ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋଟିଆ। ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ଓଡ଼ିଶା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଓ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ୮୦୦ରୁ ଅଧିକ ଭୋଟର ଆନ୍ଧ୍ରରେ ମତଦାନ କରିଥିବା ଖବର ସାମ୍ନାକୁ ଆସିଛି। ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ସେମାନେ ଆନ୍ଧ୍ରର ମତଦାନ କେନ୍ଦ୍ରରେ ପହଞ୍ଚିଥିବା କୁହାଯାଉଛି।
କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ମତଦାନ କେନ୍ଦ୍ର ସ୍ଥାପନ ଉଦ୍ୟମକୁ ଓଡ଼ିଶା ସରକାର ଓ ପ୍ରଶାସନ ଜୋରଦାର ବିରୋଧ କରିଥିଲେ। ଏଥିପାଇଁ ସୀମାନ୍ତ ଅଞ୍ଚଳରେ ପୋଲିସ ମୁତୟନ ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ କୋଟିଆରେ ପହଞ୍ଚି ଆନ୍ଧ୍ରର ନିର୍ବାଚନୀ ପଦକ୍ଷେପକୁ ବିରୋଧ କରିଥିଲେ।
ଓଡ଼ିଶାର ପ୍ରବଳ ବିରୋଧ ପରେ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳରେ ବୁଥ୍ ସ୍ଥାପନ ନକରି ନିଜ ରାଜ୍ୟ ସୀମା ଭିତରେ ଥିବା ସାରିକା ଓ ଟୋନମ୍ରେ ମତଦାନ କେନ୍ଦ୍ର କରିଥିଲା। କିନ୍ତୁ କନକ ନ୍ୟୁଜ୍ର ରିପୋର୍ଟ ଅନୁସାରେ, କୋଟିଆର ୮୦୦ରୁ ଅଧିକ ଭୋଟର ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଏହି ବୁଥ୍ଗୁଡ଼ିକରେ ପହଞ୍ଚି ଭୋଟ୍ ଦେଇଥିଲେ। ଏହି ଦୁଇଟି ବୁଥ୍ରେ ପ୍ରାୟ ୩୧ ପ୍ରତିଶତ ମତଦାନ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ଏହି ଘଟଣା ପରେ କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି, ସୀମାନ୍ତ ଲୋକଙ୍କ ମନୋଭାବ ଓ ରାଜ୍ୟ ସରକାରଙ୍କ ରଣନୀତିକୁ ନେଇ ପୁଣି ପ୍ରଶ୍ନ ଉଠିଛି।
କାହିଁକି ବିବାଦୀୟ କୋଟିଆ?
କୋଟିଆ ଗ୍ରାମପଞ୍ଚାୟତରେ ମୋଟ ୨୮ଟି ଗାଁ ରହିଛି। ଏଥିମଧ୍ୟରୁ ୨୧ଟି ଗାଁ ଉପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ନିଜ ଅଧିକାର ଦାବି କରିଆସୁଛନ୍ତି। ଦୀର୍ଘ ଦଶନ୍ଧି ଧରି ଏହି ବିବାଦ ଜାରି ରହିଛି ଏବଂ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୦୬ରେ ସୁପ୍ରିମକୋର୍ଟ ଏହି ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
କୋଟିଆର ଏହି ଘଟଣା ପୁଣିଥରେ ଓଡ଼ିଶାର ସୀମା ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ମୌଳିକ ସୁବିଧା ଯୋଗାଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିଛି।
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
କନ୍ଧମାଳ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବଳି ଗାଁରେ ଭ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...