ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଳବାଇ (ECoR) ପକ୍ଷରୁ ମନସୁନ୍ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି। ଟ୍ରେନ୍ ଚଳାଚଳକୁ ନିରବିଘ୍ନ ରଖିବା ପାଇଁ ରେଳବାଇ କର୍ମଚାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରେଳ କର୍ତ୍ତୃପକ୍ଷ ନିମ୍ନାଞ୍ଚଳ, ବନ୍ୟାପ୍ରବଣ ଅଞ୍ଚଳ, ସେତୁ, ମାଟି ଧସିବା ସମ୍ଭାବନା ଥିବା ସ୍ଥାନ ଏବଂ ପାହାଡ଼ିଆ ଅଞ୍ଚଳରେ ପଥର ଖସିବାର ଆଶଙ୍କା ଥିବା ରେଳପଥ ଉପରେ ବିଶେଷ ନଜର ରଖିବାକୁ ପାଟ୍ରୋଲମ୍ୟାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବେଦନଶୀଳ ରେଳପଥରେ ବିଶେଷ ମନସୁନ୍ ପାଟ୍ରୋଲିଂ ଆରମ୍ଭ ହୋଇଥିବା ବେଳେ, ପାଟ୍ରୋଲମ୍ୟାନ୍ ଓ ୱାଚମ୍ୟାନମାନେ ନିରନ୍ତର ଭାବେ ରେଳପଥର ସ୍ଥିତି ଯାଞ୍ଚ କରୁଛନ୍ତି।
ପ୍ରବଳ ବର୍ଷା ସମୟରେ ସେକ୍ସନାଲ୍ ଗ୍ୟାଙ୍ଗମ୍ୟାନମାନଙ୍କୁ ରେଳପଥ ଯାଞ୍ଚ କରିବାକୁ କୁହାଯାଇଛି। ରେଳପଥ, ସେତୁ, ଷ୍ଟେସନ୍ ୟାର୍ଡ ଓ ସିଗ୍ନାଲିଂ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇଛି।
ପାଣି ନିଷ୍କାସନ ପାଇଁ ସାଇଡ୍ ଡ୍ରେନ୍ ଓ କ୍ୟାଚ୍ ୱାଟର ଡ୍ରେନ୍ ସଫା କରାଯାଇଥିବା ବେଳେ ରେଳ ସେତୁ ତଳର ଜଳପଥ ମଧ୍ୟ ସଫା କରାଯାଇଛି, ଯାହାଦ୍ୱାରା ଜଳଜମା ସମସ୍ୟା ଏଡ଼ାଯାଇପାରିବ।
ରେଳବାଇ ପକ୍ଷରୁ ବୋଲ୍ଡର, ବାଲି, ବାଲାଷ୍ଟ, କ୍ୱାରି ଡଷ୍ଟ ଭଳି ଆବଶ୍ୟକ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ମହଜୁଦ ରଖାଯାଇଛି। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଓ ରିଲିଫ୍ ଗାର୍ଡର୍ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି।
ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ (IMD) ଓ ରାଜ୍ୟ ପ୍ରଶାସନ ସହ ସମନ୍ୱୟ ରଖି ରିଅଲ୍-ଟାଇମ୍ ପାଣିପାଗ ସୂଚନା ସଂଗ୍ରହ କରାଯାଉଛି। ରେଳ କଣ୍ଟ୍ରୋଲ୍ ଅଫିସ୍ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖୁଛନ୍ତି।
‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ସାରା ଦେଶ...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...