ଲଗାତାର ବର୍ଷା ଓ ହଦଗଡ଼ ଡ୍ୟାମରୁ ୧୫ କ୍ୟୁସେକ୍ ପାଣି ଛଡ଼ାଯିବା ପରେ ଭଦ୍ରକ ଜିଲ୍ଲାର ଲଞ୍ଜତରା ଅଞ୍ଚଳରେ ସାଳନ୍ଦୀ ନଦୀ ବନ୍ଧରେ ପ୍ରାୟ୬୦ ଫୁଟର ଘାଇସୃଷ୍ଟି ହୋଇଛି। ଏହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି।
ଘାଇ ଦେଇ ବନ୍ୟାଜଳ ପ୍ରବେଶ କରିବିଲଣା, ବାରୋ, କୁବେରା ଓ ନିକଟସ୍ଥ ପଞ୍ଚାୟତଅଞ୍ଚଳର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଧାନ ଚାଷ ସମେତ ବିଭିନ୍ନ ଫସଲର ବ୍ୟାପକ କ୍ଷତି ହେବା ନେଇ ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଘଟଣାର ସୂଚନା ପାଇବା ପରେ ସାଳନ୍ଦୀ କେନାଲ ଡିଭିଜନର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି।
ବନ୍ଧର ଘାଇକୁ ବନ୍ଦ କରିବା ପାଇଁବାଲି ବସ୍ତା ଓ ବୋଲ୍ଡରବ୍ୟବହାର କରାଯାଉଛି। ପାଣିର ସ୍ରୋତକୁ ନିୟନ୍ତ୍ରଣ କରି ଆହୁରି କ୍ଷୟକ୍ଷତି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି।
ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବନ୍ଧର ସଠିକ୍ ମରାମତି ଓ ରକ୍ଷଣାବେକ୍ଷଣ ନହେବାରୁ ଏହି ଘାଇ ସୃଷ୍ଟି ହୋଇଛି।
ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି କରାଯାଇଥାନ୍ତା, ତେବେ ଆଜି ଚାଷଜମିରେ ବନ୍ୟାଜଳ ପ୍ରବେଶ କରିନଥାନ୍ତା। ସେମାନେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥୋଚିତ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଓ ସାମୁଦ୍ରିକ ସୁରକ୍ଷାକ...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଇରା...
ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଐତିହାସିକ ସଫଳତା। ସ...
ଲଗାତାର ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେସୁବର୍...
ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ଏବେ ଏକ ବଡ଼ ଧରଣର ବିବାଦ ଦ...
ଲଗାତାର ବର୍ଷା ଯୋଗୁଁ ରାଜଧାନୀଭୁବନେଶ୍ୱରଓକଟକସମେତ ଓଡ଼ିଶା...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
ଓଡ଼ିଶାରେ ପୁଣି ଏକଲଘୁଚାପସକ୍ରିୟ ହେବାକୁ ଯାଉଥିବାରୁ ଆଗାମ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ‘ହିଟ୍‌...
ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ପ୍ରଭାବରେ ଓଡ଼ି...