Brother and sister killed in a bear attack in Kanker district of Chhattisgarh.

ଭାଲୁ ଆକ୍ରମଣରେ ଭାଇ-ଭଉଣୀଙ୍କ ମୃତ୍ୟୁ, କାଙ୍କେରରେ ଆତଙ୍କ

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ଆକ୍ରାମକ ମାଈ ଭାଲୁର ଆକ୍ରମଣରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ବନ ବିଭାଗ ଦୀର୍ଘ ସମୟର ଉଦ୍ୟମ ପରେ ଟ୍ରାଙ୍କୁଲାଇଜର ସାହାଯ୍ୟରେ ଭାଲୁକୁ କାବୁ କରିଛି।

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମାର୍କାଟୋଲା ଗ୍ରାମରେଘଟିଛି ଏକ ହୃଦୟବିଦାରକ ଘଟଣା। ଏକ ଆକ୍ରାମକ ମାଈ ଭାଲୁର ଆକ୍ରମଣରେ ଜଣେ ଯୁବକ ଓ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦୁଇଜଣ ହେଲେହଲାଲଖୋର ଜୁରିଏବଂ ତାଙ୍କ ଭଉଣୀଚାମାରୋନ ବାଇ। ଗୁରୁତର ଆହତଖୋରୀନବାଈଙ୍କୁ ପ୍ରଥମେ କାଙ୍କେର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରୁ ଭାଲୁଟି ଅତ୍ୟନ୍ତ ଆକ୍ରାମକ ହୋଇପଡ଼ିଥିଲା। ପ୍ରଥମେ ଜଙ୍ଗଲରେ ଏକ ଭାଲୁ ଛୁଆକୁ ମାରିଦେଇଥିଲା। ବୁଧବାର ସକାଳେ ଜଙ୍ଗଲ ନିକଟସ୍ଥ ଚାଷଜମିରେ କାମ କରୁଥିବା ହଲାଲଖୋର ଜୁରିଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା।

ଭାଇଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଭଉଣୀ ଚାମାରୋନ ବାଇ ଧାଇଁ ଆସିଥିଲେ। କିନ୍ତୁ ଭାଲୁଟି ଉଭୟଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଦୁହେଁଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ପରେ ଭାଲୁଟି ମୃତଦେହ ଦୁଇଟିକୁ ନିଜ କବଜାରେ ରଖିଥିବାରୁ ବନ ବିଭାଗ ଓ ଗ୍ରାମବାସୀ ନିକଟକୁ ଯାଇପାରିନଥିଲେ। ପ୍ରାୟ୪ ଘଣ୍ଟା ଧରିଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା।

ପରେ ରାୟପୁରରୁ ଏକ ସ୍ୱତନ୍ତ୍ର ବନ ବିଭାଗ ଟିମ୍ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ଭାଲୁକୁ ଅଚେତ କରିଥିଲେ। ଏହାପରେ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଥିଲା।

ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁରେ ଉତ୍ତ୍ୟକ୍ତ ହୋଇ କିଛି ଗ୍ରାମବାସୀ ଅଚେତ ଭାଲୁକୁ ମଧ୍ୟ ମାଡ଼ ମାରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଶୋକର ପରିବେଶ ସୃଷ୍ଟି ହୋଇଛି।

Latest News
ମହମ୍ମଦ ଶାମିଙ୍କୁ ଭାରତୀୟ ଦଳରୁ ବାଦ୍‌ ନେଇ ଉଠିଲା ପ୍ରଶ୍ନ

ମହମ୍ମଦ ଶାମିଙ୍କୁ ଭାରତୀୟ ଦଳରୁ ବାଦ୍‌ ନେଇ...

ଭାରତୀୟ କ୍ରିକେଟ୍‌ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ...

ଲିଗ୍ସ କପ୍‌ରେ ମେସିଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ଯୁଗଳ ଗୋଲ୍‌ରେ ଇଣ୍ଟର ମିଆମିର ବିଜୟ

ଲିଗ୍ସ କପ୍‌ରେ ମେସିଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ଯୁଗଳ...

ଫିଫା ବିଶ୍ୱକପ୍ ଫାଇନାଲରେ ହୃଦୟବିଦାରକ ପରାଜୟ ପରେ ଆର୍ଜେଣ...

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ:...

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...

ନିଖୋଜ ତଦନ୍ତ କମିଶନ ରିପୋର୍ଟ ମାମଲା: CMO ଓ ଗୃହ ବିଭାଗର ଉତ୍ତରକୁ ଅପେକ୍ଷାରେ କ୍ରାଇମବ୍ରାଞ୍ଚ

ନିଖୋଜ ତଦନ୍ତ କମିଶନ ରିପୋର୍ଟ ମାମଲା: CMO...

ଓଡ଼ିଶାରେ ନିଖୋଜ ହୋଇଥିବା ଦୁଇଟି ତଦନ୍ତ କମିଶନ ରିପୋର୍ଟ ମ...

୨୦୨୭ ODI ବିଶ୍ୱକପ୍ କ୍ୱାଲିଫାୟର ସୂଚୀ ଘୋଷଣା, ଜାଣନ୍ତୁ କେବେ ହେବ ମ୍ୟାଚ୍

୨୦୨୭ ODI ବିଶ୍ୱକପ୍ କ୍ୱାଲିଫାୟର ସୂଚୀ ଘୋଷଣା,...

୨୦୨୭ ଓଡିଆଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର...

ଏମଏସ୍ ଧୋନିଙ୍କୁ ନେଇ ଅଜିଙ୍କ୍ୟ ରାହାଣେଙ୍କ ବଡ଼ ଖୁଲାସା; କହିଲେ ତାଙ୍କ ରୁମ୍‌ର ଥିଲା ଗୋଟିଏ ନିୟମ

ଏମଏସ୍ ଧୋନିଙ୍କୁ ନେଇ ଅଜିଙ୍କ୍ୟ ରାହାଣେଙ୍କ ବଡ଼...

ପୂର୍ବତନ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡି...

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର ବଡ଼ ଅଭିଯୋଗ

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର...

ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ରାୟ

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ...

ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+