ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ ରବିବାର ତେହେରାନର ଗ୍ରାଣ୍ଡ ମୋସାଲା ଧାର୍ମିକ ପରିସରରେ ତାଙ୍କ ସ୍ମୃତିରେ ଅନ୍ତିମ ସଂସ୍କାର ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ତାଙ୍କର ତିନି ପୁଅ ମାସୁଦ ଖେମିନି, ମୈସାମ ଖେମିନି ଏବଂ ମୁସ୍ତାଫା ଖେମିନି ଯୋଗ ଦେଇଥିଲେ।
ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଅଲି ଖେମିନିଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ତାଙ୍କ ପରିବାର ସଦସ୍ୟମାନେ ସାର୍ବଜନୀନ ଭାବେ ନଜରକୁ ଆସିଛନ୍ତି। ଏହି ଘଟଣାକୁ ନେଇ ଇରାନ ସମେତ ବିଶ୍ୱ ରାଜନୀତିରେ ବିଶେଷ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଖେମିନିଙ୍କ ଦ୍ୱିତୀୟ ପୁଅ ଏବଂ ସମ୍ଭାବ୍ୟ ଉତ୍ତରାଧିକାରୀ ମୋଜତାବା ଖେମିନି ଏହି ପ୍ରାର୍ଥନା ସଭାରେ ଯୋଗ ଦେଇନଥିଲେ। ସୁରକ୍ଷା କାରଣ ଓ ସମ୍ଭାବ୍ୟ ଇସ୍ରାଏଲୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସେ ଅନୁଷ୍ଠାନରୁ ଦୂରେ ରହିଥିବା ଜଣାପଡ଼ିଛି।
ଏହି ପ୍ରାର୍ଥନା ସଭାରେ ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ (IRGC)ର କମାଣ୍ଡର ଅହମଦ ଭାହିଦି ଓ କୁଦସ୍ ଫୋର୍ସର କମାଣ୍ଡର ଇସମାଇଲ୍ କାଆନି ମଧ୍ୟ ଉପସ୍ଥିତ ଥିଲେ।
ଇରାନର ବରିଷ୍ଠ ଧାର୍ମିକ ନେତା ଜାଫର ସୋଭାନି ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ଅଲି ଖେମିନିଙ୍କ ସହ ଆକ୍ରମଣରେ ପ୍ରାଣ ହରାଇଥିବା ତାଙ୍କ ପରିବାରର ଚାରିଜଣ ସଦସ୍ୟ ଏବଂ ୧୪ ମାସର ନାତୁଣୀଙ୍କ ସ୍ମୃତିରେ ମଧ୍ୟ ସାମୂହିକ ପ୍ରାର୍ଥନା କରାଯାଇଥିଲା।
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ଚର୍ଚ୍ଚିତ କୋଟି...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ରମଶଃ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
କାହିଁକି ଉଠିଲା ଆପତ୍ତି? ସଂଗଠନର ଅଭିଯୋଗ ଅନୁଯାୟୀ, ପା...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...