ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ଜିଲ୍ଲାରଜଳକା ନଦୀର ଜଳସ୍ତର ଦ୍ରୁତ ଭାବେ ବଢ଼ି ବିପଦ ସଙ୍କେତ ଅତିକ୍ରମ କରିଛି। ଏହାକୁ ନେଇ ଜିଲ୍ଲାର ତଳିଆ ଅଞ୍ଚଳରେ ପୁଣି ଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ସରକାରୀ ସୂଚନା ଅନୁସାରେ, ବସ୍ତା ବ୍ଲକରମଥାନୀ ଗେଜ୍ ଷ୍ଟେସନରେ ଜଳକା ନଦୀର ବିପଦ ସଙ୍କେତ୬.୫୦ ମିଟରଥିବାବେଳେ ଆଜି ସକାଳ ୧୦ଟା ସୁଦ୍ଧା ଜଳସ୍ତର୬.୫୪ ମିଟରରେ ପହଞ୍ଚିଛି। ଗତ ଦୁଇ ଦିନ ଧରି ବାଲେଶ୍ୱର ଓ ଉପରମୁଣ୍ଡ ମୟୂରଭଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ନଦୀରେ ଜଳପ୍ରବାହ ବୃଦ୍ଧି ପାଇଛି।
ରାସଗୋବିନ୍ଦପୁର, ମୋରଡା, ସୁଲିଆପଦା ଓ ଚିତ୍ରଡା ଅଞ୍ଚଳରେ ଅଧିକ ବର୍ଷା ହେବାରୁ ଜଳକା ନଦୀର ଉପରମୁଣ୍ଡରୁ ବହୁ ପରିମାଣର ଜଳ ପ୍ରବାହିତ ହେଉଛି। ଏହି କାରଣରୁ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି।
ଜଳସ୍ତର ଆହୁରି ବଢ଼ିଲେବସ୍ତା ବ୍ଲକର ୫ଟି ପଞ୍ଚାୟତଏବଂବାଲେଶ୍ୱର ସଦର ବ୍ଲକର ୨ଟି ପଞ୍ଚାୟତପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାସହ ବିସ୍ତୃତ ଚାଷଜମି ଜଳମଗ୍ନ ହୋଇ କୃଷକମାନେ ବଡ଼ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।
ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ମୟୂରଭଞ୍ଜ ଜିଲ୍ଲା ପାଇଁରେଡ୍ ୱାର୍ଣ୍ଣିଂଜାରି କରିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହାସହ ବାଲେଶ୍ୱର, ଭଦ୍ରକ, କଟକ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି IMD।
ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ଏ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...