ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ: ପୋଲ ଉପରେ ବହୁଛି ବନ୍ୟାଜଳ, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଲଗାତାର ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପୋଲ ଓ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିନିକା ଓ ବୀରମହାରାଜପୁର ଅଞ୍ଚଳରେ ଅନେକ ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ହରିହରଜୋରା ବନ୍ଧର ୪ଟି ଗେଟ୍ ଖୋଲାଯାଇଛି।
Floodwater flows over bridges in Subarnapur district after heavy rainfall, disrupting connectivity across several villages.
Floodwater flows over bridges in Subarnapur district after heavy rainfall, disrupting connectivity across several villages.

ଲଗାତାର ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟାଜଳ ପୋଲ ଓ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବିନିକା ସହରର ଗୁଲାପଦା ତଳିଆ ପୋଲ ଉପରେ ପ୍ରାୟ୨ ଫୁଟ୍ ଉଚ୍ଚର ବନ୍ୟାଜଳପ୍ରବାହିତ ହେଉଛି। ଏହା ଫଳରେ ବିନିକା ସହ ଗୁଲାପଦା ଓ ଝରାପଡା ଭଳି ନିକଟସ୍ଥ ଗାଁଗୁଡ଼ିକର ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକମାନେ ପୁରୁଣା ପୋଲ ପରିବର୍ତ୍ତେ ଏକ ନୂତନ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

ସେହିପରିବୀରମହାରାଜପୁର-ଅମରପାଲି ରାସ୍ତାର ଭୁଟିଆପାଲି ନିକଟସ୍ଥଘୁଙ୍ଗିନାଳା ପୋଲଉପରେ ପ୍ରାୟ୪ ଫୁଟ୍ ଉଚ୍ଚର ବନ୍ୟାଜଳପ୍ରବାହିତ ହେଉଛି। ଏହା ଫଳରେ ବୀରମହାରାଜପୁରରୁ ସମ୍ବଲପୁର, ରେଢ଼ାଖୋଲ, ଚାରମାଲ ଓ ଦୁର୍ଜନତଇଲା, ବାହାଲପଦର ଏବଂ ଲୁତୁରପଙ୍କା ଗ୍ରାମପଞ୍ଚାୟତ ସହ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ,ହରିହରଜୋରା ବନ୍ଧରେ ଜଳସ୍ତର୧୪୭.୪୫ ମିଟରରେ ପହଞ୍ଚିଥିବାରୁ ଏହାର୪ଟି ଗେଟ୍ ଖୋଲାଯାଇଛି। ବନ୍ଧକୁ ପ୍ରାୟ୧,୮୩୦ କ୍ୟୁସେକ୍ପାଣି ପ୍ରବେଶ କରୁଥିବାରୁ ଅତିରିକ୍ତ ପାଣି ନିଷ୍କାସନ କରାଯାଉଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପ୍ରତିଦିନ ଏହି ପୋଲ ଦେଇ ବଜାରକୁ ପନିପରିବା ବିକ୍ରି କରିବାକୁ ଯିବାକୁ ପଡ଼ୁଛି। ପୋଲ ଉପରେ ୩ରୁ ୪ ଫୁଟ୍ ପାଣି ଥିବା ସତ୍ତ୍ୱେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି।

ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଏକ ଉଚ୍ଚ ଓ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରୁଥିବାବେଳେ, ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ।

LIVE TV
LIVE
Latest News
ଭାରତକୁ କ୍ରୁଡ୍ ତେଲ ଯୋଗାଣ ବନ୍ଦ କଲା Saudi Aramco, ମହଙ୍ଗା ହୋଇପାରେ ତେଲ!

ଭାରତକୁ କ୍ରୁଡ୍ ତେଲ ଯୋଗାଣ ବନ୍ଦ କଲା...

ଭାରତୀୟ ତେଲ ବଜାର ପାଇଁ ଆସିଛି ଏକ ବଡ଼ ଚ୍ୟାଲେଞ୍ଜ।Saudi...

ଏସିଆନ୍ ଗେମ୍ସରେ ରାଜନୀତି ନ ମିଶାନ୍ତୁ: ଲି ୟାଙ୍ଗ ବିବାଦ ପରେ OCA ମୁଖ୍ୟଙ୍କ ଆହ୍ୱାନ

ଏସିଆନ୍ ଗେମ୍ସରେ ରାଜନୀତି ନ ମିଶାନ୍ତୁ: ଲି...

ଜାପାନର ନାଗୋୟାରେ ଆୟୋଜିତ ୨୦୨୬ ଏସିଆନ୍ ଗେମ୍ସକୁ ନେଇ ରାଜ...

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ ମନ୍ତ୍ରୀ KM ଶାଜିଙ୍କୁ ନେଇ ରାଜନୈତିକ ବିବାଦ

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ...

କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...

ୟୁକ୍ରେନ୍ ଯୁଦ୍ଧ ଶେଷ ପୂର୍ବରୁ ରୁଷ୍‌ ସହ ଆର୍ଥିକ ଚୁକ୍ତି ବିଚାର କରୁଛି ଟ୍ରମ୍ପ ପ୍ରଶାସନ! ବଦଳିପାରେ ଆମେରିକାର ଆଭିମୁଖ୍ୟ

ୟୁକ୍ରେନ୍ ଯୁଦ୍ଧ ଶେଷ ପୂର୍ବରୁ ରୁଷ୍‌ ସହ...

ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ଶେଷ ହେବା ପୂର୍ବରୁ ର...

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ...

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ ୟୁଟର୍ଣ୍ଣ; ରେଜିନଗରରେ ପୁଣି ନିର୍ବାଚନ ଲଢ଼ିବେ ରବିଉଲ ଆଲମ

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ...

ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...

ୱାରେନ୍ ବଫେଟ୍ ହେଲେ ‘ଚେୟାରମ୍ୟାନ୍ ଏମେରିଟସ୍’, Berkshire Hathawayର ନୂଆ ଚେୟାରମ୍ୟାନ୍ ହେଲେ ପୁଅ ହାୱାର୍ଡ

ୱାରେନ୍ ବଫେଟ୍ ହେଲେ ‘ଚେୟାରମ୍ୟାନ୍ ଏମେରିଟସ୍’, Berkshire...

ଆମେରିକାର ପ୍ରମୁଖ କମ୍ପାନୀ Berkshire Hathawayରେ ନେତୃତ...

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା ଖାଦ୍ୟ ଦରକୁ ନେଇ ମୋଦୀ ସରକାରଙ୍କୁ ଜୟରାମ ରମେଶଙ୍କ ଟାର୍ଗେଟ୍

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା...

ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+