ମହାରାଷ୍ଟ୍ରର ମୁମ୍ବାଇ ସହରର ମାନଖୁର୍ଦ୍ଦ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜନତା ନଗରରେ ଥିବା ଏକଗ୍ରାଉଣ୍ଡ-ପ୍ଲସ୍-ଥ୍ରୀ(ଭୂତଳ ସହ ତିନି ମହଲା) କାଚା ଘରର ଏକାଧିକ ଅଂଶ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ବୃହନ୍ମୁମ୍ବାଇ ମହାନଗର ପାଳିକା (BMC) ପକ୍ଷରୁ ଦିଆଯାଇଛି।
ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୮.୩୦ ସମୟରେ ମାଣ୍ଡାଲା ପୁଲିସ ଥାନା ଅଞ୍ଚଳରେ ଥିବା ଏକ ପଡ଼ୋଶୀ କୋଠା ଭୁଶୁଡ଼ି ପଡ଼ି ପାଖରେ ଥିବା ଝୁମ୍ପୁଡ଼ି ଉପରେ ପଡ଼ିଥିଲା। ଫଳରେ ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫସି ଯାଇଥିଲେ।
ଘଟଣା ପରେ ତୁରନ୍ତ ଏନଡିଆରଏଫ୍, ଅଗ୍ନିଶମ ବାହିନୀ, ବିଏମସି ଏବଂ ପୁଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏନଡିଆରଏଫ୍ର ସହକାରୀ କମାଣ୍ଡାଣ୍ଟ ସାରଙ୍ଗ କୁର୍ଭେ କହିଛନ୍ତି ଯେ, ରାତି ୯.୩୦ରେ ବିଏମସି କଣ୍ଟ୍ରୋଲ ରୁମରୁ ସୂଚନା ମିଳିବା ପରେ ଆଣ୍ଡେରୀ ଓ କୁର୍ଲା ଦଳ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪୫ ଜଣ ଉଦ୍ଧାରକାରୀ କର୍ମଚାରୀ ଲଗାତାର ଅଭିଯାନ ଚଳାଇଛନ୍ତି। ପ୍ରତିକୂଳ ପାଣିପାଗ ଓ ଜଟିଳ ସଂରଚନା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ସଭାପତି ଅବୁ ଆଜମି ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଅବୈଧ ଝୁମ୍ପୁଡ଼ି ନିର୍ମାଣ କିପରି ଚାଲିଲା ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କେତେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସରକାର ଏହାର ଉତ୍ତର ଦେବା ଉଚିତ।
ଏପରିକି, ମହାରାଷ୍ଟ୍ର ଏଆଇଏମଆଇଏମ୍ର ସାଧାରଣ ସମ୍ପାଦକ ଅତିକ୍ ଅହମଦ ଖାନ କହିଛନ୍ତି ଯେ, ଭୁଶୁଡ଼ି ପଡ଼ିଥିବା ତିନି ମହଲା କୋଠାଟି ଗତବର୍ଷ ନିର୍ମାଣ ହୋଇଥିଲା। ଏହା ପାଖରେ ଥିବା ତିନୋଟି ଘର ଉପରେ ପଡ଼ିଯିବାରୁ ଗୋଟିଏ ପରିବାରର ପାଞ୍ଚ ଶିଶୁ ଓ ଜଣେ ମହିଳା ଧ୍ୱଂସସ୍ତୂପ ତଳେ ଫସି ଯାଇଥିଲେ। ସେମାନଙ୍କୁ ବାହାର କରାଯାଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ଆହୁରି ଜଣେ ଝିଅ ଏବଂ କୋଠା ମାଲିକ ଧ୍ୱଂସସ୍ତୂପ ତଳେ ଫସିଥିବା ଆଶଙ୍କାରେ ଖୋଜାଖୋଜି ଜାରି ରହିଛି।
ଘଟଣା ପରେ ମୁମ୍ବାଇର ମେୟର ଋତୁ ତାୱଡେ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶକୁ...
ୟଶରାଜ୍ ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା-କେନ୍ଦ୍ରିକ ସ୍ପାଇ...
ଓଡ଼ିଶାରେ ଚାଲିଥିବାସ୍ୱତନ୍ତ୍ର ନିବିଡ଼ ଭୋଟର ତାଲିକା ସଂଶୋ...
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ଇଣ୍ଟେରିୟର ଡିଜାଇନର ସୁ...
ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଧୀନ ରୋହିଆ ହାଇସ୍କୁଲ...
ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌର...
ଓଡ଼ିଶାରେ ନୂଆ ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ସ୍ଥ...
ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ ରବିବା...
ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଦଳବଦଳ ପ୍ରସଙ୍ଗ ଚର୍ଚ୍ଚ...
ଭୁବନେଶ୍ୱରର ହୋଟେଲ୍ ପ୍ରେସିଡେନ୍ସିରେ ଆୟୋଜିତ ଏକ ସ୍ୱତନ୍ତ...
ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ ପାଇଁ ଆଉ ଏକ ବଡ଼...
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ୍-ଏ (ଜୁନିୟର ବ୍ର...