ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୁଧୁରୁଥିବା ବେଳେ ପୁଣି ଥରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ଦୁଇ ଦିନ ହେଲା ବନ୍ୟାଜଳ କମିବା ଆରମ୍ଭ କରିଥିଲା ଏବଂ ପ୍ରଭାବିତ ପରିବାରମାନେ ନିଜ ଘର ସଫା କରିବା ସହ ମରାମତି କାମରେ ଲାଗିଥିଲେ।
କିନ୍ତୁ ଉପରମୁଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ହେବାରୁ ରାଜଘାଟ ନିକଟରେ ସାଳନ୍ଦୀ ନଦୀର ଜଳସ୍ତର ପୁଣି ବଢ଼ିଛି। ବର୍ତ୍ତମାନ ନଦୀର ଜଳସ୍ତର ୧୬.୩୦ ଫୁଟ୍ ରହିଥିବା ବେଳେ ବିପଦ ସଙ୍କେତ ୧୭ ଫୁଟ୍ ଅଟେ। ଏହାକୁ ନେଇ ନିମ୍ନାଞ୍ଚଳରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି।
ଭଦ୍ରକ ବ୍ଲକ ଅଧୀନ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତରେ ପରିସ୍ଥିତି ଅଧିକ ଚିନ୍ତାଜନକ ରହିଛି। ରାଜମୁକୁନ୍ଦପୁର ସେତୁ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୋଇଛି।
ପୂର୍ବରୁ ଭାଙ୍ଗିଥିବା ନଦୀବନ୍ଧ ଅଞ୍ଚଳରେ ମଧ୍ୟ ପରିସ୍ଥିତି ପୁଣି ଗୁରୁତର ହୋଇପଡ଼ିଛି। ଜଳସ୍ତର ବଢ଼ିବା ସହିତ ବନ୍ୟା ପ୍ରଭାବିତ ଲୋକମାନେ ପୁଣି ନିଜ ଘର ଓ ସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସାଳନ୍ଦୀ ନଦୀର ଜଳସ୍ତର ପୁଣି ବଢ଼ୁଛି ଏବଂ ବନ୍ଧର ଭଙ୍ଗା ସ୍ଥାନରେ ପରିସ୍ଥିତି ଅଧିକ ଜଟିଳ ହୋଇଛି। ବନ୍ୟା ପ୍ରଭାବିତ ପରିବାରମାନେ ପୁଣି ଥରେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...