...
ଆଜି ଆଲୋକର ପର୍ବ ଦୀପାବଳି ସହ ପାଳନ ହେଉଛି ମା' କାଳୀଙ...
ଭୁବନେଶ୍ୱର, ୭ ନଭେମ୍ବର ୨୦୨୬: ବାତ୍ୟା ଓ ବନ୍ୟାରେ ପ୍ରଭାବ...
ଭୁବନେଶ୍ୱର, ୭ ନଭେମ୍ବର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥ...
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...