New AI-based smart traffic signals to be installed across Bhubaneswar before Durga Puja.

ଭୁବନେଶ୍ୱରରେ ବଦଳିବ ଟ୍ରାଫିକ ସିଗନାଲ ବ୍ୟବସ୍ଥା; ଦୁର୍ଗା ପୂଜା ସୁଦ୍ଧା ଲାଗିବ AI ଆଧାରିତ ସ୍ମାର୍ଟ ସିଗନାଲ

ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ପରିଚାଳନାକୁ ଆଧୁନିକ କରିବା ପାଇଁ ୫୦ଟି ଟ୍ରାଫିକ ସିଗନାଲକୁ ଅପଗ୍ରେଡ୍ କରାଯିବ। ଦୁର୍ଗା ପୂଜା ପୂର୍ବରୁ AI ଆଧାରିତ ଆଡାପ୍ଟିଭ୍ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ, କାଉଣ୍ଟଡାଉନ୍ ଟାଇମର ଓ LED ଡିଜିଟାଲ୍ ଡିସପ୍ଲେ ସ୍ଥାପନ କରାଯିବ।

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବାକୁ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL)। ଦୁର୍ଗା ପୂଜା ପୂର୍ବରୁ ସହରର ବିଭିନ୍ନ ପ୍ରମୁଖ ଛକରେ AI ଆଧାରିତ ସ୍ମାର୍ଟ ଟ୍ରାଫିକ ସିଗନାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବ।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୫୦ଟି ଟ୍ରାଫିକ ସିଗନାଲକୁ ଅପଗ୍ରେଡ୍ କରାଯିବ। ନୂଆ ଆଡାପ୍ଟିଭ୍ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ (ATCS) ଯାନବାହନର ଭିଡ଼ ଅନୁସାରେ ସ୍ୱୟଂଚାଳିତ ଭାବେ ସିଗନାଲ ସମୟ ନିର୍ଦ୍ଧାରଣ କରିବ। ଫଳରେ ଯେଉଁ ପାର୍ଶ୍ୱରେ ଅଧିକ ଭିଡ଼ ଥିବ, ସେଠାରେ ଅଧିକ ସମୟ ପାଇଁ ସବୁଜ ସିଗନାଲ ମିଳିବ।

ନୂଆ ସିଷ୍ଟମରେ କାଉଣ୍ଟଡାଉନ୍ ଟାଇମର, LED ଡିଜିଟାଲ୍ ଡିସପ୍ଲେ ଓ AI ଆଧାରିତ ଟ୍ରାଫିକ ମନିଟରିଂ ବ୍ୟବସ୍ଥା ରହିବ। ଏହା ଦ୍ୱାରା ଯାତାୟାତ ସୁଗମ ହେବା ସହ ଟ୍ରାଫିକ ଜାମ୍ କମିବ ଏବଂ ଲୋକଙ୍କ ସମୟ ସଞ୍ଚୟ ହେବ।

ବର୍ଷା ଓ ମେଘୁଆ ପାଗ ସମୟରେ ସୋଲାର ଚାଳିତ ସିଗନାଲରେ ସମସ୍ୟା ନ ହେବା ପାଇଁ ଏଥିରେ ସୋଲାର ସହ ଇଲେକ୍ଟ୍ରିକ୍ ପାୱାର ବ୍ୟାକଅପ୍ ବ୍ୟବସ୍ଥା ମଧ୍ୟ ରଖାଯିବ।

୨୫ଟି ନୂଆ ସ୍ଥାନରେ ଲାଗିବ ସ୍ମାର୍ଟ ସିଗନାଲ

ଖଣ୍ଡଗିରି ଅଣ୍ଡରପାସ, ଜୟଦେବ ବାଟିକା ଛକ, କେସୁରା, ପାଣ୍ଡରା, ଟଙ୍କପାଣି ସାଇ ମନ୍ଦିର ଛକ, କୋଳଥିଆ, ଡୁମୁଡୁମା, କଳିଙ୍ଗ ବିହାର ଅଣ୍ଡରପାସ, ଜଟଣୀ ଗେଟ୍, ଉତ୍ତରା, ମାଉସୀମା ଛକ, ଧଉଳି, ପୋଖରୀପୁଟ, ନୟାପଲ୍ଲୀ ଅଣ୍ଡରପାସ, ଶୈଳଶ୍ରୀ ବିହାର, ରସୁଲଗଡ଼, ଚନ୍ଦକା ଓ ବୁଦ୍ଧ ପାର୍କ ସମେତ ୨୫ଟି ନୂଆ ସ୍ଥାନରେ ଆଡାପ୍ଟିଭ୍ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ ସ୍ଥାପନ କରାଯିବ।

ଟ୍ରାଫିକ ବିଶେଷଜ୍ଞଙ୍କ ମତରେ, ଏହି ସ୍ମାର୍ଟ ସିଷ୍ଟମ ସହରରେ ଟ୍ରାଫିକ ଜାମ୍ କମାଇବା ସହ ଏଆଇ କ୍ୟାମେରା ମାଧ୍ୟମରେ ଅପରାଧ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ।

Latest News
ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ ଖୋଲିଲା ରାସ୍ତା

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ...

ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬ ମୃତ; ୯ ଜଣ ନିଖୋଜ

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬...

ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...

ନେପାଳ ବନ୍ୟାର ୧୩ ଦିନ ପରେ ବି ମିଳୁନି ପତ୍ତା, ୫ ହଜାର ଲୋକ ନିଖୋଜ

ନେପାଳ ବନ୍ୟାର ୧୩ ଦିନ ପରେ ବି...

ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...

ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା! ଜାପାନକୁ ନେଇ PLAର ବଡ଼ ଚେତାବନୀ

ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା!...

ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର ସମନ୍‌ ରଦ୍ଦ କଲେନି ବମ୍ବେ ହାଇକୋର୍ଟ

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର...

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...

BAPS ପ୍ରତିନିଧିମଣ୍ଡଳୀ ଗସ୍ତ ବେଳେ ମହିଳା କର୍ମଚାରୀଙ୍କୁ ଡ୍ୟୁଟିରୁ ହଟାଇବା ଅଭିଯୋଗ, ଧର୍ମଘଟ ଯୋଗୁଁ ଏଫିଲ୍ ଟାୱାର ବନ୍ଦ

BAPS ପ୍ରତିନିଧିମଣ୍ଡଳୀ ଗସ୍ତ ବେଳେ ମହିଳା କର୍ମଚାରୀଙ୍କୁ...

ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦ ବର୍ଷ ପରେ ବଦଳିବ ବିଶ୍ୱ ମାନଚିତ୍ର!

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦...

ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍, ପରମାଣୁ ସହଯୋଗ ଓ ଆମେରିକା ପ୍ରତିବନ୍ଧକ ଉପରେ ହେବ ଆଲୋଚନା

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍,...

ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+