ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ଖୁଲାସା କରିଛି। ଏହି ଘଟଣା ଏକ ସୁସଂଗଠିତ ବହୁରାଜ୍ୟ ଷଡ଼ଯନ୍ତ୍ର ଥିବା ଦାବି କରି CBI ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ପେଶାଲ୍ CBI କୋର୍ଟରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
ଚାର୍ଜସିଟ୍ରେ NTAର ୩ ଜଣ ବିଷୟ ବିଶେଷଜ୍ଞ, କୋଚିଂ ସେଣ୍ଟର ସଂଚାଳକ, ମଧ୍ୟସ୍ଥ, ଦଲାଲ ଏବଂ ପରୀକ୍ଷାର୍ଥୀଙ୍କ ନାମ ରହିଛି।
CBI ଅନୁଯାୟୀ, NTA ଦ୍ୱାରା ନିଯୁକ୍ତ ବଟାନି ବିଶେଷଜ୍ଞ ମନୀଷା ଗୁରୁନାଥ ମଣ୍ଡହରେ, କେମିଷ୍ଟ୍ରି ବିଶେଷଜ୍ଞ ପ୍ରହ୍ଲାଦ ବିଠ୍ଠଳରାଓ କୁଲକର୍ଣ୍ଣୀ ଏବଂ ଫିଜିକ୍ସ ବିଶେଷଜ୍ଞ ମନୀଷା ସଞ୍ଜୟ ହାଭାଲଦାର ନିଜ ଅଧିକାରର ଅପବ୍ୟବହାର କରି ଗୋପନୀୟ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ରହିଛି।
CBI ତଦନ୍ତରେ ଜଣାପଡ଼ିଛି ଯେ ପ୍ରଶ୍ନପତ୍ର ପ୍ରଥମେ NTA ବିଶେଷଜ୍ଞଙ୍କଠାରୁ ମଧ୍ୟସ୍ଥଙ୍କ ପାଖକୁ ଯାଇଥିଲା। ପରେ ସେଗୁଡ଼ିକ କୋଚିଂ ସଂଚାଳକ ଓ ଦଲାଲଙ୍କ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ବଡ଼ ଅଙ୍କର ଟଙ୍କା ନେଇ ପହଞ୍ଚାଯାଇଥିଲା।
ତଦନ୍ତ ସମୟରେ ଜବତ ହୋଇଥିବା ମୋବାଇଲ୍, ପେନ୍ଡ୍ରାଇଭ୍ ଓ ଅନ୍ୟ ଡିଜିଟାଲ ଉପକରଣରୁ PDF ଓ ଇମେଜ୍ ଫାଇଲ୍ ଆକାରରେ ପ୍ରଶ୍ନପତ୍ର ମିଳିଥିବା CBI କହିଛି। ଏହା Telegram, WhatsApp ଓ ଅନ୍ୟାନ୍ୟ ମେସେଜିଂ ଆପ୍ ମାଧ୍ୟମରେ ପରୀକ୍ଷା ପୂର୍ବରୁ ବଣ୍ଟନ କରାଯାଇଥିଲା।
ତଦନ୍ତରେ ପ୍ରକାଶ ଯେ କିଛି ଅଭିଯୁକ୍ତ ₹୨୫ ଲକ୍ଷରେ ପ୍ରଶ୍ନପତ୍ର କିଣାବିକ୍ରି କରିଥିଲେ। ଜଣେ ପରୀକ୍ଷାର୍ଥୀ ଓ ତାଙ୍କ ବାପାଙ୍କୁ ₹୪ ଲକ୍ଷରେ ପ୍ରଶ୍ନପତ୍ର ଯୋଗାଇବା ସହ ବିଶେଷ କୋଚିଂ ଦେବା ପ୍ରସ୍ତାବ ମଧ୍ୟ ଦିଆଯାଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି।
CBI ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ଦୁର୍ନୀତି ନିବାରଣ ଆଇନ ଏବଂ Public Examinations (Prevention of Unfair Means) Act, 2024 ଅନୁଯାୟୀ ମାମଲା ରୁଜୁ କରିଛି। ସଂସ୍ଥା କହିଛି ଯେ ଜବତ ହୋଇଥିବା ଡିଜିଟାଲ ପ୍ରମାଣ, ଚାଟ୍ ରେକର୍ଡ ଓ ସାକ୍ଷୀଙ୍କ ବୟାନ ଏହି ଷଡ଼ଯନ୍ତ୍ରକୁ ପ୍ରମାଣିତ କରୁଛି।
ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧାରେ ପହଞ୍ଚିଛନ୍ତି ପ୍ରଧାନମନ୍...
🇮🇳🇦🇿 ଭାରତ-ଆଜରବୈଜାନ ସମ୍ପର୍କରେ ଆସୁଛି ନୂଆ ମୋଡ଼ ଅପର...
ଜାତିସଂଘରେ ପୁଣିଥରେ ପାକିସ୍ତାନକୁ ଘେରିଛି ଭାରତ। ଜମ୍ମୁ-କ...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...
ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କ...
ଆମେରିକାରେ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରା...
ଭୁବନେଶ୍ୱର: ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିରେ ଯୋଡ଼ି ହୋଇଛି...
ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଇନ୍ଫୋ ଭ୍ୟାଲି-୨ରେ ଉଦ୍ଘାଟି...