ପର୍ବପର୍ବାଣୀ ଉପରେ କୌଣସି କଟକଣା ନୁହେଁ, ଖାଦ୍ୟ ସୁରକ୍ଷା ପାଇଁ FDA ନିର୍ଦ୍ଦେଶ: ତୁକାରାମ ମୁଣ୍ଡେ

ମହାରାଷ୍ଟ୍ର FDAର ନୂଆ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶ ପର୍ବପର୍ବାଣୀ ପାଳନ ଉପରେ କୌଣସି କଟକଣା ଲଗାଇବା ପାଇଁ ନୁହେଁ ବୋଲି FDA କମିଶନର ତୁକାରାମ ମୁଣ୍ଡେ ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ୨୦୧୧ରୁ ଲାଗୁ ଥିବା ଖାଦ୍ୟ ସୁରକ୍ଷା ଆଇନକୁ ବର୍ଷସାରା ସମାନ ଭାବେ କାର୍ଯ୍ୟକାରୀ କରିବା ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ। ଭଣ୍ଡାରା, ପ୍ରସାଦ, ଗଣେଶ ପୂଜା କିମ୍ବା ଅନ୍ୟ କୌଣସି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଏହା କୌଣସି ନୂଆ ପ୍ରତିବନ୍ଧକ ଲଗାଉନାହିଁ।
Maharashtra FDA Commissioner Tukaram Mundhe speaking about festival food safety
Maharashtra FDA Commissioner Tukaram Mundhe speaking about festival food safety

ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ପକ୍ଷରୁ ଜାରି ନୂଆ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି FDA କମିଶନରତୁକାରାମ ମୁଣ୍ଡେ। ସେ କହିଛନ୍ତି, ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ ପର୍ବପର୍ବାଣୀକୁ ନିୟନ୍ତ୍ରଣ କରିବା ନୁହେଁ, ବରଂ ପର୍ବ ସମୟରେ ପରିବେଷଣ କରାଯାଉଥିବା ଖାଦ୍ୟ ନିରାପଦ ରଖିବା ଏବଂ ଖାଦ୍ୟରେ ଅପମିଶ୍ରଣକୁ ରୋକିବା।

ମୁଣ୍ଡେ କହିଛନ୍ତି, ଯେପରି ବିବାହ, ଭଣ୍ଡାରା, ଇଦ୍, ଖ୍ରୀଷ୍ଟମାସ୍, ନୂଆବର୍ଷ ଭଳି ବଡ଼ ସମାବେଶରେ ଖାଦ୍ୟ ସୁରକ୍ଷା ଜରୁରୀ, ସେହିପରି ପର୍ବପର୍ବାଣୀ ସମୟରେ ମଧ୍ୟ ଖାଦ୍ୟ ନିରାପଦ ରହିବା ଆବଶ୍ୟକ। ଏଥିପାଇଁ FDA ପକ୍ଷରୁ ଖାଦ୍ୟ ସୁରକ୍ଷା ନିୟମକୁ ଲାଗୁ କରାଯାଉଛି।

୨୦୧୧ରୁ ରହିଛି ଖାଦ୍ୟ ସୁରକ୍ଷା ଆଇନ

ମୁଣ୍ଡେଙ୍କ ଅନୁସାରେ, ଫୁଡ୍ ବିଜନେସ୍ ଅପରେଟରଙ୍କ ପଞ୍ଜୀକରଣ ଓ ଲାଇସେନ୍ସ ସମେତ ଖାଦ୍ୟ ସୁରକ୍ଷାର ଆଇନଗତ ବ୍ୟବସ୍ଥା୨୦୧୧ରୁ ଲାଗୁ ହୋଇଆସୁଛି। ବର୍ତ୍ତମାନର ନିର୍ଦ୍ଦେଶ କୌଣସି ନୂଆ ଆଇନ ତିଆରି କରୁନାହିଁ କିମ୍ବା ପର୍ବପର୍ବାଣୀ ପାଇଁ ନୂଆ ଲାଇସେନ୍ସ ବ୍ୟବସ୍ଥା ଲାଗୁ କରୁନାହିଁ।

ପୂର୍ବରୁ ପ୍ରତ୍ୟେକ ପର୍ବ ଆସିବା ସମୟରେ ଅଲଗା ଅଲଗା ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶ ଜାରି କରାଯାଉଥିଲା। ଏବେ ଏକବର୍ଷସାରା ‘Festival Enforcement Calendar’ମାଧ୍ୟମରେ ବିଭିନ୍ନ ପର୍ବ ଓ ବଡ଼ ସମାବେଶ ସମୟରେ ଖାଦ୍ୟ ଅପମିଶ୍ରଣ ଯାଞ୍ଚକୁ ବ୍ୟବସ୍ଥିତ କରାଯାଉଛି।

ସବୁ ଧର୍ମ ଓ ପର୍ବ ପାଇଁ ସମାନ ନିୟମ

ଏହି SOP ଧର୍ମ ଓ ପର୍ବ ନିରପେକ୍ଷ ବୋଲି ମୁଣ୍ଡେ କହିଛନ୍ତି। ଏଥିରେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ ପ୍ରତି ଭେଦଭାବ ରହିବ ନାହିଁ।ଭଣ୍ଡାରା, ପ୍ରସାଦ ବଣ୍ଟନ, ଗଣପତି ଉତ୍ସବ କିମ୍ବା ଅନ୍ୟ ଧାର୍ମିକ ପର୍ବଆୟୋଜନ କରିବା ଉପରେ ଏହା କୌଣସି ପ୍ରତିବନ୍ଧକ ଲଗାଉନାହିଁ।

ଧାର୍ମିକ ରୀତିନୀତି କିମ୍ବା ପରମ୍ପରାରେ ମଧ୍ୟ FDAର ଏହି ନିର୍ଦ୍ଦେଶ ହସ୍ତକ୍ଷେପ କରୁନାହିଁ। ସମୁଦାୟଗୁଡ଼ିକ ନିଜ ନିଜ ପର୍ବକୁ ପୂର୍ବଭଳି ପାଳନ କରିପାରିବେ।

ମୁଣ୍ଡେ କହିଛନ୍ତି ଯେ, ଏହି ବର୍ଷସାରା SOPର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକାରୀ, ବ୍ୟବସାୟୀ, କ୍ୟାଟରର, ଫୁଡ୍ ବିଜନେସ୍ ଅପରେଟର ଓ ଆୟୋଜକମାନଙ୍କ ଦାୟିତ୍ୱ ସ୍ପଷ୍ଟ କରିବା। ଏହା ଫଳରେ ନିୟମ ଲାଗୁ କରିବା ସମୟରେ ଦ୍ୱନ୍ଦ୍ୱ କମିବ ଏବଂ ମନମୁଖୀ ବ୍ୟାଖ୍ୟାକୁ ରୋକାଯାଇପାରିବ।

ତାଙ୍କ କହିବା ଅନୁସାରେ,“ପର୍ବପର୍ବାଣୀକୁ ରୋକିବା ନୁହେଁ, ରୋଗକୁ ରୋକିବା”ହେଉଛି ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ। ଲୋକେ ନିଜ ଧର୍ମ, ଆସ୍ଥା ଓ ପରମ୍ପରା ଅନୁସାରେ ଆନନ୍ଦରେ ପର୍ବ ପାଳନ କରନ୍ତୁ, କିନ୍ତୁ ସେହି ସମୟରେ ପରିବେଷଣ ହେଉଥିବା ଖାଦ୍ୟ ନିରାପଦ ରହୁ ବୋଲି FDA ଚାହୁଁଛି।

LIVE TV
LIVE
Latest News
'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ କଲେ କେଜ୍ରିୱାଲ, ଅଖିଳେଶଙ୍କୁ ଆଗୁଆ ଅଭିନନ୍ଦନ

'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ...

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...

ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ବିଜେପି ସାଂସଦ ରାହୁଲ ସିହ୍ନାଙ୍କ କଟାକ୍ଷ! କହିଲେ, ‘କେହି ପଢ଼ିବେ ନାହିଁ’

ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ବିଜେପି ସାଂସଦ...

କୋଲକାତା, ପଶ୍ଚିମବଙ୍ଗ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍...

ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବଡ଼ ବୟାନ

ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ...

ୱାଶିଂଟନ୍: ଇରାନ୍ ସହ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ରା...

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍! ସାକ୍ଷୀ ଭାବେ ହାଜର ହେବାକୁ ନିର୍ଦ୍ଦେଶ

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ...

କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ ଦୁଇ ଉପମୁଖ୍ୟମନ୍ତ୍ରୀ! BJPର ବଡ଼ ରଣନୀତି ପଛରେ କ'ଣ ରହିଛି କାରଣ?

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ...

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ ଭିତରେ ଥିବାବେଳେ ସୁରକ୍ଷା ଲକ୍‌ଡାଉନ୍‌; ୨ ଜଣ ଗିରଫ

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ...

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ନି...

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ ପୁସ୍ତକରେ ଖୋଲିଥିଲେ ରହସ୍ୟ, କହିଥିଲେ ଏହି ୨ଟି କାରଣ

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ...

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...

ତାମିଲନାଡୁ ସରକାରଙ୍କ ଖାତାରୁ ୨୨ କୋଟି ଟଙ୍କା ଗାଏବ! ନାଇଜେରିଆ ସାଇବର ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ

ତାମିଲନାଡୁ ସରକାରଙ୍କ ଖାତାରୁ ୨୨ କୋଟି ଟଙ୍କା...

ଚେନ୍ନାଇ: ତାମିଲନାଡୁରେ ବଡ଼ ଧରଣର ସାଇବର ଠକେଇ ସାମ୍ନାକୁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+