Landslides in eastern China after heavy rain from Typhoon Soudelor

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬ ମୃତ; ୯ ଜଣ ନିଖୋଜ

ଘୂର୍ଣ୍ଣିଝଡ଼ ‘ସୌଦେଲ୍’ ପ୍ରଭାବରେ ଚୀନର ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟି ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କୁ ଖୋଜିବା ପାଇଁ ୧୭୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି।

ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ ‘ସୌଦେଲ୍’ (Soudelor) ପ୍ରଭାବରେ ପୂର୍ବ ଚୀନର ବିଭିନ୍ନ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଘଟିଛି। ଏହା ଯୋଗୁଁ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା ଜଣାପଡ଼ିଛି।

ଗତ ଶନିବାର ଜିଆଙ୍ଗସି ପ୍ରଦେଶର ମିଙ୍ଗକେଙ୍ଗ ଗ୍ରାମରେ ମଡସ୍ଲାଇଡ୍ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପୂର୍ବ ଚୀନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂସ୍ଖଳନ ଘଟିଛି।

ନିକଟସ୍ଥ ଜୁଓଆନ୍ ଓ ତାଙ୍ଗହୁ ସହରରେ ଘଟିଥିବା ଅନ୍ୟ ଏକ ଭୂସ୍ଖଳନରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଆହୁରି ୨ ଜଣ ନିଖୋଜ ଥିବା ସୂଚନା ମିଳିଛି।

ପ୍ରବଳ ବର୍ଷାରେ ବିପର୍ଯ୍ୟସ୍ତ ଜନଜୀବନ

ଗତ ମାସ ଶେଷ ଆଡ଼କୁ ଚୀନର ପୂର୍ବ ଉପକୂଳରେ ‘ସୌଦେଲ୍’ ସ୍ଥଳଭାଗ ଛୁଇଁବା ପରେ ଅନେକ ଅଞ୍ଚଳରେ କ୍ରମାଗତ ଭାବେ ଅତି ପ୍ରବଳ ବର୍ଷା ହେଉଛି। ବର୍ଷା ଓ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଅନେକ ସହରରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ପରିବହନ ସେବା ବନ୍ଦ ରଖାଯାଇଛି।

ମିଙ୍ଗକେଙ୍ଗ ଗ୍ରାମରେ ଭୂସ୍ଖଳନ ଯୋଗୁଁ ଅନେକ ଘର ଭାଙ୍ଗି ମାଟିରେ ମିଶିଯାଇଛି। ରାସ୍ତାଘାଟ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

୧୭୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ୧୭୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି।

ତେବେ ଲଗାତାର ବର୍ଷା ଯୋଗୁଁ ଉଦ୍ଧାର ଓ ତଲାସୀ ଅଭିଯାନରେ ବାଧା ସୃଷ୍ଟି ହେଉଛି। ନିଖୋଜ ଲୋକମାନେ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ତଲାସୀ ଜାରି ରଖିଛନ୍ତି।

Latest News
ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଭୁବନେଶ୍ୱରରେ ୨୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ପଡ଼ୋଶୀ ଗିରଫ

ଭୁବନେଶ୍ୱରରେ ୨୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ,...

ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଜଣେ ୨୭ ବର୍ଷୀୟା ମହିଳ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଶ୍ରୀଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ, ମାସେ ଭିତରେ ଆସିବ ପୋର୍ଟାଲ

ଶ୍ରୀଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ, ମାସେ ଭିତରେ...

ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଆସିଛି ବଡ଼ ସୂଚନା। ଦୀର୍ଘଦିନ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆଜି ୧୫...

ଓଡ଼ିଶାରେ ପୁଣି ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା। ବଙ୍ଗ...

ଚାକିରି ସ୍ଥାୟୀ ଦାବିରେ ଭୁବନେଶ୍ୱରରେ ସପ୍ଲାଏ ଆସିଷ୍ଟାଣ୍ଟଙ୍କ ଧାରଣା, ୧୧ ଦଫା ଦାବିରେ ତେଜିଲା ଆନ୍ଦୋଳନ

ଚାକିରି ସ୍ଥାୟୀ ଦାବିରେ ଭୁବନେଶ୍ୱରରେ ସପ୍ଲାଏ ଆସିଷ୍ଟାଣ୍ଟଙ୍କ...

ସ୍ଥାୟୀ ଚାକିରି ଓ ଉଚିତ ଦରମା ଦାବିରେ ଭୁବନେଶ୍ୱରର ଲୋୟର ପ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+