ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ହଜାର ହଜାର ଲୋକଙ୍କର ପତ୍ତା ମିଳୁନାହିଁ। ନିଖୋଜ ଥିବା ପ୍ରାୟ ୫,୦୦୦ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧୩,୪୦୦ ଜଣଙ୍କୁ ଉଦ୍ଧାର କରାଯାଇଛି।
ନିକଟରେ ନୁଓ୍ୱାକୋଟ ଜିଲ୍ଲାରୁ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଖବର ଆସିଥିଲା। ଅନ୍ୟପକ୍ଷରେ, ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୧,୩୫୬ରେ ପହଞ୍ଚିଥିବା ସୂଚନା ମିଳିଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ୫ଟି ଜଳ ବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରେ ମଧ୍ୟ ଉଦ୍ଧାର ଓ ତଲାସୀ ଅଭିଯାନ ଚାଲିଛି। ସୁଡ଼ଙ୍ଗ ଭିତରେ ପ୍ରାୟ ୧୨୧ ଜଣ ଫସିଥିବା ଆଶଙ୍କା କରାଯାଉଛି। କାଦୁଅ ଓ ଧ୍ୱଂସାବଶେଷ ଭିତରୁ ମୃତଦେହ ଉଦ୍ଧାର କରାଯାଉଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ବଢ଼ିଛି।
ସୁଡ଼ଙ୍ଗ ଭିତରେ ଦ୍ରୁତ ଗତିରେ ତଲାସୀ ଚାଲିଥିବା ବେଳେ ସଫଳତା ମିଳିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି।
ଏହି ବିପର୍ଯ୍ୟୟର ପ୍ରଭାବ ତିବ୍ବତରେ ମଧ୍ୟ ଦେଖିବାକୁ ମିଳିଛି। ସେଠାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩୧ ଜଣ ନିଖୋଜ ଥିବା ସୂଚନା ମିଳିଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା ଓ ପୁଲିସର ଯବାନମାନେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରିଲିଫ୍ ଶିବିରରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ମୃତଦେହଗୁଡ଼ିକୁ ସମ୍ମାନର ସହ ଉଦ୍ଧାର କରିବା ସହ ରୋଗବ୍ୟାଧି ଯେପରି ନ ବ୍ୟାପେ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ସରକାର ପକ୍ଷରୁ ଉଦ୍ଧାରକାରୀ ଯବାନଙ୍କ ସୁରକ୍ଷା, ସେବା ଓ ଆବଶ୍ୟକ ସୁବିଧା ସହ କୌଣସି ସାଲିସ କରାଯିବ ନାହିଁ ବୋଲି କୁହାଯାଇଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...