ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦୁଲ ଅଜିଜ୍ ବିନ୍ ଜଲାବି ଅଲ୍ ସଉଦଙ୍କ ମୃତ୍ୟୁ ମାମଲାରେ ବ୍ରିଟେନ୍ର କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୨୯ ବର୍ଷୀୟ ପ୍ରିନ୍ସଙ୍କ ମୃତ୍ୟୁ ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ଘଟିଥିଲା।
ତଦନ୍ତ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଆତ୍ମହତ୍ୟା କିମ୍ବା ଷଡ଼ଯନ୍ତ୍ରର ପରିଣାମ ନୁହେଁ। ମଦ୍ୟପାନ ସହ ବିଭିନ୍ନ ଔଷଧ ଓ ନିଶାଦ୍ରବ୍ୟର ବିପଦଜନକ ମିଶ୍ରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୋର୍ଟ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରିନ୍ସ ଅବ୍ଦୁଲ୍ଲା ଲଣ୍ଡନର କେନ୍ସିଙ୍ଗଟନ୍ ଅଞ୍ଚଳର ଏକ ମ୍ୟାରିଅଟ୍ ହୋଟେଲରେ ପ୍ରାୟ ଏକ ସପ୍ତାହ ଧରି ରହୁଥିଲେ। ନଭେମ୍ବର ୨୪ ତାରିଖ ରାତିରେ ସିସିଟିଭିରେ ତାଙ୍କୁ ଶେଷଥର ପାଇଁ ହୋଟେଲ ବାହାରେ ସିଗାରେଟ୍ ପିଉଥିବା ଦେଖାଯାଇଥିଲା।
ପରଦିନ ସକାଳେ ହୋଟେଲ କର୍ମଚାରୀମାନେ ତାଙ୍କୁ ବାଥରୁମ୍ରେ ଅଚେତ ଅବସ୍ଥାରେ ଦେଖିଥିଲେ। ତୁରନ୍ତ ଡାକ୍ତରୀ ଦଳ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ।
ଟକ୍ସିକୋଲୋଜି ରିପୋର୍ଟରେ ଜଣାପଡ଼ିଛି ଯେ, ପ୍ରିନ୍ସଙ୍କ ଶରୀରରେ ଆଇନଗତ ସୀମାଠାରୁ ପ୍ରାୟ ତିନିଗୁଣ ଅଧିକ ମଦ୍ୟ ଥିଲା। ଏହା ସହ GHB ଡ୍ରଗ୍, ଗଞ୍ଜେଇ ଓ ଆଣ୍ଟି-ଆଞ୍ଜାଇଟି ଔଷଧର ଉପସ୍ଥିତି ମଧ୍ୟ ମିଳିଥିଲା। ଡାକ୍ତରମାନଙ୍କ ମତରେ, ଏହି ସମସ୍ତ ପଦାର୍ଥର ମିଳିତ ପ୍ରଭାବରେ ହୃଦଘାତ ଘଟିଥିଲା।
ଶୁଣାଣି ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ, ପ୍ରିନ୍ସ ପୂର୍ବରୁ ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ୨୦୨୫ ମସିହାରେ ବ୍ରିଟେନର ଏକ ପୁନର୍ବାସ କେନ୍ଦ୍ରରେ ଚିକିତ୍ସା ମଧ୍ୟ କରାଇଥିଲେ।
ତଦନ୍ତରେ କୌଣସି ସୁଇସାଇଡ୍ ନୋଟ୍ କିମ୍ବା ଅନ୍ୟ କାହାର ସମ୍ପୃକ୍ତିର ପ୍ରମାଣ ମିଳିନଥିବାରୁ ବ୍ରିଟେନ୍ କୋର୍ଟ ଏହାକୁ ସମ୍ପୂର୍ଣ୍ଣ ଭାବେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ରାୟ ଦେଇଛନ୍ତି।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...