ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜୁଲାଇ ୨୭ (ସୋମବାର) ଦିନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।
ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଏହି ନିର୍ଦ୍ଦେଶସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV)ସମେତଅଙ୍ଗନୱାଡ଼ି କେନ୍ଦ୍ରପାଇଁ ମଧ୍ୟ ଲାଗୁ ହେବ।
ଜିଲ୍ଲା ପ୍ରଶାସନ କହିଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ,ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହୋଇଡିପ୍ ଡିପ୍ରେସନରେ ପରିଣତ ହେବା ସହପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଜୁଲାଇ ୨୭ ପୂର୍ବାହ୍ନ କିମ୍ବା ମଧ୍ୟାହ୍ନ ସମୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନାରହିଛି।
ଏହି ପରିସ୍ଥିତିରେ ଜଗତସିଂହପୁର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ଜାପାନର ନାଗୋୟାରେ ଆୟୋଜିତ ୨୦୨୬ ଏସିଆନ୍ ଗେମ୍ସକୁ ନେଇ ରାଜ...
ଓଡ଼ିଶାରେ ଦୁର୍ନୀତି ଓ ସରକାରୀ ଅର୍ଥ ହେରଫେର ଅଭିଯୋଗ ବିରୋ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ଆମେରିକାର ପ୍ରମୁଖ କମ୍ପାନୀ Berkshire Hathawayରେ ନେତୃତ...
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭ...
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...
ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍...
ଭାରତୀୟ ତେଲ ବଜାର ପାଇଁ ଆସିଛି ଏକ ବଡ଼ ଚ୍ୟାଲେଞ୍ଜ।Saudi...
ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ଶେଷ ହେବା ପୂର୍ବରୁ ର...
ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...