ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆହୁରି ବିସ୍ତାର କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନଅଧୀନରେଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY)-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY)ରେ ୯୧ଟି ନୂଆ କ୍ୟାନ୍ସର ଚିକିତ୍ସା ପ୍ୟାକେଜ୍ ଯୋଡ଼ାଯାଇଛି।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (National Health Authority)ର ଅନୁମୋଦନ ପରେ ଏହି ପ୍ୟାକେଜ୍ଗୁଡ଼ିକୁ ରାଜ୍ୟ-ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ପ୍ୟାକେଜ୍ ଭାବେ ସାମିଲ କରାଯାଇଛି।
ନୂତନ ୯୧ଟି ପ୍ୟାକେଜ୍ ସାମିଲ ହେବା ପରେ ଯୋଜନା ଅଧୀନରେ କ୍ୟାନ୍ସର ଚିକିତ୍ସା ପ୍ୟାକେଜ୍ ସଂଖ୍ୟା୪୫୪ରୁ ବଢ଼ି ୫୪୫କୁ ପହଞ୍ଚିଛି। ସେହିପରି ମୋଟ ଚିକିତ୍ସା ପ୍ୟାକେଜ୍ ସଂଖ୍ୟା୨,୧୬୩ରୁ ବୃଦ୍ଧି ପାଇ ୨,୨୫୪ହୋଇଛି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା କ୍ୟାନ୍ସର ରୋଗୀମାନେ ଅଧିକ ସଂଖ୍ୟକ ଚିକିତ୍ସା ବିକଳ୍ପର ସୁବିଧା ପାଇବେ। ଏହା ଫଳରେ ରୋଗର ଶୀଘ୍ର ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ଏବଂ ବହୁମୁଖୀ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ।
ରାଜ୍ୟରେ୧୧ ଏପ୍ରିଲ ୨୦୨୫ରେ ଏକୀକୃତAB-PMJAY-GJAYଯୋଜନା ଆରମ୍ଭ ହୋଇଥିଲା। ପରେ କ୍ୟାନ୍ସର ଚିକିତ୍ସାକୁ ସୁଦୃଢ଼ କରିବା ପାଇଁମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନଆରମ୍ଭ କରାଯାଇଥିଲା।
ଏହି ଅଭିଯାନ ପାଇଁ୩୧୧ କୋଟି ଟଙ୍କାବ୍ୟୟବରାଦ କରାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ ପ୍ରକାରର କ୍ୟାନ୍ସର ଚିକିତ୍ସାକୁ ସହଜ ଓ ସୁଲଭ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ **‘ରାମାୟ...
ରିଆଲିଟି ଶୋ **‘ଲକ୍ ଅପ୍ 2’**ରେ ଏକ ଭାବପ୍ର...
ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର **‘ରା...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଟମ୍ ହଲାଣ୍ଡ ପୁଣିଥରେ...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...