ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବଡ଼ ପରଦାରେ ସଫଳତା ପାଇବା ପରେ ଏବେ OTT ପ୍ଲାଟଫର୍ମକୁ ଆସୁଛି ତାଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ‘ଜେଲର୍-୨’। ନଭେମ୍ବର ୧୨ ତାରିଖରୁ Amazon Prime Videoରେ ଏହି ଫିଲ୍ମର ଷ୍ଟ୍ରିମିଂ ଆରମ୍ଭ ହେବ। ଏନେଇ Prime Video ପକ୍ଷରୁ ଘୋଷଣା କରାଯାଇଛି।
ନେଲସନ୍ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ କ୍ରାଇମ୍ ଡ୍ରାମାରେ ରଜନୀକାନ୍ତ ପୁଣିଥରେ ଅବସରପ୍ରାପ୍ତ ଜେଲର୍ ଟାଇଗର୍ ମୁଥୁଭେଲ୍ ପାଣ୍ଡିଆନ୍ ଭୂମିକାରେ ନଜର ଆସିବେ। ପ୍ରଥମ ଭାଗର କାହାଣୀ ପରେ ମୁଥୁଭେଲ୍ଙ୍କୁ ପୁଣିଥରେ ଅବସରରୁ ଫେରିବାକୁ ପଡ଼ୁଛି। ଏକ ଶକ୍ତିଶାଳୀ ଅପରାଧୀ ଗୋଷ୍ଠୀ ତାଙ୍କ ପରିବାର ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ପରେ ସେ ଏହାର ମୁକାବିଲା ପାଇଁ ମଇଦାନକୁ ଓହ୍ଲାଉଛନ୍ତି। ପୁରୁଣା ଶତ୍ରୁଙ୍କ ପ୍ରତ୍ୟାବର୍ତ୍ତନ ଓ ନୂଆ ମେଣ୍ଟ ମଧ୍ୟରେ କାହାଣୀ ଆଗକୁ ବଢ଼ିଛି।
୫ଟି ଭାଷାରେ ଦେଖିପାରିବେ ଦର୍ଶକ
‘ଜେଲର୍-୨’ ତାମିଲ୍, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଓ କନ୍ନଡ଼ ଭାଷାରେ ଉପଲବ୍ଧ ହେବ। ଏହା ୨୪୦ରୁ ଅଧିକ ଦେଶ ଓ ଅଞ୍ଚଳରେ ଷ୍ଟ୍ରିମିଂ ହେବ ବୋଲି ଘୋଷଣା କରାଯାଇଛି। ଏହାଦ୍ୱାରା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଦର୍ଶକ ଘରେ ବସି ଫିଲ୍ମଟି ଦେଖିପାରିବେ।
ଫିଲ୍ମରେ ରହିଛି ଦମ୍ଦାର ଷ୍ଟାର୍କାଷ୍ଟ
ରଜନୀକାନ୍ତଙ୍କ ବ୍ୟତୀତ ଏହି ଫିଲ୍ମରେ ଏସ୍.ଜେ. ସୂର୍ଯ୍ୟ, ଶିବରାଜକୁମାର, ସୂରଜ ଭେଞ୍ଜାରାମୁଡୁ, ମିଥୁନ୍ ଚକ୍ରବର୍ତ୍ତୀ, ବିଦ୍ୟା ବାଲନ୍, ରମ୍ୟା କୃଷ୍ଣନ୍, ନମୋ ନାରାୟଣ ଓ ଯୋଗୀ ବାବୁ ଅଭିନୟ କରିଛନ୍ତି। ଏହାସହ ମୋହନଲାଲ୍, ହ୍ରିତିକ୍ ରୋଶନ୍ ଓ ବିଜୟ ସେତୁପତିଙ୍କ ବିଶେଷ ଉପସ୍ଥିତି ଫିଲ୍ମର ଆକର୍ଷଣ ବଢ଼ାଇଛି। ଅନିରୁଦ୍ଧ ରବିଚନ୍ଦର ଫିଲ୍ମର ସଙ୍ଗୀତ ଦାୟିତ୍ୱରେ ଅଛନ୍ତି। ସନ୍ ପିକ୍ଚର୍ସ ବ୍ୟାନର୍ରେ କଳାନିଧି ମାରନ୍ ଏହାକୁ ପ୍ରଯୋଜନା କରିଛନ୍ତି।
ବକ୍ସ ଅଫିସ୍ରେ ବଡ଼ ସଫଳତା ପରେ OTT ଯାତ୍ରା
ଥିଏଟର୍ରେ ରେକର୍ଡ ସଫଳତା ପାଇବା ପରେ ‘ଜେଲର୍-୨’ ଏବେ ଡିଜିଟାଲ୍ ପ୍ଲାଟଫର୍ମକୁ ଆସୁଛି। ଫିଲ୍ମଟି ବିଶ୍ୱବ୍ୟାପୀ ବକ୍ସ ଅଫିସ୍ରେ ପ୍ରାୟ ୮୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ରିପୋର୍ଟ ହୋଇଛି। ନଭେମ୍ବର ୧୨ରୁ Prime Videoରେ ଏହାର ଷ୍ଟ୍ରିମିଂ ଆରମ୍ଭ ହେବା ସହ ପ୍ରଥମ ‘ଜେଲର୍’ ଫିଲ୍ମ ମଧ୍ୟ ସେହି ପ୍ଲାଟଫର୍ମରେ ଉପଲବ୍ଧ ରହିବ।
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟର...
ଜୟପୁର: ରାଜସ୍ଥାନର ବିକାଶ ଓ ବିଭିନ୍ନ ସରକାରୀ ପ୍ରକଳ୍ପକୁ...
ଆନ୍ଧ୍ରରେ NDAର ଦମ୍‌ଦାର ପ୍ରଦର୍ଶନ ଆନ୍ଧ୍ରପ୍ରଦେ...
ଆମେରିକାର ମଧ୍ୟାବଧି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର...
କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...
ଆମେରିକାର ରାଜନୀତିରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମଧ୍ୟବର୍ତ...
ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି ଭାର...