ଓଡ଼ିଶାରେ ଚାଲିଥିବାସ୍ୱତନ୍ତ୍ର ନିବିଡ଼ ଭୋଟର ତାଲିକା ସଂଶୋଧନ (Special Intensive Revision - SIR)ପ୍ରକ୍ରିୟାରେ ଖସଡ଼ା ଭୋଟର ତାଲିକାରୁ୨୦.୧୪ ଲକ୍ଷ ନାମ ବାଦଦିଆଯାଇଛି। ରବିବାର ଏହି ସୂଚନା ଦେଇଛନ୍ତି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍.ଏସ୍. ଗୋପାଳନ।
ସେ କହିଛନ୍ତି, ସଂଶୋଧନ ପ୍ରକ୍ରିୟା ପରେ ବର୍ତ୍ତମାନ ଓଡ଼ିଶାରେ୩.୧୩ କୋଟି ପଞ୍ଜୀକୃତ ଭୋଟରରହିଛନ୍ତି। ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଅଯୋଗ୍ୟ, ମୃତ, ସ୍ଥାନାନ୍ତରିତ କିମ୍ବା ଦ୍ୱୈତ ନାମଗୁଡ଼ିକୁ ତାଲିକାରୁ ବାଦ ଦିଆଯାଇଛି।
ସିଇଓ ଆର୍.ଏସ୍. ଗୋପାଳନ କହିଛନ୍ତି, ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ବାଦ ପଡ଼ିଥାଏ, ତେବେ ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ପୁନଃ ଆବେଦନ କରିପାରିବେ। ସମ୍ପୃକ୍ତ ଆବେଦନ ଯାଞ୍ଚ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ସେ କହିଛନ୍ତି,"ଆମର ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ଭୋଟର ବାଦ ନପଡ଼ନ୍ତୁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନରହୁ।"
ଭୋଟରମାନଙ୍କୁ ଶୀଘ୍ର ନିଜ ନାମ ଖସଡ଼ା ଭୋଟର ତାଲିକାରେ ଅଛି କି ନାହିଁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସେମାନେ—
ସିଇଓ ସୂଚନା ଦେଇଛନ୍ତି—
ଏହି ସମସ୍ତ ଫର୍ମ BLOଙ୍କ ନିକଟରେ ଜମା ଦେଇପାରିବେ କିମ୍ବା ଅନଲାଇନ୍ରେ ମଧ୍ୟ ଆବେଦନ କରିପାରିବେ।
ଏହି SIR ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଜୁଲାଇ ୩ ତାରିଖରେ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଇଲେକ୍ଟୋରାଲ୍ ରୋଲ୍ ଅବଜରଭରଭାବେ ନିଯୁକ୍ତ କରିଛନ୍ତି। ଜୁଲାଇ ୧, ୨୦୨୬କୁ ଏହି ସଂଶୋଧନ ପ୍ରକ୍ରିୟାର ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।
ରୋଜଗାର ପାଇଁ ଯାଇଥିଲେ, ଫେରିଲା ମୃତଦେହ ରାୟଗଡ଼ ବ୍ଲକ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଜନଶୁଣାଣିରେ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲାପାଳଙ୍କ ଜନ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ବର୍ଷା ଆସିଲେ ସ୍କୁଲ ପାଲଟିଯାଏ ଦ୍ୱୀପ ଢେଙ୍କାନାଳ ଭୁବନ...
ଲ ଯିବା ବାଟରେ ତୀରମାଡ଼ ଅଭିଯୋଗ ସୋମବାର ସମ୍ବଲପୁର ଜିଲ...