ପୁଣି ସକ୍ରିୟ ହେବ ଲଘୁଚାପ; ୪ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୭ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ରାଜ୍ୟରେ ପୁଣି ଏକ ନୂଆ ଲଘୁଚାପ ପ୍ରଭାବ ପକାଇବାକୁ ଯାଉଛି। ଆଗାମୀ ୪ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୪ ଜିଲ୍ଲା ପାଇଁ ଅରେଞ୍ଜ ଓ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସମୁଦ୍ର ଅଶାନ୍ତ ରହିବାରୁ ଜୁଲାଇ ୨୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
Dark rain clouds over Odisha as IMD issues orange and yellow rainfall warnings due to a fresh low pressure system.
Dark rain clouds over Odisha as IMD issues orange and yellow rainfall warnings due to a fresh low pressure system.

ଓଡ଼ିଶାରେ ପୁଣି ଏକଲଘୁଚାପସକ୍ରିୟ ହେବାକୁ ଯାଉଥିବାରୁ ଆଗାମୀ କିଛି ଦିନ ବର୍ଷାର ପ୍ରକୋପ ବଢ଼ିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ ଅନୁଯାୟୀ, ଆସନ୍ତା୪ ଦିନ ଧରିରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପାଣିପାଗ ବିଭାଗକେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ କଟକଜିଲ୍ଲା ପାଇଁଅରେଞ୍ଜ ୱାର୍ଣ୍ଣିଂଜାରି କରିଛି। ଏହି ଜିଲ୍ଲାଗୁଡ଼ିକରେଅତି ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି।

୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେହିପରିପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର (ସୋନପୁର) ଓ ବୌଦ୍ଧଜିଲ୍ଲା ପାଇଁୟେଲୋ ୱାର୍ଣ୍ଣିଂଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୩୦ରୁ ୪୦ କିଲୋମିଟର ବେଗରେ ପବନବହିପାରେ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ଚଳିତ ବର୍ଷ ଜୁନ୍ ମାସରେ ବର୍ଷା ଘାଟତି ଦେଖାଯାଇଥିଲେ ମଧ୍ୟ ଜୁଲାଇ ମାସରେ ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି।ଜୁନ୍ ୧ରୁ ଜୁଲାଇ ୨୩ମଧ୍ୟରେ ଓଡ଼ିଶାରେ୫୩୬.୭ ମିଲିମିଟର ବର୍ଷାରେକର୍ଡ ହୋଇଥିବାବେଳେ ସ୍ୱାଭାବିକ ବର୍ଷା ପରିମାଣ୪୫୮.୮ ମିଲିମିଟରରହିଛି। ଅର୍ଥାତ୍ ରାଜ୍ୟରେ୧୭ ପ୍ରତିଶତ ଅଧିକ ବର୍ଷାହୋଇଛି।

ପୂର୍ବରୁ ସକ୍ରିୟ ହୋଇଥିବାଦୁଇଟି ଲଘୁଚାପଯୋଗୁଁ ଜୁନ୍ ମାସର୪୭ ପ୍ରତିଶତ ବର୍ଷା ଘାଟତିପ୍ରାୟ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+