ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର ସମନ୍‌ ରଦ୍ଦ କଲେନି ବମ୍ବେ ହାଇକୋର୍ଟ

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା ଲାଗିଛି। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କରିଥିବା ଟିପ୍ପଣୀ ସମ୍ପର୍କିତ ମାନହାନି ମାମଲାରେ ଜାରି ସମନ୍‌କୁ ରଦ୍ଦ କରିବାକୁ କୋର୍ଟ ମନା କରିଛନ୍ତି। ତେବେ ରାହୁଲଙ୍କ ଅନୁରୋଧରେ ଏହି ଆଦେଶ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଦିଆଯାଇଛି।
Rahul Gandhi defamation case and Bombay High Court hearing
Rahul Gandhi defamation case and Bombay High Court hearing

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ୨୦୧୮ରେ କରିଥିବା ଟିପ୍ପଣୀ ସମ୍ପର୍କିତ ମାନହାନି ମାମଲାରେ ତାଙ୍କ ବିରୋଧରେ ଜାରି ସମନ୍‌କୁ ରଦ୍ଦ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

ଜଷ୍ଟିସ୍ ନିତିନ ବୋରକରଙ୍କ ଏକକ ଖଣ୍ଡପୀଠ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ କୌଣସି ସ୍ପଷ୍ଟ ଆଇନଗତ ତ୍ରୁଟି କିମ୍ବା ବେଆଇନ କାର୍ଯ୍ୟ ନଥିବା ଦର୍ଶାଇ ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରିଛନ୍ତି।

୨୦୧୮ର ନିର୍ବାଚନୀ ସଭା ସହ ଜଡ଼ିତ ମାମଲା

ଏହି ମାନହାନି ମାମଲାଟି ୨୦୧୮ ମସିହାର ରାଜସ୍ଥାନ ନିର୍ବାଚନୀ ସଭା ସହ ଜଡ଼ିତ। ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ନେଇ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ।

ଏହି ସମୟରେ ସେ ‘ଚୌକିଦାର ଚୋର ହୈ’ ଏବଂ ‘କମାଣ୍ଡର-ଇନ୍-ଥିଫ୍’ ଭଳି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି ନେତା ମହେଶ ଶ୍ରୀଶ୍ରୀମାଲ ମାନହାନି ଅଭିଯୋଗ ଆଣିଥିଲେ।

୨୦୧୯ରେ ଜାରି ହୋଇଥିଲା ସମନ୍

ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍ କୋର୍ଟ ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ସମନ୍ ଜାରି କରିଥିଲେ। ଏହି ସମନ୍ ଏବଂ ମାମଲାର ପରବର୍ତ୍ତୀ ଶୁଣାଣିକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ରାହୁଲଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ତାଙ୍କ ବୟାନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନାଁ ନିଆଯାଇନଥିଲା। ତେଣୁ ଅଭିଯୋଗକାରୀଙ୍କର ଏହି ମାମଲା ଦାୟର କରିବାର ଆଇନଗତ ଅଧିକାର ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ରଖିଥିଲେ।

୬ ସପ୍ତାହର ସ୍ଥଗିତାଦେଶ

ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ କୌଣସି ସ୍ପଷ୍ଟ ଆଇନଗତ ତ୍ରୁଟି ନଥିବା ଦର୍ଶାଇ ରାହୁଲଙ୍କ ଆବେଦନକୁ ଖାରଜ କରାଯାଇଛି।

ଫଳରେ ମାନହାନି ମାମଲା ଆଗକୁ ଜାରି ରହିବ। ତେବେ ରାହୁଲ ଗାନ୍ଧୀଙ୍କ ଅନୁରୋଧରେ ହାଇକୋର୍ଟ ନିଜ ଆଦେଶ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଦେଇଛନ୍ତି। ଏହି ରାୟ ପରେ ରାଫେଲ ଚୁକ୍ତିକୁ ନେଇ ବର୍ଷ ପୁରୁଣା ରାଜନୈତିକ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି।

LIVE TV
LIVE
Latest News
ପ୍ରଦୂଷଣ ରୋକିବାକୁ ବାଣ ଦର ବୃଦ୍ଧିକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମର୍ଥନ

ପ୍ରଦୂଷଣ ରୋକିବାକୁ ବାଣ ଦର ବୃଦ୍ଧିକୁ ମନ୍ତ୍ରୀ...

ଭୁବନେଶ୍ୱର: ବାଣ ଫୁଟାଇବା ଯୋଗୁଁ ବଢ଼ୁଥିବା ପ୍ରଦୂଷଣକୁ ନି...

୧୨ ବର୍ଷ ହେଲା ଅଟକିଛି ଜାତୀୟ ଜଳପଥ-୫ ପ୍ରକଳ୍ପ! ୫୮୮ କିମି ଜଳପଥର ବିକାଶ ନେଇ ପୁଣି ଉଚ୍ଚସ୍ତରୀୟ ସମୀକ୍ଷା

୧୨ ବର୍ଷ ହେଲା ଅଟକିଛି ଜାତୀୟ ଜଳପଥ-୫...

୧୨ ବର୍ଷ ହେଲା ସମୀକ୍ଷା ପରେ ସମୀକ୍ଷା, ହେଲେ ଆଗେଇ ପାରୁନି...

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା! ପଞ୍ଜାବକୁ ଯାଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅଧିନାୟକ ହେବେନି?

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା!...

IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବଦଳ ଚର୍ଚ...

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ଉଠିଲା ପ୍ରଶ୍ନ, ‘ବିଗ୍ ବସ୍ ମାଲାୟାଲମ୍’ ଘଟଣାକୁ ନେଇ ଚର୍ଚ୍ଚା

ଧାର୍ମିକ ସହିଷ୍ଣୁତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ...

ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ ଖାନଙ୍କ ‘King’କୁ ନେଇ ବଢ଼ିଲା ଚର୍ଚ୍ଚା

ରିଲିଜ୍ ପୂର୍ବରୁ ₹୬୬୫ କୋଟିର ଡିଲ୍! ଶାହରୁଖ...

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...

ରୋହିତ-କୋହଲିଙ୍କୁ ଅଟକାଇବାକୁ ସାଣ୍ଟନର୍‌ଙ୍କ ମାଷ୍ଟରପ୍ଲାନ୍! ସର୍ଟ ବଲ୍‌ରେ ରୋହିତଙ୍କୁ ରୋକିବା କଷ୍ଟକର

ରୋହିତ-କୋହଲିଙ୍କୁ ଅଟକାଇବାକୁ ସାଣ୍ଟନର୍‌ଙ୍କ ମାଷ୍ଟରପ୍ଲାନ୍! ସର୍ଟ ବଲ୍‌ରେ...

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପୂର୍ବରୁ ଭାରତୀୟ କ୍ରିକ...

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ରୋହିତ-କୋହଲି, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ...

ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ ଖାଦ୍ୟରୁ ମିଳିଲା ମୃତ ବେଙ୍ଗ! ଜଣ୍ଡିସ୍‌ ଆତଙ୍କ ମଧ୍ୟରେ ଖାଦ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ ଖାଦ୍ୟରୁ ମିଳିଲା ମୃତ...

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ମଧ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+