Daylight burglary at a school teacher's house in Umerkote, Odisha.

ରାତି ନୁହେଁ, ଏବେ ଦିନରେ ମାତୁଛନ୍ତି ଚୋର; ଉମରକୋଟରେ ଶିକ୍ଷୟିତ୍ରୀଙ୍କ ଘରୁ ଲୁଟ୍

ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଦିନ ଦ୍ୱିପ୍ରହରରେ ଜଣେ ଶିକ୍ଷୟିତ୍ରୀଙ୍କ ଘରେ ଚୋରି ଘଟଣା ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି। ତାଲା ଭାଙ୍ଗି ଚୋରମାନେ ସୁନା ଅଳଙ୍କାର, ମୋବାଇଲ ଓ ଟାବଲେଟ୍ ଲୁଟି ଫେରାର ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥିବା ଏକ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି। ଉମରକୋଟରଡିଏନକେ କଲୋନୀରେ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘରେ ଦିନବେଳେ ଚୋରମାନେ ପଶି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି।

ସୂଚନା ଅନୁସାରେ, ଶିକ୍ଷୟିତ୍ରୀସ୍ୱର୍ଣ୍ଣକାନ୍ତି ମହାପାତ୍ରସ୍କୁଲକୁ ଯାଇଥିବା ବେଳେ ଘର ତାଲା ପଡ଼ିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଆଲମିରା ଭାଙ୍ଗି ଏକ ଟାବଲେଟ୍, ଦୁଇଟି ମୋବାଇଲ ଫୋନ୍ ଏବଂ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ।

ସ୍କୁଲରୁ ଫେରିବା ପରେ ସ୍ୱର୍ଣ୍ଣକାନ୍ତି ମହାପାତ୍ର ଘରର ଅବସ୍ଥା ଦେଖି ସନ୍ଦେହ କରିଥିଲେ। ସେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ୱର୍ଣ୍ଣକାନ୍ତି ମହାପାତ୍ର କହିଛନ୍ତି, ସ୍କୁଲରୁ ଘରକୁ ଫେରିବା ବେଳେ ମୁଖ୍ୟ ଦ୍ୱାରରେ ଅସ୍ୱାଭାବିକ ପରିସ୍ଥିତି ଦେଖିଥିଲେ। ପଛପଟକୁ ଯିବା ପରେ କିଛି ଚପଲ ଦେଖି ସନ୍ଦେହ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ।

ସ୍ଥାନୀୟ ବାସିନ୍ଦା ରାମପ୍ରସାଦ ତୁରୁକ କହିଛନ୍ତି, ଉମରକୋଟରେ ଚୋରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ରାତିରେ ଅଧିକାଂଶ ଚୋରି ହେଉଥିବା ବେଳେ, ବର୍ତ୍ତମାନ ଦିନବେଳେ ମଧ୍ୟ ଦୁର୍ବୃତ୍ତମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ପୋଲିସ ପାଟ୍ରୋଲିଂ ବଢ଼ାଇବା ଓ କଡ଼ା ନଜରଦାରୀ କରିବାକୁ ଦାବି କରିଛନ୍ତି।

ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଚୋରମାନଙ୍କୁ ଚିହ୍ନଟ କରିବା ଏବଂ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପଦକ୍ଷେପ ନେଉଛି।

Latest News
ରଣବୀର କପୁରଙ୍କ ପୂର୍ବରୁ ମହେଶ ବାବୁ ଥିଲେ କି ‘ଭଗବାନ ରାମ’? ଶେଷରେ ସତ କହିଲେ ‘ରାମାୟଣ’ ନିର୍ମାତା

ରଣବୀର କପୁରଙ୍କ ପୂର୍ବରୁ ମହେଶ ବାବୁ ଥିଲେ...

ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ **‘ରାମାୟ...

ଏମଏସ୍ ଧୋନିଙ୍କୁ ନେଇ ଅଜିଙ୍କ୍ୟ ରାହାଣେଙ୍କ ବଡ଼ ଖୁଲାସା; କହିଲେ ତାଙ୍କ ରୁମ୍‌ର ଥିଲା ଗୋଟିଏ ନିୟମ

ଏମଏସ୍ ଧୋନିଙ୍କୁ ନେଇ ଅଜିଙ୍କ୍ୟ ରାହାଣେଙ୍କ ବଡ଼...

ପୂର୍ବତନ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡି...

ହଲିଉଡ୍‌ର ପାୱାର କପଲ୍! ‘ସ୍ପାଇଡର-ମ୍ୟାନ୍’ରେ ଟମ୍ ହଲାଣ୍ଡଙ୍କ ଇତିହାସ, ‘ଦି ଓଡିସି’ରେ ଚମକିଲେ ଜେଣ୍ଡାୟା

ହଲିଉଡ୍‌ର ପାୱାର କପଲ୍! ‘ସ୍ପାଇଡର-ମ୍ୟାନ୍’ରେ ଟମ୍ ହଲାଣ୍ଡଙ୍କ...

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଟମ୍ ହଲାଣ୍ଡ ପୁଣିଥରେ...

୨୦୨୭ ODI ବିଶ୍ୱକପ୍ କ୍ୱାଲିଫାୟର ସୂଚୀ ଘୋଷଣା, ଜାଣନ୍ତୁ କେବେ ହେବ ମ୍ୟାଚ୍

୨୦୨୭ ODI ବିଶ୍ୱକପ୍ କ୍ୱାଲିଫାୟର ସୂଚୀ ଘୋଷଣା,...

୨୦୨୭ ଓଡିଆଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର...

ଭାରତରେ ପ୍ରଥମ ଥର ୧୦ ବିଲିୟନ୍ ଡଲାର ବିକ୍ରି ଅତିକ୍ରମ କଲା Apple

ଭାରତରେ ପ୍ରଥମ ଥର ୧୦ ବିଲିୟନ୍ ଡଲାର...

ଭାରତରେ Apple ଏକ ନୂଆ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି...

'ଆୱାରାପନ୍ 2' ଟ୍ରେଲର ରିଲିଜ୍: ଶିବମ୍ ଅବତାରରେ ଫେରିଲେ ଇମ୍ରାନ୍ ହାସମି, ରହସ୍ୟମୟ ଭୂମିକାରେ ଦିଶା ପାଟନୀ

'ଆୱାରାପନ୍ 2' ଟ୍ରେଲର ରିଲିଜ୍: ଶିବମ୍ ଅବତାରରେ...

ପ୍ରାୟ ୨୦ ବର୍ଷ ପରେ ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ **&...

ସଚିନଙ୍କଠାରୁ ବଡ଼ ହ୍ୱାଇଟ୍‌ ବଲ୍‌ ଖେଳାଳି ହୋଇପାରନ୍ତି ବୈଭବ ସୂର୍ଯ୍ୟବଂଶୀ! ରବିନ ଉଥପ୍ପାଙ୍କ ବଡ଼ ବୟାନ

ସଚିନଙ୍କଠାରୁ ବଡ଼ ହ୍ୱାଇଟ୍‌ ବଲ୍‌ ଖେଳାଳି ହୋଇପାରନ୍ତି...

ଭାରତର ପୂର୍ବତନ କ୍ରିକେଟର ରବିନ ଉଥପ୍ପା ଯୁବ ବ୍ୟାଟିଂ ପ୍ର...

‘ରାମାୟଣ’ ପାଇଁ ୧୦ଟି ଫିଲ୍ମ ଦରକାର ଥିଲା; ପାର୍ଟ-୨ର ୫୦% ସୁଟିଂ ଶେଷ ବୋଲି କହିଲେ ରଣବୀର କପୁର

‘ରାମାୟଣ’ ପାଇଁ ୧୦ଟି ଫିଲ୍ମ ଦରକାର ଥିଲା;...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର **‘ରା...

୮ମ ବେତନ କମିଶନର ଜୟପୁର ବୈଠକ ଘୋଷଣା; କେଉଁମାନେ ଯୋଗଦେଇପାରିବେ ଜାଣନ୍ତୁ

୮ମ ବେତନ କମିଶନର ଜୟପୁର ବୈଠକ ଘୋଷଣା;...

ନୂଆଦିଲ୍ଲୀ:୮ମ କେନ୍ଦ୍ରୀୟ ବେତନ କମିଶନ (8th Central Pay...

‘ମୁଁ ଭଲ ଖେଳୁନଥିଲେ ମୋତେ ବାଦ୍ ଦିଅନ୍ତୁ’: BCCI ଚୟନକର୍ତ୍ତାଙ୍କୁ ରୋହିତଙ୍କ କଡ଼ା ବାର୍ତ୍ତା! କହିଲେ ମହମ୍ମଦ କୈଫ୍

‘ମୁଁ ଭଲ ଖେଳୁନଥିଲେ ମୋତେ ବାଦ୍ ଦିଅନ୍ତୁ’:...

ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଲର୍ଡ...

LinkedInର ୪୦% ପୋଷ୍ଟ AI ଲେଖୁଛି! ଆପଣ ନେଉଥିବା ଆର୍ଥିକ ପରାମର୍ଶ କେତେ ବିଶ୍ୱସନୀୟ?

LinkedInର ୪୦% ପୋଷ୍ଟ AI ଲେଖୁଛି! ଆପଣ...

ସୋସିଆଲ ମିଡିଆରେ ଆର୍ଥିକ ପରାମର୍ଶ ନେବା ଆଜିକାଲି ସାଧାରଣ...

୨୧୦ ପଏଣ୍ଟ ଖସିଲା ସେନ୍ସେକ୍ସ, ୨୪,୭୦୦ ତଳକୁ ନିଫ୍ଟି; ଆରବିଆଇ ନୀତି ବୈଠକ ପୂର୍ବରୁ ସତର୍କ ନିବେଶକ

୨୧୦ ପଏଣ୍ଟ ଖସିଲା ସେନ୍ସେକ୍ସ, ୨୪,୭୦୦ ତଳକୁ...

ମୁମ୍ବାଇ:ଦେଶର ପ୍ରମୁଖ ଶେୟାର ବଜାର ସୂଚକାଙ୍କ ମଙ୍ଗଳବାର ପ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+