Odisha CM Mohan Charan Majhi announces Rs 1000 crore assistance for flood affected people

ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର: ୬ ଜିଲ୍ଲାର ୧୩୮୧ ଗାଁ ପ୍ରଭାବିତ, ୧୦୦୦ କୋଟିର ସହାୟତା ଘୋଷଣା

ଓଡ଼ିଶାରେ ଜାରି ରହିଥିବା ବନ୍ୟାରେ ୬ଟି ଜିଲ୍ଲାର ୭୪ଟି ବ୍ଲକ ଓ ୧୩୮୧ଟି ଗାଁର ପ୍ରାୟ ୯.୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଲୋକ ଓ ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ରାଜ୍ୟର୬ଟି ଜିଲ୍ଲା, ୭୪ଟି ବ୍ଲକ ଓ ୧୩୮୧ଟି ଗାଁର ପ୍ରାୟ ୯.୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତହୋଇଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ବନ୍ୟା ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।

ବନ୍ୟା ପ୍ରଭାବିତ ଲୋକ ଓ ଚାଷୀଙ୍କ ପାଇଁ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ଘୋଷଣା କରାଯାଇଛି। ଏଥିରେ ମାଗଣା ରିଲିଫ୍ ଚାଉଳ, ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ କୃଷି ଇନ୍ପୁଟ୍ ସବସିଡି, ଧାନ ଓ ଅଣଧାନ ଫସଲ ପାଇଁ ଆର୍ଥିକ ସହାୟତା ଏବଂ ବିହନ ପାଇଁ ସହାୟତା ରହିଛି।

ପ୍ରଭାବିତ ଚାଷୀଙ୍କୁମାଗଣା ପନିପରିବା କିଟ୍ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଡଙ୍ଗା, ମାଛଧରା ଜାଲ ଓ ପଶୁସମ୍ପଦ ପାଇଁ ମଧ୍ୟ ସହାୟତା ମିଳିବ। ହସ୍ତତନ୍ତ ଉପକରଣ କିଣିବା ପାଇଁ ୫ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। କ୍ଷତିଗ୍ରସ୍ତ ରୋଷେଇ ଉପକରଣ, ପୋଷାକ ଓ ଘରୋଇ ଚାଉଳ ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ।

ଯାଜପୁର ସର୍ବାଧିକ ପ୍ରଭାବିତ

ବନ୍ୟାରେଯାଜପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତହୋଇଛି। ଜିଲ୍ଲାର ୧୦ଟି ବ୍ଲକର ୨୭୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨.୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୭୭,୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ୨୦୩ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି।

ଭଦ୍ରକରେ ୪ଟି ବ୍ଲକର ୧୪୯ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ୨.୫୯ ଲକ୍ଷ ଲୋକ ପ୍ରଭାବିତହୋଇଛନ୍ତି। ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୯୦ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି।

ଏହାବ୍ୟତୀତବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାଜିଲ୍ଲା ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର

ବନ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ୪୫ଟି ODRAF ଓ ୮ଟି NDRF ଟିମ୍ମୁତୟନ କରାଯାଇଛି। ଏହାସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ‘ଜିରୋ କ୍ୟାଜୁଆଲିଟି’ ବା ଶୂନ୍ୟ ମୃତ୍ୟୁ। ବନ୍ୟା ସମୟରେ ୧୦୦ରୁ ଅଧିକ ଲୋକଙ୍କୁ ବିଷାକ୍ତ ସାପ କାମୁଡ଼ିଥିଲେ ମଧ୍ୟ କୌଣସି ମୃତ୍ୟୁ ହୋଇନଥିବା ସେ କହିଛନ୍ତି।

ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟଯୋଗାଣ ଜାରି ରହିବ। ରାଜ୍ୟ ରିଲିଫ୍ କମିଶନରଙ୍କ ମାଧ୍ୟମରେ ସରକାର ଦୁଇଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୧୩୬ କୋଟି ଟଙ୍କା ଜାରି କରିଛନ୍ତି।

ବନ୍ୟାର କ୍ଷୟକ୍ଷତିର ବିସ୍ତୃତ ଆକଳନ ପରେ କ୍ଷତିପୂରଣ ଦିଆଯିବ। ଆବଶ୍ୟକତା ୧୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ଆକଳନଠାରୁ ଅଧିକ ହେଲେ ମଧ୍ୟଅତିରିକ୍ତ ଅର୍ଥ ଯୋଗାଇବାରେ ସରକାର ପଛଘୁଞ୍ଚିବ ନାହିଁବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Latest News
ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦ ବର୍ଷ ପରେ ବଦଳିବ ବିଶ୍ୱ ମାନଚିତ୍ର!

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦...

ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ ଖୋଲିଲା ରାସ୍ତା

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ...

ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ ନିବେଶ ପାଇଁ ଖୋଲିଲା ଦ୍ୱାର, ପ୍ରଥମେ ବିକ୍ରି ହେବ ରେନେଗେଡ୍ସ

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ...

ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...

କନିଷ୍ଠ ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ ୭-୩ରେ ହରାଇ ସେମିଫାଇନାଲ୍‌ ଦ୍ୱାରରେ ଭାରତ

କନିଷ୍ଠ ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ...

କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଚାମ୍ପିଅନ୍ସ ଲିଗ୍‌ରେ ମୋରିନିଓଙ୍କ ରିଟର୍ନ, ସାମ୍ନାରେ ପୂର୍ବତନ କ୍ଲବ୍‌ ଇଣ୍ଟର; ରିଅଲ୍‌ ମାଡ୍ରିଡ୍‌କୁ ପୁଣି ଚାମ୍ପିଅନ୍ କରିପାରିବେ କି?

ଚାମ୍ପିଅନ୍ସ ଲିଗ୍‌ରେ ମୋରିନିଓଙ୍କ ରିଟର୍ନ, ସାମ୍ନାରେ ପୂର୍ବତନ...

ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର ସମନ୍‌ ରଦ୍ଦ କଲେନି ବମ୍ବେ ହାଇକୋର୍ଟ

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର...

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍, ପରମାଣୁ ସହଯୋଗ ଓ ଆମେରିକା ପ୍ରତିବନ୍ଧକ ଉପରେ ହେବ ଆଲୋଚନା

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍,...

ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି ଓଜନରେ ୧୪୦ କେଜି ଡେଡଲିଫ୍ଟ କଲେ କେୟା

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି...

ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+