ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆବଶ୍ୟକ ହେଲେ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ବିପଦପ୍ରବଣ ଅଞ୍ଚଳରେ ଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ ପ୍ରସ୍ତୁତ ସାଇକ୍ଲୋନ୍ ସେଲ୍ଟରକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜୀବନ ସୁରକ୍ଷାକୁ ସମସ୍ତ ପ୍ରସ୍ତୁତିର ପ୍ରଥମ ପ୍ରାଥମିକତା କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ନେଇNDRF, ODRAF ଓ ଅଗ୍ନିଶମ ବାହିନୀକୁ ଆବଶ୍ୟକ ସ୍ଥାନରେ ପୂର୍ବରୁ ମୁତୟନ ଓ ପ୍ରସ୍ତୁତ ରଖାଯାଉଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲାରେ ଅଗ୍ନିଶମ ଦଳକୁ ହାଇଆଲର୍ଟରେ ରଖାଯାଇଛି।
ବିପର୍ଯ୍ୟୟ ପରେ ଶୀଘ୍ର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜରୁରୀ ସେବାଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ସାଇକ୍ଲୋନ୍ ସେଲ୍ଟରଗୁଡ଼ିକରେପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ, ଜେନେରେଟର ଏବଂ ଆବଶ୍ୟକ ଔଷଧପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ପ୍ରଶାସନକୁ କୁହାଯାଇଛି।
ଏହା ସହ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସେଲ୍ଟରରେ ବିଶେଷ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ରହିଛି।
ବାତ୍ୟାପ୍ରବଣ ଅଞ୍ଚଳରେ ପ୍ରସବ ତାରିଖ ପାଖେଇ ଆସିଥିବା ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିହ୍ନଟ କରିବାକୁ ନିର୍ଦ୍ଦେଶ ରହିଛି। ପରିସ୍ଥିତି ଖରାପ ହେବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସାଇକ୍ଲୋନ୍ ସେଲ୍ଟର, ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କିମ୍ବା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ସ୍ଥାନାନ୍ତର କରାଯିବ।
ସ୍ୱାସ୍ଥ୍ୟ ବିଭାଗକୁ ମେଡିକାଲ ରିଲିଫ୍ ସେଣ୍ଟର, ମୋବାଇଲ୍ ହେଲ୍ଥ ଟିମ୍, ଜରୁରୀ ଔଷଧ ଓ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ବ୍ୟାକଅପ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ବାତ୍ୟା ପ୍ରସ୍ତୁତିକୁ ନେଇ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାଦ୍ୱାରା ବିପଦ ସମୟରେ ପ୍ରଶାସନିକ ଶୃଙ୍ଖଳା ଓ ଜରୁରୀ ସେବାରେ ନିରବଚ୍ଛିନ୍ନ ସମନ୍ୱୟ ରଖିବା ଉଦ୍ଦେଶ୍ୟ ରହିଛି।
ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଉପକୂଳକୁ ଫେରିଆସିବାକୁ କୁହାଯାଇଛି। ବଡ଼ ଟ୍ରଲର ଓ ଜାହାଜ ମାଲିକମାନଙ୍କୁ ମଧ୍ୟ ପାଣିପାଗ ପରିସ୍ଥିତି ନେଇ ସତର୍କ କରାଯାଇଛି।
IMDର ବର୍ତ୍ତମାନର ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପସାଗରର ଲଘୁଚାପ୨୪ ଅକ୍ଟୋବରରେ ଅବପାତ, ୨୫ରେ ଗଭୀର ଅବପାତ ଏବଂ ୨୬ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ। ପରବର୍ତ୍ତୀ ଦୁଇ ଦିନରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି।
ରାଜ୍ୟରେ୨୬ରୁ ବର୍ଷା ବଢ଼ିବାଏବଂ ୨୬ରୁ ୨୮ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ବିଶେଷ ନଜର ରହିଥିବା ବେଳେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଭଳି ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି।
ତେବେ ବାତ୍ୟାରଚୂଡ଼ାନ୍ତ ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସ୍ଥାନନେଇ ଏବେ ମଧ୍ୟ ନିଶ୍ଚିତତା ନାହିଁ। ତେଣୁ ଲୋକଙ୍କୁ ଆତଙ୍କିତ ନହୋଇ କେବଳ IMD ଓ ସରକାରୀ ସୂଚନା ଉପରେ ଭରସା କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆମେରିକା ଓ ରୁଷିଆ ମଧ୍ୟରେ ଡିଜେଲ୍ ବାଣିଜ୍ୟକୁ ନେଇ ବଡ଼ ପର...
ଅକ୍ଟୋବର ୧୮ ତାରିଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ର...
ହଟିଲା Dhumavathiଙ୍କ ଚର୍ଚ୍ଚିତ ଡ୍ୟାନ୍ସ ସିନ୍ Netfl...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...
ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଭାନୁଆଟୁ ଦ୍ୱୀପପୁଞ୍ଜ ନିକଟର...
JioHotstarରେ ଆସିବ ‘Ramayana: Part One’...
ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ଦିଲ୍ଲୀ କନ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...