ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଓ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟରେଲାଲ ସାଗରଏବଂବାବ୍-ଅଲ୍-ମାଣ୍ଡେବ ଜଳପଥପୁଣିଥରେ ଆନ୍ତର୍ଜାତୀୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଓ ଧମକ ଯୋଗୁଁ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ପ୍ରଭାବ ପଡ଼ୁଥିବା ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ତେଲ ଟ୍ୟାଙ୍କରକୁ ଟାର୍ଗେଟ କରି ଆକ୍ରମଣ ଘଟଣା ପରେ ଅନେକ ଜାହାଜ ନିଜର ଗତିପଥ ପରିବର୍ତ୍ତନ କରିଛନ୍ତି। କେତେକ ଜାହାଜ ନିରାପତ୍ତା ଦୃଷ୍ଟିରୁ ନିଜ ଯାତ୍ରା ମଧ୍ୟ ବାତିଲ କରିଥିବା ଜଣାପଡ଼ିଛି।
ଏହି ପରିସ୍ଥିତିରେସାଉଦି ଆରବପ୍ରତିଦିନ ଲକ୍ଷ ଲକ୍ଷ ବ୍ୟାରେଲ ଅଶୋଧିତ ତେଲକୁ ଏକ ଭୂତଳ ପାଇପଲାଇନ୍ ମାଧ୍ୟମରେ ପାର୍ସିକ ଉପସାଗରରୁ ଲାଲ ସାଗର ପର୍ଯ୍ୟନ୍ତ ପରିବହନ କରୁଛି। ପରବର୍ତ୍ତୀ ସମୟରେ ଏହି ତେଲ ବାବ୍-ଅଲ୍-ମାଣ୍ଡେବ ଜଳପଥ ଦେଇ ବିଭିନ୍ନ ଦେଶକୁ ପଠାଯାଉଛି।
ତେବେ ଏହି ସଂକୀର୍ଣ୍ଣ ସାମୁଦ୍ରିକ ମାର୍ଗରେ ସୁରକ୍ଷା ଚ୍ୟାଲେଞ୍ଜ ବଢ଼ିବାରୁ ବିଶ୍ୱ ବାଣିଜ୍ୟ ଓ ତେଲ ଯୋଗାଣ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ବଢ଼ିଛି। ଆନ୍ତର୍ଜାତୀୟ ବାଣିଜ୍ୟର ଏକ ବଡ଼ ଅଂଶ ଏହି ସମୁଦ୍ର ପଥ ଦେଇ ହେଉଥିବାରୁ ବିଶ୍ୱ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ।
ଅନ୍ୟପଟେ, ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବହର୍ମୁଜ୍ ଜଳପଥଉପରେ ମଧ୍ୟ ପଡ଼ିଛି। ବିଶ୍ୱ ତେଲ ପରିବହନରେ ଏହି ମାର୍ଗର ଗୁରୁତ୍ୱ ଥିବାରୁ ବିଶ୍ୱ ଉର୍ଜା ବଜାରରେ ଅନିଶ୍ଚିତତା ଦେଖାଦେଇଛି।
ବିଶେଷଜ୍ଞମାନଙ୍କ ମତରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦୀର୍ଘସ୍ଥାୟୀ ହେଲେ ବିଶ୍ୱ ବାଣିଜ୍ୟ, ତେଲ ଦର ଓ ସମୁଦ୍ର ପରିବହନ ବ୍ୟବସ୍ଥା ଉପରେ ଅଧିକ ପ୍ରଭାବ ପଡ଼ିପାରେ।
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...