ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ମା’ଙ୍କ ଆଗମନକୁ ନେଇ ସହରଠାରୁ ଗାଁ ଯାଏ ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସୁସଜ୍ଜିତ ପୂଜାମଣ୍ଡପ, ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ବିଭିନ୍ନ ସହରର ବଜାର ଝଲସି ଉଠିଛି।
ଓଡ଼ିଶାର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ନେଇ ସହରରେ ଗହଳଚହଳ ଲାଗିରହିଛି। ସହରର ୪୧ଟି ପୂଜାମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ଭକ୍ତଙ୍କ ଭିଡ଼ ସହିତ ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳା ଉତ୍ସବର ମାହୋଲକୁ ଆହୁରି ରଙ୍ଗିନ କରିଛି।
ଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ସହର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ସହରର ୪୭ଟି ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି। ମା’ଙ୍କ ମସ୍ତକରେ ଶୋଭା ପାଉଥିବା ସୁନାର ମୁକୁଟ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଶଙ୍ଖ ଓ ଘଣ୍ଟାଧ୍ୱନିରେ ପୂଜାମଣ୍ଡପ ଓ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହେଉଛି।
ଅନୁଗୋଳ ସହରରେ ବିଭିନ୍ନ ଆକର୍ଷଣୀୟ ତୋରଣ ଓ ପୂଜାମଣ୍ଡପ ଆଲୋକମାଳାରେ ଝଲସି ଉଠିଛି। ସେହିପରି ଅସ୍ତରଙ୍ଗରେ ମଧ୍ୟ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ଚାଲିଛି। ସୁସଜ୍ଜିତ ମଣ୍ଡପରେ ମନ୍ତ୍ରଧ୍ୱନି ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବ୍ରାହ୍ମଣବିଲ୍ ଗାଁରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳରେ କୁମାର ପୂର୍ଣ୍ଣିମା ପୂର୍ବରୁ ପାରମ୍ପରିକ କୁମାରୀ ବିବାହ ଉତ୍ସବ ପାଳିତ ହୋଇଛି। ଶଙ୍ଖଧ୍ୱନି ଓ ମହିଳାଙ୍କ ହୁଳହୁଳିରେ ଗାଁ ଦାଣ୍ଡ ଉତ୍ସବମୁଖର ହୋଇଉଠିଥିଲା।
କ୍ଷେତ୍ରପାଳୀ ଠାକୁରାଣୀଙ୍କ ନିକଟରେ ଦିଅଁ ମଙ୍ଗୁଳା ବିଧି ପରେ ଜ୍ୱାଇଁ ବାଟ ବରଣ ଓ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତି ସମ୍ପନ୍ନ ହୋଇଥିଲା। ମନ୍ତ୍ରୋଚ୍ଚାରଣ ମଧ୍ୟରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା।
କୁମାର ପୂର୍ଣ୍ଣମୀକୁ ନେଇ ବ୍ରହ୍ମପୁର ସହରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଘରେ ଘରେ ତାସ, ପାଲିଗୁଡ଼ି, ପଶା, କଉଡ଼ି, ବୋହୁଚୋରି ଓ ପୁଚି ଭଳି ପାରମ୍ପରିକ ଖେଳର ଆସର ଜମିଛି। ନୂଆ ପୋଷାକ ପିନ୍ଧି କୁମାରୀମାନେ କୁମାର ପୂର୍ଣ୍ଣମୀର ଆନନ୍ଦ ଉପଭୋଗ କରୁଛନ୍ତି।
କୁମାର ପୂର୍ଣ୍ଣମୀ ଅବସରରେ ବିଭିନ୍ନ ସ୍ଥାନରେ କୁମାରୀ ଝିଅମାନେ ଜହ୍ନିଓଷା ପାଳନ କରିଛନ୍ତି। ମାଟିର ଚଉଁରା ନିର୍ମାଣ କରି ସେଥିରେ ମା’ ବୃନ୍ଦାବତୀଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଛି। ମଙ୍ଗଳ କାମନା କରି ଓଷା ପାଳନ ସହ ସନ୍ଧ୍ୟାରେ ଚାନ୍ଦ ପୂଜାର ପରମ୍ପରା ମଧ୍ୟ ରହିଛି।
କୁମାର ପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶାର ପୁରପଲ୍ଲୀରେ ଏବେ ପାର୍ବଣର ମାହୋଲ। ଧାର୍ମିକ ଆସ୍ଥା ସହ ପାରମ୍ପରିକ ଖେଳ, ଲୋକାଚାର ଓ ସାମୂହିକ ଉତ୍ସବ ଏହି ପର୍ବକୁ ଆହୁରି ଜୀବନ୍ତ କରିଛି।
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
‘India’s biggest rebel soldier’...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...